fbpx

(Video) ୧୬ରୁ ଅଧିକ ଲୋକଙ୍କୁ କାମୁଡ଼ିଲା ସାପ: ୬ ମାସର ଶିଶୁପୁତ୍ର ଗୁରୁତର

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାପ ନାଁ ଶୁଣିଲେ ଡରରେ ସମସ୍ତଙ୍କର ଶରୀରରେ ଏକ ଶିହରଣ ଖେଳିଯାଇଥାଏ । ସାପ ଯେତେ ଭୟଙ୍କର ହେଉ ବା ନହେଉ ସାପକୁ ଅତି ନିକଟରୁ ଦେଖିଦେଲେ ତାହା ମନରେ ଅତ୍ୟନ୍ତ ଭୟ ଭାବନା ଜାଗ୍ରତ କରିଦେଇଥାଏ । ତେବେ ପ୍ରତିବର୍ଷ ଭାରତରେ ସାପ କାମୁଡ଼ା କାରଣରୁ ପାଖାପାଖି ୬୪ ହଜାର ଲୋକ ମୃତ୍ୟୁବରଣ କରିଥିବା ନେଇ ଗତବର୍ଷ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ।

ତେବେ ଏହା ମଧ୍ୟରେ ଆଜି ରାଜ୍ୟରୁ ସାପ କାମୁଡ଼ାକୁ ନେଇ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ସାପ କାମୁଡ଼ାରେ ୧୬ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାର ସୋର ପୌରାଞ୍ଚଳ ଓ ଗ୍ରାମାଞ୍ଚଳରୁ ଅନେକ ଲୋକଙ୍କୁ ସାପ କାମୁଡ଼ିଛି । ଫଳରେ୧୬ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ତେବେ ସାପ କାମୁଡ଼ାରେ ଜଣେ ଛଅ ମାସର ଶିଶୁପୁତ୍ର ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତମାନେ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଗୁରୁତର ଶିଶୁପୁତ୍ରକୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଦିନବେଳେ ୧୦ ଜଣ ସାପ କାମୁଡ଼ାରେ ଆହତ ହୋଇଥିବା ବେଳେ ସନ୍ଧ୍ୟା ବେଳେ ଆଉ ୬ ଜଣ ଆହତ ହୋଇଥିଲେ ।

ତେବେ ସାପ କାମୁଡ଼ାରେ ଆହତଙ୍କ ମଧ୍ୟରେ ଲକ୍ଷ୍ମୀ ମହାଳିକ, ମିତା ଦାସ, ପ୍ରଭାକର ସାହୁ ରହିଛନ୍ତି । ଆହତ ଶିଶୁପୁତ୍ର ସୋର ବ୍ଲକର ଜଡ଼ିଦା ପଞ୍ଚାୟତର ରୁଷ ଅଠର ଗ୍ରାମର ଦିବ୍ୟରଞ୍ଜନ କମିଳାଙ୍କ ପୁଅ ଶୁଭମ୍ ବୋଲି ଜଣାପଡ଼ିଛି । ତେବେ ସାପ କାମୁଡ଼ାରେ ବହୁ ଲୋକ ଆହତ ହେବା ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଯାଇଛି । ସାପଟି ଏତେ ସଂଖ୍ୟକ ଲୋକଙ୍କୁ କିପରି କାମୁଡ଼ିଲା ସେନେଇ ଏବେ ଚାରିଆଡ଼େ ଖୁବ୍ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.