fbpx

ସନ୍ଧ୍ୟା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ: ଆସିପାରେ ଦରିଦ୍ରତା

ହିନ୍ଦୁ ଧର୍ମ ଗ୍ରନ୍ଥ ତଥା ଶାସ୍ତ୍ରରେ ସନ୍ଧ୍ୟା ସମୟର ମହତ୍ତ୍ୱ ବେଶ ରହିଛି । ଏହି ସମୟକୁ ଦିନ ଏବଂ ରାତିର ସଙ୍ଗମସ୍ଥଳୀ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଏହି ସମୟରେ ହିନ୍ଦୁ ଧର୍ମରେ ପୂଜା-ପାଠ କରିବାର ବେଶ ମହତ୍ତ୍ୱ ରହିଛି । ଏହି ସମୟରେ ଅନେକ କାର୍ଯ୍ୟ ଅଚି ଯାହାକୁ କରିବା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ । ତେବେ ଏପରି କିଛି କାର୍ଯ୍ୟ ରହିଛି ଯାହାକୁ କରିବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ । ଏହି କାର୍ଯ୍ୟ କରିବା ଦ୍ୱାରା ଘରେ ଅଶାନ୍ତି ମଧ୍ୟ ଦେଖା ଦେଇଥାଏ । ତେବେ ଆସନ୍ୁତ ଜାଣିବା କ’ଣ ରହିଛି ସେହି କାର୍ଯ୍ୟ ଯାହାକୁ କରିବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ ।

ନଖ କାଟିବା- ସନ୍ଧ୍ୟା ସମୟରେ ନଖ କାଟିବା ପାଇଁ ଅନେକ ସମୟରେ ଗୁରୁଜନମାନେ ମନା କରିଥାନ୍ତି । ତେବେ ଏହା ପଛରେ ମଧ୍ୟ କାରଣ ରହିଛି । ଏପରି କରିବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ । ଏପରି କରିବା ଦ୍ୱାରା ଲକ୍ଷ୍ମୀଙ୍କର ପ୍ରକୋପ ଘରେ ପଡ଼ିଥାଏ ଏବଂ ଆପଣ ଖୁବଶୀଘ୍ର ଦରିଦ୍ର ହୋଇଯାଇଥାନ୍ତି ।

କେଶ ଧୋଇବା- ସନ୍ଧ୍ୟା ସମୟରେ ମହିଳାମାନଙ୍କର କେଶ ଧୋଇବା ଉଚିତ । ଏପରି କରିବା ଦ୍ୱାରା ଘରେ ଦରିଦ୍ରତା ଆସିବା ସହିତ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇଥାଏ । ଏହି ସମୟରେ ସୂର୍ଯ୍ୟ ବୁଡ଼ିଯାଇଥିବା କାରଣରୁ କେଶ ଧୋଇବା ଦ୍ୱାରା ଥଣ୍ଡା କାଶ ହେବାର ସମ୍ଭାବନା ମଧ୍ୟ ବଢ଼ିଯାଇଥାଏ ।

ଶୋଇବା- ସନ୍ଧ୍ୟା ସମୟରେ ଶୋଇବାକୁ ମଧ୍ୟ ଅନେକ ବାରଣ କରିଥାନ୍ତି । ତେବେ ଏପରି କରିବା ଦ୍ୱାରା ଘରେ ଲକ୍ଷ୍ମୀଙ୍କର କୃପା ମିଳିନଥାଏ ଏବଂ ଆପଣ ଖୁବ ଶୀଘ୍ର ଦରିଦ୍ର ହୋଇଯିବାର ସମ୍ଭାବନା ରହିଥାଏ । ତେବେ ଏହି ସମୟରେ ଶୋଇବା ଦ୍ୱାରା ଆୟୁଷ ମଧ୍ୟ କମ ହୋଇଥାଏ । କିନ୍ତୁ ଗର୍ଭବତୀ ମହିଳାମାନେ ଏହି ସମୟରେ ଶୋଇବା ବାରଣ କରାଯାଇନାହିଁ ।

