fbpx

ହିନ୍ଦୁ ଧର୍ମରେ ୧୦୮ ଅଙ୍କ କାହିଁକି ହୋଇଥାଏ ଖାସ? ୧୦୮ତମ ‘ମନ କୀ ବାତ’ରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ବିଭିନ୍ନ ଧର୍ମରେ କିଛି ବିଶେଷ ଅଙ୍କ କିମ୍ବା ସଂଖ୍ୟାର ବିଶେଷ ମହତ୍ତ୍ୱ ରହିଥାଏ । ତେବେ ଏହା ମଧ୍ୟରୁ କିଛି କୁ ଶୁଭ ତ’ କିଛିକୁ ଅଶୁଭ ବୋଲି ବିବେଚନା କରାଯାଇଥାଏ । ତେବେ ଏହା ପଛରେ କିଛି ସ୍ୱତନ୍ତ୍ର କାରଣ ମଧ୍ୟ ରହିଛି । ତେବେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ‘ମନ କୀ ବାତ’ର ୧୦୮ତମ ଏପିସୋଡ଼ ପ୍ରସାରଣ ହୋଇଛି । ତେବେ ପ୍ରତି ମାସର ଶେଷ ରବିବାର ଦିନ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ସାରା ଦେଶବାସୀଙ୍କୁ ସମ୍ବୋଧନ କରିଥାନ୍ତି ଏହା ସହିତ କୌଣସି ଏକ ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ମଧ୍ୟ କରିଥାନ୍ତି । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୧୦୮ ଅଙ୍କର ବିଶେଷତ୍ତ୍ୱ ଏବଂ ଗୁରୁତ୍ତ୍ୱ ବିଷୟରେ ଆଲୋଚନା କରିଥିଲେ । ହିନ୍ଦୁ ଧର୍ମ ତଥା ସନାତନ ଧର୍ମରେ ଏହି ଅଙ୍କର ମହତ୍ତ୍ୱ ବିଷୟରେ ସେ ଦେଶବାସୀଙ୍କୁ କହିଥିଲେ । ଏପରିକି ମନ୍ତ୍ର ଉଚ୍ଚାରଣ ପାଇଁ ଥିବା ମାଳାରେ ମଧ୍ୟ ୧୦୮ ମୋତି କିମ୍ବା ରୁଦ୍ରାକ୍ଷ ରହିଥାଏ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛର କାରଣ ।

୧୦୮ ଅତ୍ୟନ୍ତ ଶୁଭ- ହିନ୍ଦୁ ଧର୍ମରେ ୧୦୮ ସଂଖ୍ୟାକୁ ବେଶ ଶୁଭ ବୋଲି ବିବେଚନା କରାଯାଇଥାଏ । ତେବେ ଏହି କାରଣରୁ ଭଗବାନଙ୍କ ନାମ ଉଚ୍ଚାରଣ କରିବା ସମୟରେ ୧୦୮ ଥର ନାମ ନିଆଯାଇଥାଏ । ଏପରିକି ମନ୍ତ୍ରପାଠ କରିବା ପାଇଁ ଥିବା ମାଳାରେ ୧୦୮ ମୋତି ରହିଥିବା ବେଳେ ରୁଦ୍ରାକ୍ଷ ମାଳାରେ ମଧ୍ୟ ୧୦୮ ରୁଦ୍ରାକ୍ଷ ଥାଏ । କୌଣସି ମନ୍ତ୍ର ପାଠ କରିବା ସମୟରେ ମଧ୍ୟ ୧୦୮ ଥର ପାଠ କରାଯାଇଥାଏ ।

ଶିବ ତାଣ୍ଡବରେ ଭଗବାନ ଶିବଙ୍କର ୧୦୮ ମୁଦ୍ରା- ଭଗବାନ ଶିବଙ୍କର ମଧ୍ୟ ୧୦୮ ସଂଖ୍ୟା ସହିତ ଭିନ୍ନ ସମ୍ପର୍କ ରହିଛି । ଭଗବାନ ଶିବ କ୍ରୋଧିତ ହୋଇ ତାଣ୍ଡବ କରିବା ସମୟରେ ୧୦୮ଟି ମୁଦ୍ରାରେ ତାଣ୍ଡବ କରିଥାନ୍ତି ।

ଭଗବାନ କୃଷ୍ଣଙ୍କର ୧୦୮ ଗୋପୀ- ପୌରାଣିକ କଥା ଅନୁଯାୟୀ, ଭଗବାନ କୃଷ୍ଣଙ୍କର ଅନେକ ଗୋପୀ ଥିଲେ । କିନ୍ତୁ ସେମାନଙ୍କ ମଧ୍ୟରେ ୧୦୮ ଗୋପୀଙ୍କୁ ସ୍ୱତନ୍ତ୍ର ସ୍ଥାନ ଦିଆଯାଇଛି । କାରଣ ସେମାନେ ଶ୍ରୀକୃଷ୍ଣଙ୍କ ବେଶ ପ୍ରିୟ ଥିଲେ ।

ବୁଦ୍ଧ ମନ୍ଦିରରେ ୧୦୮ ପାହାଚ- ହିନ୍ଦୁ ଧର୍ମ ସହିତ ବୌଦ୍ଧ ଧର୍ମରେ ମଧ୍ୟ ୧୦୮ ସଂଖ୍ୟାକୁ ବେଶ ଶୁଭ ବୋଲି ବିବେଚନା କରାଯାଇଥାଏ । ବୌଦ୍ଧ ଧର୍ମ ଅନୁସାରେ ପ୍ରତ୍ୟେକ ମନୁଷ୍ୟର ମନରେ ୧୦୮ ପ୍ରକାର ଭାବନା ରହିଥାଏ । ଏପରିକି ଅନେକ ବୁଦ୍ଧ ମନ୍ଦିରରେ ୧୦୮ ପାହାଚ ରହିଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ୧୦୮ର ମହତ୍ତ୍ୱ- ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ୧୦୮ ସଂଖ୍ୟାର ବିଶେଷ ମହତ୍ତ୍ୱ ରହିଛି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୯ ଟି ଗ୍ରହ ୧୨ଟି ରାଶିରେ ବିଚରଣ କରିଥାନ୍ତି । ତେବେ ୧୨ କୁ ୯ରେ ଗୁଣିବା ଦ୍ୱାରା ୧୦୮ ସଂଖ୍ୟା ମିଳିଥାଏ ।

Get real time updates directly on you device, subscribe now.