fbpx
BJD SKY
BJD SKY

ଚମକି ଉଠିବ ଭାଗ୍ୟ, ସାରା ବିଶ୍ୱରେ ନୂଆବର୍ଷ ଦିନ Good Luck ପାଇଁ ଏହି ୧୦ ଉପାୟ ଆପଣାଇଥାନ୍ତି ଲୋକେ

BJD

ନୂଆଦିଲ୍ଲୀ: ନୂଆବର୍ଷ ଆସିବାକୁ ଆଉ ମାତ୍ର କିଛି ଘଣ୍ଟା ବାକି ଅଛି । ଲୋକମାନେ ନୂଆ ବର୍ଷ ଲାଗି ବିଭିନ୍ନ ପ୍ରକାର ରିଜୋଲ୍ୟୁସନ ନେଇଥାନ୍ତି । ୨୦୨୪ରେ ସକରାତ୍ମକତା ସହ ଆଗକୁ ବଢିବା ଉଚିତ । କିନ୍ତୁ ନୂଆ ବର୍ଷ କିପରି ସମସ୍ତଙ୍କ ଲାଗି ସୁଖ ସମୃଦ୍ଧି ଆଣିବ ସେଥିପାଇଁ ସମଗ୍ର ବିଶ୍ୱରେ କିଛି ପରମ୍ପରା ବି ପାଳନ କରାଯାଏ ।
ଏଠାରେ ଲୋକଙ୍କ ମଧ୍ୟରେ ଧାରଣା ରହିଛି କି ଯଦି ସେମାନେ ଏହି ପରମ୍ପରା ପାଳନ କରିବେ ତେବେ ୨୦୨୪ ସେମାନଙ୍କ ଲାଗି ଗୁଡ୍ ଲକ୍ ଆଣି ଆସିବ । ଏହି କ୍ରମରେ ଗୁଡ୍ ଲକ୍ ଲାଗି ସାରା ବିଶ୍ୱରେ ଆପଣା ଯାଉଥିବା ଏହି ପରମ୍ପରା ବିଷୟରେ ଆସନ୍ତୁ ଜାଣିବା ।
ପିଆଜ ଟାଙ୍ଗିବା:ଗ୍ରୀସ୍‌ରେ ଘରର ମୁଖ୍ୟ ଦ୍ୱାର ବାହାରେ ପିଆଜ ଟାଙ୍ଗିବାକୁ ପୁନର୍ଜନ୍ମ କିମ୍ବା କୌଣସି ନୂତନର ଆରମ୍ଭ ଭାବରେ ଦେଖାଯାଇଥାଏ । ପିଆଜର ଚୋପାକୁ କୌଣସି ପୁରୁଣା ଜିନିଷକୁ ହଟାଇ ନୂଆ ଜିନିଷ ଲଗାଇବାର ପ୍ରତୀକ ରୂପରେ ଦେଖାଯାଏ ।
ଅଙ୍ଗୁର ଖାଇବା: ଏହି ପରମ୍ପରା ସ୍ପେନ୍‌ରେ ଆରମ୍ଭ ହୋଇଥିଲା । ଏଠାରେ ମଧ୍ୟରାତ୍ରୀରେ ଘଡିର ଘଣ୍ଟି ୧୨ଥର ବାଜିବା ସମୟରେ ଲୋକମାନେ ଅଙ୍ଗୁର ଖାଇଥାନ୍ତି । ଘଣ୍ଟିର ଶବ୍ଦ ସହ ୧୨ ଥର ଅଙ୍ଗୁର ଖାଇବାକୁ ହୋଇଥାଏ । ଯଦି ଗୋଟିଏ ଥର ବି ଘଣ୍ଟିର ଶବ୍ଦ ସହ ଅଙ୍ଗୁର ଖାଇ ନ ଥାନ୍ତି ତେବେ ଏହା ଅଶୁଭ ହୋଇଥାଏ । ଏହି ପ୍ରକାର ଅଙ୍ଗୁର ଖାଇବା ଦ୍ୱାରା ନୂଆବର୍ଷରେ ଗୁଡ୍ ଲକ୍ ଆସିଥାଏ ଓ ଲୋକଙ୍କୁ ସେମାନଙ୍କ ପ୍ରେମ ବି ମିଳିଥାଏ ।
ପ୍ଲେଟ୍ ଭାଙ୍ଗିବା: ଏହି ପରମ୍ପରାର ଆରମ୍ଭ ଡେନମାର୍କରେ ହୋଇଥିଲା । ଏଠାରେ ଆପଣ ନିଜ ପ୍ରିୟଜନଙ୍କ ଘର ଆଗରେ ଯେତେ ପ୍ଲେଟ୍ ଭାଙ୍ଗିବେ ନୂଆବର୍ଷ ସେତେ ଅଧିକ ଶୁଭ ଖବର ନେଇ ଆସିବ ।
