fbpx
BSKY SKY
BSKY SKY

ବୟସ୍କ ଲୋକଙ୍କୁ ଘାରିଲାଣି କରୋନା: ୧୦୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

BSKY

ନୂଆଦିଲ୍ଲୀ: ରାଜଧାନୀରେ କରୋନା ସଂକ୍ରମଣ ପୁଣିଥରେ ଭୟାବହ ପରିସ୍ଥିତି ଆଡକୁ ଗତି କରୁଛି । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣିଥରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ଉପରକୁ ପହଞ୍ଚିଛି । ସୋମବାର ଏହି ସଂଖ୍ୟା ୧୦୩ରେ ପହଞ୍ଚିଥିବା ବେଳେ ଏଥିରୁ ୪୮ ଜଣ ଆଇସିୟୁରେ ଥିବା ବେଳେ ୧୨ ଜଣ ଭେଣ୍ଟିଲେଟରରେ ରହିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢିବାରେ ଲାଗିଛି । ତେବେ ବିଶେଷ କରି ଏହା ପୂର୍ବ ଭଳି ବୟସ୍କ ଲୋକମାନଙ୍କୁ ଅଧିକ ସଂକ୍ରମଣ କରୁଥିବା ଦେଖିବାକୁ ମିଳୁଛି ।

ଦିଲ୍ଲୀରେ ବର୍ତ୍ତମାନ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି । ଦିଲ୍ଲୀର ଲୋକନାୟକ ହସ୍ପିଟାଲର ଚିକିତ୍ସା ଅଧିକ୍ଷକ ଡା. ସୁରେଶ କୁମାରଙ୍କ କହିବା ଅନୁସାରେ, ମେଡିକାଲରେ ଭର୍ତ୍ତି ହୋଇଥିବା ୧୦୩ ଆକ୍ରାନ୍ତଙ୍କ ମଧ୍ୟରେ ଅଧିକ ବୟସ୍କ ଏବଂ ଅସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଏମାନଙ୍କ ଦେହରେ କରୋନା ଲକ୍ଷଣ ଗମ୍ଭୀର ନ ହୋଇଥିଲେ ବି ସମସ୍ତଙ୍କ ଉପରେ ନଜର ରହିଛି । କିଛି ରୋଗୀଙ୍କ ଦେହରେ ଜ୍ୱର, ଦେହ ଦରଜ ଏବଂ ଡାଇରିଆ ଥିବା ଦେଖାଯାଇଛି । ଏମ୍ସର ମେଡିସିନ ବିଭାଗର ଆଡିସନାଲ ପ୍ରଫେସର ଡା. ନୀରଜ ନିଶ୍ଚଳ କହିଛନ୍ତି ଯେ, ଲୋକମାନଭ୍କୁ ଏବେଠୁ ସତର୍କ ରହିବା ଆବଶ୍ୟକ, ତେବେ ଚିନ୍ତାର କୌଣସି କାରଣ ନାହିଁ । ଯାଞ୍ଚ ପ୍ରକ୍ରିୟାରେ ବୃଦ୍ଧି ହୋଇଥିବାର ପଜିଟିଭ ହାର ମଧ୍ୟ ବୃଦ୍ଧି ପାଇଛି । ତେବେ କରୋନା ମାମଲାର କୌଣସି ବିପଦଜନକ ଷ୍ଟ୍ରେନ ଆସିନଥିବା ପର୍ଯ୍ୟନ୍ତ କୌଣସି ଭୟ ନାହିଁ ବୋଲି ସେ ଆଶ୍ୱାସନା ଦେଇଛନ୍ତି । ତେବେ ଲକ୍ଷଣ ଦେଖିଲେ ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବା ପାଇଁ ସେ ଅପିଲ କରିଛନ୍ତି ।

ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ନୂଆ ଭାରିଆଣ୍ଟରେ ଅଧିକ କରୋନା ରୋଗୀ ମେଡିକାଲରେ ଭର୍ତ୍ତି ହେବାର ସମ୍ଭାବନା ମଧ୍ୟ କମ୍ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ଭାଇରସର ବିଭିନ୍ନ ନୂଆ ନୂଆ ଭାରିଆଣ୍ଟରୁ ଲୋକମାନେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ । ବର୍ତ୍ତମାନ ଦେଶରେ ବୃଦ୍ଧି ପାଉଥିବା ସଂକ୍ରମଣର କାରଣ କୋଭିଡ-୧୯ର ନୂଆ ଭାରିଆଣ୍ଟ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ ।

Get real time updates directly on you device, subscribe now.