fbpx

ରାତିରେ ସଙ୍ଗୀତ ଶୁଣି ଶୁଣି ଶୋଇବା ଭୁଲ ନା ଠିକ ? ଜାଣନ୍ତୁ କ’ଣ କହୁଛି ରିସର୍ଚ୍ଚ

AAKASH

ଆଜିକାଲି ଯୁବପିଢ଼ି ଗୀତ ଶୁଣି ଶୁଣି ଶୋଇବାକୁ ପସନ୍ଦ କରିଥାନ୍ତି । ଏହାଛଡ଼ା ମ୍ୟୁଜିକ ଦ୍ୱାରା ମଧ୍ୟ ରୋଗୀଙ୍କୁ ଚିକିତ୍ସା କରାଯାଇ ପାରୁଛି । କିଛି ଲୋକ ଶୋଇବା ପୂର୍ବରୁ ହାଲକା ସଂଗୀତ ଶୁଣିବାକୁ ପସନ୍ଦ କରନ୍ତି । କେହିକେହି ଗୀତ ଶୁଣି ଶୁଣି ମଧ୍ୟ ଶୋଇଥାନ୍ତି ।

ଅନେକ ଗବେଷଣାରେ ଜଣାପଡିଛି ଯେ ଇୟର ଫୋନ୍‌ ଲଗାଇ ଗୀତ ଶୁଣିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା କାନ ଓ ଆମର ସ୍ଲିପ ସାଇକିଲକୁ ନଷ୍ଟ କରିଥାଏ । ଆମ ଶରୀରରେ ଏକ ଘଣ୍ଟା ଥାଏ ଯାହାକୁ ସକେଡିୟନ ରିଦିମ କୁହାଯାଏ ।

ଏହାକୁ ୨୪ ଘଣ୍ଟା ଚାଲୁଥିବା ଘଣ୍ଟା କୁହାଯାଏ । ଯାହା ଆମର ଶୋଇବା ଓ ଉଠିବା ସମୟର ଧ୍ୟାନ ରଖିଥାଏ । ଯେତେବେଳେ ଆମ ଶରୀର ଏହି ରିଦମ ବଦଳରେ ଅନ୍ୟ କିଛି ଶବ୍ଦ ଉପରେ ନିର୍ଭର କରିଥାଏ, ଏହା ଆମର କ୍ଷତି କରିଥାଏ ।

ଶୋଇବା ସମୟରେ ଗୀତ ଶୁଣିବା ଠିକ ନୁହେଁ

ଗୀତ ଶୁଣିବା ବେଳେ ଆମ ମୋବାଇଲ ମଧ୍ୟ ଆଖପାଖରେ ଥାଏ ।ଏଥିପାଇଁ ଆମ ଶରୀର ସର୍ବଦା ଆକ୍ଟିଭ ମୋଡରେ ଥାଏ । ତେଣୁ ନୀଦ ଭଲ ଭାବେ ହୋଇନଥାଏ । ନୀଦ ଭଲ ଭାବେ ହୋଇ ନଥିବା ଯୋଗୁ ଶରୀର କ୍ଷତି ହୋଇଥାଏ । ଏହାଦ୍ୱାର ବିଭିନ୍ନ ସମସ୍ୟା ହୋଇଥାଏ ।

ଯଦି ନିହାତି ଶୁଣିବା ଦରକାର

ଯଦି ଆପଣଙ୍କୁ ଗୀତ ଶୁଣିବା ନିହାତି ଦରକାର । ତେବେ ମୋବାଇଲ ଦୂରରେ ରଖନ୍ତୁ ଓ ଅତି କମ ସାଉଣ୍ଡରେ ଗୀତ ଶୁଣନ୍ତୁ । ତେବେ ଗୀତ ଶୁଣିବା ଅପେକ୍ଷା ଅନ୍ୟ ଅଭ୍ୟାସ କରିବା ଭଲ ଯାହା ଭଲ ନିଦ ଆଣିଥାଏ ।

Get real time updates directly on you device, subscribe now.