fbpx

(Video) ପିକନିକରୁ ଫେରୁଥିଲେ ଭୂତ ଲାଗିଲା: ସମସ୍ତଙ୍କର ଆଚାର ବ୍ୟବହାର ବଦଳିଗଲା!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମ ଆଖପାଖରେ ଅନେକ ସମୟରେ ଭୂତପ୍ରେତଙ୍କୁ ନେଇ କିଛି ଅଜବ ପ୍ରକାରର କଥା ସବୁ ଶୁଣିବାକୁ ମିଳିଥାଏ । ଭୂତ ସହ ଜଡ଼ିତ ଏହି କଥାସବୁକୁ କିଛି ଲୋକ ବିଶ୍ୱାସ କରୁଥିବା ବେଳେ ଆଉ କିଛି ହସରେ ଉଡ଼ାଇ ତାହାକୁ ଅନ୍ଧବିଶ୍ୱାସ ବୋଲି କହିଥାନ୍ତି । ତେବେ ଏହା ମଧ୍ୟରେ ବାଲେଶ୍ୱରରୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ପିକନିକରୁ ଫେରିବା ସମୟରେ କିଛି ଛାତ୍ରଛାତ୍ରୀଙ୍କ ଦେହରେ ଭୂତ ଲାଗିଥିବା କୁହାଯାଉଛି ।

ସୂଚନା ମୁତାବକ, ସୋରରେ ଟିଉସନ ହେଉଥିବା ପାଖାପାଖି ୨୨ ଜଣ ଛାତ୍ରଛାତ୍ରୀ ଏକ ବସ୍ ଯୋଗେ ପିକନିକ୍ କରିବାକୁ ଯାଇଥିଲେ । ପଞ୍ଚୁଲିଙ୍ଗେଶ୍ୱର, ରେମୁଣା ଜଗନ୍ନାଥ ମନ୍ଦିର, କ୍ଷୀରଚୋରା ଓ ଚାନ୍ଦିପୁର ସମୁଦ୍ର ବେଳାଭୂମିକ ବୁଲାବୁଲି କରି ଫେରିବା ସମୟରେ ହଠାତ୍ ଏକ ଅଭାବନୀୟ ଘଟଣା ଘଟିଥିଲା । ବରଫ କଳଠାରେ ୩ ଜଣ ଛାତ୍ରୀ ଓ ଜଣେ ଛାତ୍ର ଅଜବ ପ୍ରକାରର ବ୍ୟବହାର କରିବା ସହିତ ସେମାନେ ସମସ୍ତେ ଗୁରୁତର ହୋଇପଡ଼ିଥିବା ଦେଖାଯାଇଥିଲା ।

ଏହି ଘଟଣା ପରେ ସମସ୍ତ ଗୁରୁତରଙ୍କୁ ସଙ୍ଗେସଙ୍ଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନା ସମ୍ମୁଖରେ ସେମାନେ ଚିକ୍ରାର କରିବା ସହିତ ଏଣେତେଣେ ଦୌଡ଼ିବାରେ ଲାଗିଥିଲେ । ଛାତ୍ରଛାତ୍ରୀଙ୍କ ଦେହରେ ଭୂତ ଲାଗିଥିବା କିଛି ସମ୍ପର୍କୀୟ କହିଥିଲେ । ଏକସଙ୍ଗେ ୪ ଜଣ ଏପରି ଅସ୍ୱାଭାବିକ ଆଚରଣ କରିବାକୁ ନେଇ ଅନେକ ଚିନ୍ତାବ୍ୟକ୍ତ କରିଥିଲେ । କ’ଣ ପାଇଁ ଏପରି ଘଟିଲା ତାହା କେହି ଜାଣିନଥିବା ବେଳେ ଅନେକ ଲୋକ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

Get real time updates directly on you device, subscribe now.