fbpx

ରୋଷେଇ ଘରକୁ ମହଙ୍ଗା ମାଡ: ବଢିଲା ଏଲପିଜି ସିଲିଣ୍ଡରର ଦାମ, ଜାଣନ୍ତୁ କେତେ

କରୋନା ଭାଇରସର ମୁକାବିଲା ଲାଗୁ ହୋଇଥିବା ଅନଲକ୍-୧ର ପ୍ରଥମ ଦିନରେ ହିଁ ସାଧାରଣ ଲୋକଙ୍କୁ ଶକ୍ତ ଝଟକା ଲାଗିଛି । ଦେଶର ତୈଳ ମାର୍କେଟିଙ୍ଗର ଏଚପିସିଏଲ, ବିପିସିଏଲ ଓ ଆଇଓସି କମ୍ପାନୀଗୁଡିକ ବିନା ସବସିଡି ଏଲପିଜି ଗ୍ୟାସ ସିଲିଣ୍ଡରର ଦାମ ବଢାଇବାକୁ ଘୋଷଣା କରିଛନ୍ତି । ୧୪.୨ କିଲୋଗ୍ରାମ ବିନା ସବସିଡି ସିଲିଣ୍ଡର ଦିଲ୍ଲୀରେ ୧୧ ଟଙ୍କା ୫୦ ପଇସା ମାହଙ୍ଗା ହୋଇଛି । ଏବେ ନୂଆ ଦାମ ଦାମ ବୃଦ୍ଧି ପାଇ ୫୯୩ ଟଙ୍କା ହୋଇଛି । ଅନ୍ୟ ସହରରେ ମଧ୍ୟ ଆଜିଠାରୁ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। କୋଲକାତାରେ ୩୧ ଟଙ୍କା ୫୦ ପଇସା, ମୁମ୍ବାଇରେ ୧୧ ଟଙ୍କା ୫୦ ପଇସା, ଚେନ୍ନାଇରେ ୩୭ ଟଙ୍କା ମହଙ୍ଗା ହୋଇଛି । ମେ ମାସରେ ୧୬୨ ଟଙ୍କା ୫୦ ପଇସା ହ୍ରାସ ପାଇଥିଲା । ଅପରପକ୍ଷରେ ୧୯ କିଲୋଗ୍ରାମ ସିଲିଣ୍ଡର ଦାମ ୧୧୦ ଟଙ୍କା ବୃଦ୍ଧି ପାଇ ୧୧୩୯ ଟଙ୍କା ୫୦ ପଇସା ହୋଇଛି ।

ଆଇଓସି ୱେବସାଇଟରେ ଦିଆଯାଇଥିବା ଦାମ ଅନୁଯାୟୀ, ଦିଲ୍ଲୀରେ ୧୪.୨ କିଲୋଗ୍ରାମ ବିନା ସବସିଡି ସିଲିଣ୍ଡର ୫୯୩ ଟଙ୍କା ହୋଇଛି । ସେହିପରି କୋଲକାତାରେ ୬୨୬ ଟଙ୍କା, ମୁମ୍ବାଇରେ ୫୯୦ ଟଙ୍କା ୫୦ ପଇସା, ଚେନ୍ନାଇରେ ୬୦୬ ଟଙ୍କା ୫୦ ପଇସା ହୋଇଛି । ୧୯ କିଲୋଗ୍ରାମ LPG ରୋଷେଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି, ଯାହାକି ଜୁନ୍ ୧ ରୁ ଲାଗୁ ହୋଇଛି । ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୧୧୦ ଟଙ୍କା ମହଙ୍ଗା ହୋଇଛି । ଏହାପୂର୍ବରୁ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୦୨୯.୫୦ ଟଙ୍କା ଥିଲା ଯାହା ଜୁନ୍ ୧ ରୁ ୧୧୩୯.୫୦ ଟଙ୍କାକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.