fbpx

ବଡ ଖବର: ରାଜ୍ୟର ୧୮ ଜିଲ୍ଲାରୁ ୧୭୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱ.୧୮ ।୬(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି । ଏହାରି ମଧ୍ୟରେ ଆଜି ୧୮ଟି ଜିଲ୍ଲାରୁ ଆଉ ୧୭୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୪୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୨୮ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ୫୧୨କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପକ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗଞ୍ଜାମରୁ ସର୍ବାଧିକ ୫୬ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର -୫, ଯାଜପୁର-୯, ନବରଙ୍ଗପୁର-୭, ଖୋର୍ଦ୍ଧା-୧୦, କୋରାପୁଟ-୬, ମାଲକାନଗିରି-୧, କଳାହାଣ୍ଡି-୬, ନୂଆପଡା-୧, କନ୍ଧମାଳ-୩, ଭଦ୍ରକ-୩, ବୌଦ୍ଧ-୨, ପୁରୀ-୧୬, ସୁନ୍ଦରଗଡ-୩, କେନ୍ଦ୍ରାପଡା-୭, ବରଗଡ-୪, ବଲାଙ୍ଗୀରରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.