fbpx

NCLରେ ଖାଲି ପଡିଛି ୧୧୪୦ରୁ ଅଧିକ ପଦବୀ, ଇଛୁକ ପ୍ରାର୍ଥୀ ତୁରନ୍ତ କରନ୍ତୁ ଆବେଦନ

ଓଡିଶା ଭାଷ୍କର : ସରକାରୀ ଚାକିରୀ କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଏକ ଖୁସି ଖବର । ନର୍ଦନ କୋଲ୍ଡଫିଲ୍ଡସ ଲିମିଟେଡ(NCL)ରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ, NCL କମ୍ପାନୀ ଆପ୍ରେଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଜାରି କରିଛି । ତେବେ ଦଶମ ପାସ କରିଥିବା ପ୍ରାର୍ଥୀ ଶୀଘ୍ର  କରନ୍ତୁ ଆବେଦନ ।ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ୱେବସାଇଟ nclcil.in କୁ ଯାଇ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବାର ପ୍ରକ୍ରିୟା ଅକ୍ଟୋବର ୫ ରୁ ଆରମ୍ଭ ହୋଇ ଅକ୍ଟୋବର ୧୫ ରେ ଶେଷ ହେବ ।

ପଦବୀ ବିବରଣୀ : ୧୧୪୦
ଫିଟର : ୫୪୩
ଇଲେକ୍ଟ୍ରିସିଆନ : ୩୭୦
ୱେଲଡର : ୧୫୫
ମୋଟର ମେକାନିକ : ୪୭
ଇଲେକ୍ଟ୍ରୋନିକ୍ସ ମେସିନ : ୧୩
ଅଟୋ ଇଲେକ୍ଟ୍ରିସିଆନ : ୧୨

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ କରିବା ସହ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ଯୁକ୍ତ ୨ ପାସ କରି ITI କରିଥିବା ଆବଶ୍ୟକ ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ସୀମା ୧୮ ରୁ ୨୬ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ । ସରକାରୀ ନିୟମାବଳୀ ଅନୁଯାୟୀ SC / ST / OBC ପ୍ରାର୍ଥୀଙ୍କୁ ସର୍ବାଧିକ ବୟସ ସୀମାରେ ଛାଡ ମିଳିବ ।

କେମିତି ହେବ ଚୟନ : ପ୍ରାର୍ଥୀଙ୍କ ଚୟନ ୧୦ମ ମାର୍କ ଏବଂ ଆଇଟିଆଇ ମେରିଟ ଆଧାରରେ କରାଯିବ ।

କିପରି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ ୱେବସାଇଟ nclcil.in କୁ ଯାଇ ଚେକ୍‌ କରନ୍ତୁ ।
ଏହା ପରେ ଭର୍ତ୍ତି ପାଇଁ ଲିଙ୍କକୁ ଯାଇ କ୍ଲିକ୍‌ କରନ୍ତୁ ।
ତା’ ପରେ ସବୁ ବିବରଣୀ ପୂରଣ କରିଦିଅନ୍ତୁ ।
ଯୁଜର ଆଇଡି ଏବଂ ପାସଓ୍ଵାର୍ଡ କ୍ରିଏଟ କରନ୍ତୁ ।
ଆବେଦନ ଫର୍ମ ପୂରଣ କରିବା ପରେ ସବମିଟ୍‌ କରନ୍ତୁ ।
ଏହାପରେ ଆବେଦନ ଶୁଳ୍କ ଭରନ୍ତୁ ।
ଆବେଦନ ପତ୍ର ଡାଉନଲୋଡ କରି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ :

NCL Apprentice Recruitment 2023 Notification Released For 1140 Post Apply Online

Get real time updates directly on you device, subscribe now.