fbpx

ନୂଆବର୍ଷ ୨୦୨୪କୁ ସର୍ବପ୍ରଥମେ ସ୍ୱାଗତ କଲା ନ୍ୟୁଜିଲାଣ୍ଡ: କେଉଁ ଦେଶ କେଉଁ ସମୟରେ ନୂଆବର୍ଷ ପାଳନ କରିଥାଏ

ନୂଆଦିଲ୍ଲୀ: ଆଜି ହେଉଛି ଡିସେମ୍ବର ମାସ ୩୧ ତାରିଖ । ରାତି ପାହିଲେ ନୂଆବର୍ଷ ୨୦୨୪କୁ ସମସ୍ତେ ସ୍ୱାଗତ କରିବେ । ତେବେ ଭାରତରେ ଜାନୁଆରୀ ମାସ ୧ ତାରିଖରେ ନୂଆବର୍ଷ ପାଳନ କରାଯାଉଥିବା ବେଳେ ବିଭିନ୍ନ ଦେଶରେ ନୂଆବର୍ଷ ପାଳନର ସମୟ ଅଲଗା ଅଲଗା ରହିଛି । ତେବେ ନ୍ୟୁଜିଲାଣ୍ଡ ସର୍ବପ୍ରଥମେ ନୂଆବର୍ଷ ୨୦୨୪ ଉତ୍ସବ ପାଳନ କରିଛି । ଭାରତୀୟ ସମୟ ଅନୁସାରେ ନ୍ୟୁଜିଲାଣ୍ଡରେ ଆଜି ଅପରାହ୍ଣ ୪.୩୦ ସମୟରେ ନୂଆବର୍ଷ ପାଳନ କରାଯାଇଛି ।

ସେହିପରି ଅଷ୍ଟ୍ରେଲିଆରେ ଆଜି ସନ୍ଧ୍ୟା ୬.୩୦ ସମୟରେ ନୂଆବର୍ଷ ୨୦୨୪ ପାଳନ କରାଯିବ । ଜାପାନ, ଦକ୍ଷିଣ କୋରିଆ ଓ ଉତ୍ତର କୋରିଆରେ ଆଜି ରାତି ୮.୩୦ରେ, ଚୀନ, ମାଲେଶିଆ, ସିଙ୍ଗାପୁର, ହଂକଂ, ଫିଲିପାଇନ୍ସରେ ଆଜି ରାତି ୯.୩୦ରେ ନୂଆବର୍ଷ ପାଳନ କରାଯିବ । ସେହିପରି ଥାଇଲାଣ୍ଡ, ଭିଏତନାମ ଓ କାମ୍ବୋଡ଼ିଆରେ ଆଜି ରାତି ୧୦.୩୦ ଭାରତୀୟ ସମୟରେ ନୂଆବର୍ଷ ଉତ୍ସବ ପାଳନ କରାଯିବ । ଜର୍ମାନୀ, ଫ୍ରାନ୍ସ, ଇଟାଲି, ସ୍ୱିଜରଲାଣ୍ଡ, ନେଦରଲାଣ୍ଡସ, ମରକୋ, କଙ୍ଗୋ, ମାଲଟାରେ ରାତି ୧୧ଟାରେ ଏହି ଉତ୍ସବ ପାଳନ କରାଯିବ ।

ୟୁକେ, ଇରିଲାଣ୍ଡ, ପର୍ତ୍ତୁଗାଲରେ ଜାନୁଆରୀ ୧ ତାରିଖ ସକାଳ ୫.୩୦ରେ, ବ୍ରାଜିଲ, ଆର୍ଜେଣ୍ଟିନା, ଚିଲିରେ ସକାଳ ୮.୩୦ରେ, ପୁରେତୋ ରିକୋ, ବରମୁଡ଼ା, ଭେନେଜୁଏଲା, ୟୁଏସ ଭିର୍ଜିନ ଦ୍ୱୀପପୁଞ୍ଜରେ ସକାଳ ୯.୩୦ରେ, ୟୁଏସ ପୂର୍ବାଞ୍ଚଳରେ ସକାଳ ୧୦.୩୦ରେ, ମେକ୍ସିକୋ, ୟୁଏସ, କାନାଡ଼ାର କିଛି ଅଂଶରେ ସକାଳ ୧୧.୩୦ରେ, ୟୁଏସ ପଶ୍ଚିମାଞ୍ଚଳରେ ଜାନୁଆରୀ ୧ ତାରିଖ ମଧ୍ୟାହ୍ନ ୧.୩୦ରେ, ହାୱାଇ, ଫ୍ରେଞ୍ଚ, ପୋଲିନେସିଆରେ ଜାନୁଆରୀ ୧ ତାରିଖ ଅପରାହ୍ଣ ୩.୩୦ରେ, ସାମୋଆରେ ଅପରାହ୍ଣ ୪.୩୦ରେ, ବେକର ଦ୍ୱୀପପୁଞ୍ଜ, ହାଓଲାଣ୍ଡ ଦ୍ୱୀପପୁଞ୍ଜରେ ସନ୍ଧ୍ୟା ୫.୩୦ରେ ନୂଆବର୍ଷ ପାଳନ କରାଯିବ ।

Get real time updates directly on you device, subscribe now.