fbpx
BSKY
BJD MC SKY
BJD YOUTH SKY

ଘାଟିରେ ଓଲଟିଲା ପିକନିକ୍ ବସ୍: ୩୫ରୁ ଅଧିକ ଯାତ୍ରୀ ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆବର୍ଷ ୨୦୨୪ ପାଦ ଦେବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ତେବେ ନୂଆ ବର୍ଷ ଅବସରରେ ସମସ୍ତେ ଏବେ ପିକନିକରେ ବ୍ୟସ୍ତ । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବିବାହିତ ପୁରୁଷ, ମହିଳା ଓ ବୟସ୍କମାନେ ନିଜର ବନ୍ଧୁ, ପରିଜନଙ୍କ ସହିତ ନୂଆ ନୂଆ ପିକନିକ୍ ସ୍ଥଳରେ ଭୋଜିଭାତ କରୁଥିବା ଦେଖାଯାଉଛି । ତେବେ ଏହି ଅବସରରେ ଘଟିଯାଇଛି ଏକ ବଡ଼ ଅଘଟଣ ।

ସୂଚନା ମୁତାବକ, ଯାଜପୁର ଜିଲ୍ଲାର ଦଶମନ୍ତପୁର ଅଞ୍ଚଳର ୬୦ରୁ ଅଧିକ ଯାତ୍ରୀ ପିକନିକ୍ କରିବାକ ପାଇଁ ଗଜପତି ଜିଲ୍ଲା ଜିରାଙ୍ଗ ଅଭିମୁଖେ ଯାତ୍ରା କରିଥିଲେ । ତେବେ ସେଠାରେ ପିକନିକ୍ ସାରି ସେମାନେ ଖସଡ଼ା ଯାଇଥିଲେ ଓ ତା’ପରେ ଘରକୁ ଫେରୁଥିଲେ । ତେବେ ଏତେବଡ଼ ଖୁସିକୁ କାଳ ସତେ ଯେମିତି ସହ୍ୟ କରିପାରିନଥିଲା । ଘରକୁ ଫେରୁଥିବା ସମୟରେ ତପ୍ତପାଟି ଘାଟିରେ ବସଟି ଅଚାନକ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ।

ମୋହନାର ତପ୍ତପାଟି ଘାଟିରେ ବସଟି ଭାରସାମ୍ୟ ହରାଇ ଅଚାନକ ବାମପଟକୁ ଓଲଟି ପଡ଼ିବା ଫଳରେ ବସରେ ଥିବା ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ସମସ୍ତ ଯାତ୍ରୀଙ୍କୁ ନିକଟସ୍ଥ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ତପ୍ତପାଣି ଘାଟିରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଥିବା ବେଳେ ଏବେ ବି ବସ ଭିତରେ ଅନେକ ଯାତ୍ରୀ ଫଶି ରହିଥିବା ଅନୁମାନ କରାଯାଉଛି । ଖବର ପାଇ ସାନଖେମୁଣ୍ଡି ଅଗ୍ନିଶମ ବିଭାଗ କର୍ମଚାରୀ ଓ କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.