fbpx
BJD SKY
BJD SKY

ପାର୍ବଣ ଋତୁରେ କେନ୍ଦ୍ର ସରକାର ସମସ୍ତ କର୍ମଚାରୀଙ୍କୁ ଦେବେ ବଡ ଉପହାର, ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଯାଉଛନ୍ତି ମହଙ୍ଗା ଭତ୍ତା

BJD

ନୂଆଦିଲ୍ଲୀ: ପାର୍ବଣ ଋତୁରେ କେନ୍ଦ୍ର ସରକାର ସମସ୍ତ କର୍ମଚାରୀଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି । ଏହି ଉପହାର ବର୍ଷର ଦ୍ୱିତୀୟ ଷଡମାସ ଅର୍ଥାତ୍ ଜୁଲାଇରୁ ଡିସେମ୍ବର ପର୍ଯ୍ୟନ୍ତ ମହଙ୍ଗା ଭତ୍ତା (ଡିଏ)ରେ ବୃଦ୍ଧି ଆକାରରେ ମିଳିବ । ଏହା ପୂର୍ବରୁ କିଛି ରାଜ୍ୟରେ ମହଙ୍ଗା ଭତ୍ତା ୪ ପ୍ରତିଶତ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ତେବେ ଏହି ବୃଦ୍ଧି ବର୍ଷର ପ୍ରଥମ ଷଡମାସ ଅର୍ଥାତ୍ ଜାନୁୟାରୀରୁ ଜୁନ୍ ପର୍ଯ୍ୟନ୍ତ କରାଯାଇଛି ।

ମଧ୍ୟପ୍ରଦେଶ, ସିକ୍କିମ, ଓଡିଶା, କର୍ଣ୍ଣାଟକ, ଝାରଖଣ୍ଡ ଓ ହିମାଚଳପ୍ରଦେଶ ସହିତ ଅଲଗା ଅଲଗା ରାଜ୍ୟ ସରକାର ନିଜ କର୍ମଚାରୀଙ୍କ ଲାଗି ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି । ଏହି ବୃଦ୍ଧି ୪ ପ୍ରତିଶତ ପର୍ଯ୍ୟନ୍ତ ହୋଇଛି । ଅଧିକାଂଶ ରାଜ୍ୟରେ ଏବେ କର୍ମଚାରୀଙ୍କୁ ୩୮ ପ୍ରତିଶତ ପରିବର୍ତ୍ତେ ୪୨ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ମାର୍ଚ୍ଚ ମାସରେ କେନ୍ଦ୍ର ସରକାର ଏହାର କର୍ମଚାରୀଙ୍କ ଲାଗି ଭତ୍ତା ବୃଦ୍ଧି ସଂପର୍କରେ ଘୋଷଣା କରିଥିଲେ ।

ଏବେ କୁହାଯାଉଛି କେନ୍ଦ୍ର ସରକାର ନବରାତ୍ରୀ ଓ ଦିୱାଲି ମଧ୍ୟରେ ଡିଏ ବୃଦ୍ଧି ନେଇ ଘୋଷଣା କରିପାରନ୍ତି । ଅନୁମାନ କରାଯାଉଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଡିଏରେ ୩ ପ୍ରତିଶତ ବୃଦ୍ଧି କରାଯିବ । ଏହାକୁ ୧ ଜୁଲାଇ ୨୦୨୩ରୁ ପ୍ରଭାବୀ କରିଦିଆଯିବ । ମାର୍ଚ୍ଚ ୨୦୨୩ରେ କରାଯାଇଥିବା ବୃଦ୍ଧିରେ ଡିଏ ୪ ପ୍ରତିଶତ ବଢାଯାଇ ୪୨ ପ୍ରତିଶତ କରିଦିଆଯାଇଥିଲା ।

Get real time updates directly on you device, subscribe now.