fbpx

ରେଲୱେ ପକ୍ଷରୁ ଆସୁଛି ଏକ ବଡ଼ ନିଯୁକ୍ତି: ପୂରଣ ହେବ ୨୦ ହଜାରରୁ ଅଧିକ Group-D ପଦ, ଖୁବଶୀଘ୍ର ପ୍ରକାଶ ପାଇବ ବିଜ୍ଞପ୍ତି

AAKASH

ନୂଆଦିଲ୍ଲୀ: ସରକାରୀ ଚାକିରି ଅପେକ୍ଷାରେ ରହିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ଭାରତୀୟ ରେଳବାଇ ପକ୍ଷରୁ ଏକ ମେଗା ନିଯୁକ୍ତି ସୁଯୋଗ ଆସୁଛି । ରେଲୱେ ପକ୍ଷରୁ ୨୦,୭୧୯ଟି ଗ୍ରୁପ ଡି’ ପଦ ପାଇଁ ଖୁବଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ପକ୍ଷରୁ ଗ୍ୟାଙ୍ଗମ୍ୟାନ ପଦରେ ଏହି ନିଯୁକ୍ତି ଦିଆଯିବ । ଯେଉଁ ପ୍ରାର୍ଥୀମାନେ ଏହି ପଦ ପାଇଁ ସିଲେକ୍ଟ ହେବେ ସେମାନଙ୍କୁ ରେଲୱେ କ୍ରସିଂମାନଙ୍କରେ ନିଯୁକ୍ତି ଦିଆଯିବ ।

ରେଲୱେ ପକ୍ଷରୁ ଏହି ପଦ ପାଇଁ ବିଜ୍ଞପ୍ତି ଜାରି ହେବା ପରେ ପ୍ରାର୍ଥୀମାନେ ବିଭାଗୀୟ ୱେବସାଇଟକୁ ଯାଇ ଅନଲାଇନରେ ଆବେଦନ କରିପାରିବେ । ତେବେ ଏହି ନିଯୁକ୍ତି ପ୍ରକ୍ରିୟା ନେଇ ପ୍ରସ୍ତୁତି ଆରମ୍ଭ କରିବା ନେଇ ଦେଶର ୧୭ଟି ରେଲୱେ ଜୋନକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ନିଯୁକ୍ତି ଜାରି ହେବା ପରେ ପ୍ରାର୍ଥୀମାନେ ଆବେଦନ ବିଷୟରେ ସବିଶେଷ ତଥ୍ୟ ଜାଣି ପାରିବେ ।

ତେବେ ଜଣାପଡ଼ିଛି ମୋଟ ୨୦,୭୧୯ଟି, ପଦ ମଧ୍ୟରୁ ୩,୩୩୦ଟି ପଦ ପୂର୍ବତନ ଯବାନଙ୍କ ପାଇଁ ସଂରକ୍ଷିତ ରହିବ । ଏହାପୂର୍ବରୁ ଗତ ୨୦୧୯ରେ ରେଲୱେ ପକ୍ଷରୁ ଏକ ବଡ଼ଧରଣର ନିଯୁକ୍ତି ସୁଯୋଗ ଆସିଥିଲା । ସେ ସମୟରେ ପାଖାପାଖି ୧ ଲକ୍ଷରୁ ଅଧିକ ଗ୍ରୁପ-ଡି ପଦ ପାଇଁ ବିଜ୍ଞାପନ ଜାରି କରାଯାଇଥିଲା । କରୋନା ମହାମାରୀ କାରଣରୁ ଗତ କିଛିଦିନ ଧରି ରେଲୱେର ନିଯୁକ୍ତି ପ୍ରକ୍ରିୟାରେ ବ୍ୟାଘାତ ଘଟିଥିଲା । ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ଖୁବଶୀଘ୍ର ନିଯୁକ୍ତି ପତ୍ର ପ୍ରଦାନ କରାଯିବ ।

Get real time updates directly on you device, subscribe now.