fbpx

ତେଜସ୍ ପରି ଗଡିବ ୧୦୦୦ରୁ ଅଧିକ ଘରୋଇ ଟ୍ରେନ

ନୂଆଦିଲ୍ଲୀ,୧ ।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା କରିଛନ୍ତି । ରେଲୱେ ବଜେଟ୍ ପାଇଁ ଅନେକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ନିର୍ମଣା ସୀତାରମଣ କହିଛନ୍ତି, ରେଲୱେରେ ଆୟ ବଢାଇବା ପାଇଁ ପିପିପି ମଡେଲ ଉପରେ ଅଧିକ ଗୁରୁତ୍ଵ ଦିଆଯିବ । ଆୟ ବଢ଼ାଇବା ପାଇଁ ଆବଶ୍ୟକ ସୌର ଓ ଶକ୍ତି । ଏଥିପାଇଁ ରେଲୱେର ଫାଙ୍କା ଥିବା ଜମିରେ ସୋଲାର ପ୍ୟାନେଲ ଲଗାଯିବ । ଦେଶରେ ତେଜସ୍ ପରି ୧୦୦୦ରୁ ଅଧିକ ଘରୋଇ ଟ୍ରେନ୍ ଗଡ଼ିବାକୁ ପ୍ରସ୍ତାବ ଦିଆଯାଇଛି । ତେଜସ୍ ଟ୍ରେନ୍ ଜରିଆରେ ପର୍ୟ୍ୟଟନ ସ୍ଥଳୀଗୁଡ଼ିକୁ ଯୋଡ଼ାଯିବ ।

ସାରା ଦେଶରେ ମାନବ ରହିବ ରେଲୱେ କ୍ରସିଂ ଶେଷ କରିଦିଆଯାଇଛି । ଷ୍ଟେସନ୍ ଗୁଡ଼ିକର ଉନ୍ନତୀକରଣ ଉପରେ ଅଧିକ ଧ୍ୟାନ ଦିଆଯିବ । ୨୭,୦୦୦ କି.ମି ଲମ୍ବା ରେଳ ଲାଇନର ବିଦ୍ୟୁତୀକରଣ ବ୍ୟବସ୍ଥା କରାଯିବ । ସୋଲାର ପାୱାର ଗ୍ରିଡ଼ ରେଳ ଧାରଣା କୋଣରେ ତିଆରି କରିବା ପାଇଁ ଯୋଜନା ହୋଇଛି । ୧୪୮ କମି ବେଙ୍ଗାଲୁରୁ ଉପନଗରୀୟ ଟ୍ରେନ୍ ସିଷ୍ଟମ୍ ତିଆରି ହେବ । ଆଉ ଏଥିରେ ପାଖାପାଖି ୧୮ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଯେଉଁଥିରେ ୨୫ ପ୍ରତିଶତ ବ୍ୟୟବରାଦ କରବେ କେନ୍ଦ୍ର ସରକାର । ୫୫୦ ଷ୍ଟେସନରେ ୱାଇଫାଇ ସୁବିଧା ଉପଲବ୍ଧ ରହିଛି ।

Get real time updates directly on you device, subscribe now.