fbpx
BSKY
BJD YOUTH SKY
BJD MS SKY

ଭିଜିଲାନ୍ସ ଜାଲରେ ଅତିରିକ୍ତ CSO, ଘର ଓ ଅଫିସ ସମେତ ୭ଟି ସ୍ଥାନରେ ଚଢାଉ

ଭୁବନେଶ୍ୱର: ଭଞ୍ଜନଗରର ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ଭିଜିଲାନ୍ସ କବଜାରେ ପଡିଯିବାବ କଥା ସାମ୍ନାକୁ ଆସିଛି । ଅତିରିକ୍ତ ସିଭିଲ ସପ୍ଲାଇ ଅଫିସର ସଞ୍ଜୟ ସାହୁଙ୍କ ଘର, ଅଫିସରେ ରେଡ ଚାଲିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ଚାଲିଛି ।

ସୂଚନା ଅନୁଯାୟୀ, ଅତିରିକ୍ତ ସିଭିଲ ସପ୍ଲାଇ ଅପିସର ସଞ୍ଜୟ ସାହୁଙ୍କ ପାଖରେ ଆୟ ଠାରୁ ଅଧିକ ସଂପତ୍ତି ଥିବା ନେଇ ଭିଜିଲାନ୍ସକୁ ଖବର ହୋଇଥିଲା । ଏହାପରେ ଭିଜିଲାନ୍ସ ଟିମ୍ ଆଜି ସକାଳୁ ସାକାଳୁ ସିଏସଓ ସଞ୍ଜୟ ସାହୁଙ୍କ ଘର ଅଫିସ ସମେତ ୭ଟି ସ୍ଥାନରେ ଚଢାଉ ଚଳାଇଛି ।

ଭୁବନେଶ୍ୱରରେ ୪ଟି ଘରେ ଏବଂ ଭଞ୍ଜନଗର ଅଫିସ୍ ସମେତ ଭଡା ଘରେ ମଧ୍ୟ ରେଡ ଚାଲିଛି । ମୟୂରଭଞ୍ଜରେ ଥିବା ଘରେ ମଧ୍ୟ ଚଢାଉ କରୁଛି ଭିଜିଲାନ୍ସ ଟିମ୍ । ପୂର୍ବରୁ କାମାକ୍ଷାନଗରରେ ଆସିଷ୍ଟାଣ୍ଡ ସିଭିଲ୍ ସପ୍ଲାଇ ଅଫିସର ଥିଲେ ସଞ୍ଜୟ ।

Get real time updates directly on you device, subscribe now.