fbpx
BJD
BJD SKY
BJD SKY

ପାଣିରେ ଫ୍ଲୋରାଇଡର ମାତ୍ରା ଅଧିକ ରହିଲେ ହାଡ଼, କବଜ, ଗ୍ୟାସ ସମସ୍ୟା ବଢ଼େ, ଏଥିରୁ କେମିତି ମୁକ୍ତି ପାଇବେ

BJD

ନୂଆଦିଲ୍ଲୀ: ଜଳ ମନୁଷ୍ୟର ଜୀବନଧାରଣ ପାଇଁ ନିହାତି ଗୁରୁତ୍ୱପୂର୍ଣ୍ଣ । ଜଳରେ ବିଭିନ୍ନ ପ୍ରକାରର ସାମଗ୍ରୀ ମିଶ୍ରିତ ଅବସ୍ଥାରେ ରହିଥାଏ । ତେବେ ଜଳରେ କିଛି ପଦାର୍ଥର ମାତ୍ରା ଅଧିକ ହେଲେ ତାହା ମଣିଷ ଶରୀରରେ ନାନା ପ୍ରକାରର ରୋଗର କାରଣ ସାଜିଥାଏ । ଜଳରେ ଅଧିକ ମାତ୍ରାରେ ଫ୍ଲୋରାଇଡ ରହିଲେ ତାହା ଫ୍ଲୋରୋସିସ ବୀମାରୀର କାରଣ ସାଜିଥାଏ । ଏହି ରୋଗ ମଣିଷର ହାଡ଼କୁ କ୍ଷତି ପହଞ୍ଚାଇଥାଏ ।

ତେବେ ନିକଟରେ ଉତ୍ତରପ୍ରଦେଶର ଆଗ୍ରାରେ ଫ୍ଲୋରାଇଡଯୁକ୍ତ ପାଣି ସେବନ କରି ଅନେକ ଲୋକ ରୋଗଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ଏଥିସହିତ ଦେଶର ଅନ୍ୟ କିଛି ଅଞ୍ଚଳର ପାଣିରେ ମଧ୍ୟ ଫ୍ଲୋରାଇଡର ମାତ୍ରା ଅଧିକ ରହିଥିବା ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି, ଏ ବାବଦରେ ସାଧାରଣ ଲୋକଙ୍କୁ କିଛି ଜଣାପଡ଼ିନଥାଏ । ଯଦି ଆପଣମାନେ ଚାହିଁବେ ତେବେ ପାଣିରେ ଫ୍ଲୋରାଇଡର ମାତ୍ରା କେତେ ରହିଛି ତାହା ଯାଞ୍ଚ କରିପାରିବେ ଓ ଫ୍ଲୋରୋସିସ ବୀମାରୀ କବଳରୁ ସହଜରେ ରକ୍ଷା ପାଇ ପାରିବେ ।

ପାଣିରେ ଫ୍ଲୋରାଇଡର ପରିମାଣ ଜାଣିବା ପାଇଁ ଅନେକ ପ୍ରକାରର ପରୀକ୍ଷା କରାଯାଇଥାଏ । ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାନରୁ ପାଣିର ନମୂନା ନିଆଯାଇଥାଏ । ମାତ୍ର ଜଣେ ଚାହିଁଲେ ଏହାକୁ ଘରେ ମଧ୍ୟ ପରୀକ୍ଷା କରିପାରିବ । ଗୋଟିଏ ଗ୍ଲାସ ପାଣିର ରଙ୍ଗ ଯଦି ହାଲୁକା ହଳଦିଆ ହୋଇଥାଏ, ତେବେ ଏହା ପାଣି ଅପରିଷ୍କାର ଥିବା ସଙ୍କେତ ଦେଇଥାଏ । ଫ୍ଲୋରାଇଡ ଯୁକ୍ତ ପାଣିରେ କବଜ, ଶୋଷ ନିବାରଣ ନ କରିବା ଓ ପେଟରେ ଗ୍ୟାସ ସମସ୍ୟା ଦେଖାଦେଇଥାଏ । ଯଦି ଆପଣ ଏସବୁ ସମସ୍ୟାର ସାମ୍ନା କରୁଛନ୍ତି, ତେବେ ପାଣିରେ ଫ୍ଲୋରାଇଡର ମାତ୍ରା ପର୍ଯ୍ୟାପ୍ତ ରହିଛି ବୋଲି ଜାଣିବାକୁ ହେବ । ତେବେ ଯେଉଁ ଲୋକଙ୍କ ପାଣିରେ ଫ୍ଲୋରାଇଡର ମାତ୍ରା ଅଧିକ ରହିଥିବ, ସେମାନେ ଡାଏଟରେ ଅଁଳା, କମଳା ଓ ଅଙ୍ଗୁରକୁ ସାମିଲ କରିବା ଦରକାର । ଏହା ସେମାନଙ୍କୁ ଫ୍ଲୋରୋସିସରୁ ରକ୍ଷା କରିବାରେ ସହାୟକ ହେବ ।

Get real time updates directly on you device, subscribe now.