fbpx

୧୦ ଲକ୍ଷ Android ୟୁଜର୍ସଙ୍କ ଉପରେ ବିପଦ ଘଣ୍ଟି : ତୁରନ୍ତ ମୋବାଇଲରୁ ହଟାନ୍ତୁ ଏହି ୨ଟି ଆପ୍, ଚୀନ୍ କୁ ପଠାଉଛି ଡାଟା

Advertisement

ନୂଆଦିଲ୍ଲୀ: ଆଣ୍ଡ୍ରଏଡ୍ ଫୋନ୍ ଚଲାଉଥିଲେ ହୋଇଯାଅ ସାବଧାନ । ଗୁଗୁଲ୍ ପ୍ଲେ ଷ୍ଟୋରରେ ଏପରି ଦୁଇଟି ବିପଜ୍ଜନକ ଆପ୍ ମିଳିଛି, ଯାହା ଆପଣଙ୍କର ତଥ୍ୟ ଚୋରି କରୁଛି ଏବଂ ଏହାକୁ ଚୀନରେ ଥିବା ସର୍ଭରକୁ ପଠାଉଛି । ଉଲ୍ଲେଖଥାଉ କି, ଗୁଗୁଲ୍ ପ୍ଲେ ଗତ ବର୍ଷ ଗୋପନୀୟତା-କେନ୍ଦ୍ରିତ “nutrition labels” ଆରମ୍ଭ କରିଥିଲା, ଯାହାକି ଉପଭୋକ୍ତାମାନେ କେଉଁ ଡାଟା ଡାଉନଲୋଡ୍ କରିବାକୁ ଚେଷ୍ଟା କରୁଛନ୍ତି ତାହା ଜାଣିବାରେ ସାହାଯ୍ୟ କରେ ।

କିନ୍ତୁ ବର୍ତ୍ତମାନ ଦେଖାଯାଉଛି ଯେ ବ୍ୟବହାରକାରୀଙ୍କ ଡାଟା ଚୋରୀ କରିବା ପାଇଁ ହ୍ୟାକରମାନେ ଗୁଗୁଲର ସିଷ୍ଟମକୁ ଚକମା ଦେବାର ଏକ ଉପାୟ ମଧ୍ୟ ପାଇଛନ୍ତି । ମୋବାଇଲ୍ ସାଇବର ସିକ୍ୟୁରିଟି କମ୍ପାନୀ Pradeo ସାଇବର ସିକ୍ୟୁରିଟି ଆନାଲିଷ୍ଟଙ୍କ ଅନୁଯାୟୀ, ଗୁଗୁଲ ପ୍ଲେରେ ଦୁଇଟି ଆପରେ ସ୍ପାଏୱେୟାର ମିଳିଛି, ଯାହା ଚୀନରେ ଥିବା ମଲିସିୟାନ୍ ସର୍ଭରକୁ ଡାଟା ପଠାଉଥିଲା । କମ୍ପାନୀ କହିଛି ଯେ ସ୍ପାଏୱେୟାର ଲୋଡ୍ ଆପ୍ ଦ୍ୱାରା ଏକ ମିଲିୟନରୁ ଅଧିକ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି ।

ଫୋନରୁ ଏହି ଦୁଇଟି ଆପ୍ ଡିଲିଟ୍ କର :-
ଏକ ବ୍ଲଗରେ ସାଇବର ସିକ୍ୟୁରିଟି ଫର୍ମ କହିଛି ଯେ, ସେମାନେ ଗୁଗୁଲକୁ ଏ ବିଷୟରେ ସଚେତନ କରିଛନ୍ତି । ଚୀନ୍ ସ୍ପାଏୱେର୍ ସହିତ ଦୁଇଟି ଆପ୍ ହେଉଛି “File Recovery and data recovery” ଏବଂ “File Manager” । ଉଭୟ ଗୋଟିଏ ଡେଭଲପର ଦ୍ୱାରା ପବ୍ଲିଶ୍ କରାଯାଇଛି, ଯାହାର ନାଁ ୱାଙ୍ଗ ଟମ୍’ । ଯେପରି ନାମରୁ ଜଣାପଡୁଛି କି, ଆପ୍ ଉପଭୋକ୍ତାମାନଙ୍କୁ ଡାଟା ମ୍ୟାନେଜ୍ କରିବାରେ ସାହାଯ୍ୟ କରେ ଏବଂ କେତେକ କ୍ଷେତ୍ରରେ, “ଆପଣଙ୍କ ଫୋନ୍, ଟାବଲେଟ୍ କିମ୍ବା କୌଣସି ଆଣ୍ଡ୍ରଏଡ୍ ଡିଭାଇସ୍ ରୁ ଡିଲିଟ୍ ହୋଇଥିବା ଫାଇଲଗୁଡିକ ପୁନରୁଦ୍ଧାର କରିଥାଏ ।’ ୟୁଜର୍ସଙ୍କୁ ପରାମର୍ଶ ଦିଆଯାଇଛି କି, ଯଦି ସେମାନେ ଏପର୍ଯ୍ୟନ୍ତ ଏହି ଆପକୁ ବ୍ୟବହାର କରୁଛନ୍ତି, ତେବେ ତୁରନ୍ତ ଆପ୍ ଡିଲିଟ୍ କରନ୍ତୁ ।

Get real time updates directly on you device, subscribe now.