ଅଧିକ ଖାଦ୍ୟ ଖାଇବା: ଆଷ୍ଟୋନିଆରେ ପରମ୍ପରା ରହିଛି କି ନୂଆବର୍ଷରେ ଯେତେ ଅଧିକ ଖାଦ୍ୟ ଖାଇବ ସେତେ ହିଁ ଶୁଭ ଖବର ମିଳିବ ।
ଖାଲି ସୁଟକେଶ୍‌: କଲମ୍ବିଆରେ ଖାଲି ସୁଟକେସ୍‌ର ପରଂପରା ରହିଛି । ଖାଲି ସୁଟକେଶ୍ ଧରି ବୁଲିବା ଦ୍ୱାରା ନୂଆବର୍ଷରେ ଅଧିକରୁ ଅଧିକ ଟ୍ରାଭେଲ କରିବାକୁ ମିଳିବ ।
ଆସବାବପତ୍ର ଫିଙ୍ଗିବା:ଇଟାଲୀରେ ଏପରି ପରମ୍ପରା ରହିଛି । ଯେଉଁ ଆସବାବପତ୍ର ବ୍ୟବହାର ହେଉନାହିଁ ତାକୁ ଘରୁ ବାହାରକୁ ଫିଙ୍ଗି ଦେବା ଉଚିତ । ଏଠାରେ ମଧ୍ୟରାତ୍ରୀରେ ଆସବାବପତ୍ର ଘରୁ ବାହାରକୁ ଫିଙ୍ଗି ଦିଆଯାଏ । ଏହାଦ୍ୱାରା ଲୋକମାନେ ପୁରୁଣାକୁ ଫିଙ୍ଗି ନୂଆକୁ ସ୍ୱାଗତ କରିଥାନ୍ତି ।
ଡୋନଟ୍ ଖାଇବା:ଜର୍ମାନୀର ବର୍ଲିନରେ ଜାମ୍‌ରେ ଭରା ଡୋନଟ୍ ଖାଇବାର ପରମ୍ପରା ରହିଛି । ଏଠାରେ ଏହାକୁ କ୍ରାପଫେନ୍ କୁହାଯାଏ ।
ଡାଳିମ୍ବ ଭାଙ୍ଗିିବା: ତୁର୍କୀର ଲୋକମାନେ ମାନିଥାନ୍ତି କି ନିଜ ଘର ସାମ୍ନାରେ ଡାଳିମ୍ବ ଭାଙ୍ଗିବା ଦ୍ୱାରା ନୂଆବର୍ଷ ସୁଖମୟ ହୋଇଥାଏ । ଏହି ଫଳ ସମୃଦ୍ଧିର ପ୍ରତୀକ ହୋଇଥାଏ ।
ପୋଲ୍‌କା ଡଟ୍ ଡ୍ରେସ୍‌: ଫିଲିପାଇନ୍ସରେ ବୃତ୍ତକୁ ସମୃଦ୍ଧିର ପ୍ରତୀକ ଭାବରେ ମନେ କରାଯାଏ । ତେଣୁ ଏଠାରେ ଲୋକମାନେ ପୋଲକା ଡଟ୍ ଡ୍ରେସ ପିନ୍ଧିବା ସହ ଗୋଲ ଆକାରର ଫଳ ଓ ପନିପରିବା ଖାଇଥାନ୍ତି ।
ଲାଲ ଓ ଧଳାରଙ୍ଗର ପୋଷାକ ପିନ୍ଧିବା:
ଏହି ପରମ୍ପରା ଅନୁସାରେ ଲାଲ ଓ ଧଳା ରଙ୍ଗର ଅନ୍ତଃବସ୍ତ୍ର ପିନ୍ଧିବା ଦ୍ୱାରା ଶୁଭ ଫଳ ମିଳିଥାଏ । ନୂଆବର୍ଷ ଦିନ ଲାଲ ରଙ୍ଗର ପୋଷାକ ପିନ୍ଧିବା ଦ୍ୱାରା ସିଙ୍ଗଲ ମାନେ ଖୁବ୍ ଶୀଘ୍ର ମିଙ୍ଗଲ ହୋଇଥାନ୍ତି ବୋଲି କୁହାଯାଏ ।

Get real time updates directly on you device, subscribe now.