ଝାଡ଼ୁ କରିବା- ସନ୍ଧ୍ୟା ସମୟରେ ଘରେ ଝାଡ଼ୁ କରିବା ମଧ୍ୟ ଉଚିତ ନୁହେଁ । ଏପରି କରିବା ଦ୍ୱାରା ଘରେ ଦରିଦ୍ରତା ଆସିଥାଏ ।

ଖାଇବା- ଶାସ୍ତ୍ର ଅନୁଯାୟୀ, ସନ୍ଧ୍ୟା ସମୟରେ ଭୋଜନ କରିବା ମଧ୍ୟ ଉଚିତ ନୁହେଁ । ଏହି ସମୟରେ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ସହିତ ଏହି ସମୟରେ ଖାଇବା ଦ୍ୱାରା ଘରେ ଦାରିଦ୍ରତା ଆସିଥାଏ ।

ଅଧ୍ୟୟନ- ବିଶ୍ୱାସ କରାଯାଇଥାଏ ଯେ ସନ୍ଧ୍ୟା ସମୟରେ ପାଠ ପଢ଼ିବା ମଧ୍ୟ ଉଚିତ ନୁହେଁ । ଏହା ଦ୍ୱାରା ବିଦ୍ୟା ସହିତ ଏକାଗ୍ରତା ଏବଂ ସ୍ମୃତିଶକ୍ତି ମଧ୍ୟ ହ୍ରାସ ହୋଇଥାଏ ।

ଟଙ୍କା ଧାର ନେବା- ସନ୍ଧ୍ୟା ସମୟରେ ଟଙ୍କା ଧାର ନେବା ଅଥବା ଧାର ଦେବା ମଧ୍ୟ ଆପଣଙ୍କ ପାଇଁ ଉଚିତ ନୁହେଁ । ଏହି ସମୟରେ ଟଙ୍କା ଧାର ନେଉଥିଲେ ଆପଣଙ୍କ ପରିବାରରେ ଦରିଦ୍ରତା ଆସିଥାଏ । ତେବେ ଧାର ଦେବା ଦ୍ୱାରା ଆପଣଙ୍କ ଟଙ୍କା ଫେରସ୍ତ ପାଇବାରେ ଆପଣ ଅନେକ ଅସୁବିଧାର ସମ୍ମୁଖୀନ ହେବେ ।

ଶାରିରୀକ ସଂସର୍ଗ- ଏହି ସମୟରେ ସ୍ତ୍ରୀ ଏବଂ ପୁରୁଷଙ୍କ ମଧ୍ୟରେ କୌଣସି ପ୍ରକାର ଶାରିରୀକ ସଂସର୍ଗ ବା ଶାରିରୀକ ସମ୍ପର୍କ ମଧ୍ୟ ବାରଣ କରାଯାଇଛି । ଏପରି କରିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।

ମୁଖ୍ୟଦ୍ୱାର ବନ୍ଦ ରଖିବା- ଏହି ସମୟରେ ଘରର ମୁଖ୍ୟ ଦ୍ୱାର ବନ୍ଦ ରଖନ୍ତୁ ନାହିଁ । ଏହି ସମୟରେ ଘରର କବାଟ ଏବଂ ଝରକା ଖୋଲା ରଖିବା ଦ୍ୱାରା ଘରେ ସୌଭାଗ୍ୟ ଆସିଥାଏ ।

ଦୁଆର ବନ୍ଧରେ ବସିବା- ଏହି ସମୟରେ ଘରର ଦୁଆରବନ୍ଧରେ ବସିବା ମଧ୍ୟ ଉଚିତ ନୁହେଁ । ବରଂ ଦୁଆରବନ୍ଧରେ ଏକ ଦୀପ ଜାଳିବା ଉଚିତ । ଏହା ଦ୍ୱାରା ଘରେ ସୁଖ ଶାନ୍ତି ଆସିଥାଏ ।

Get real time updates directly on you device, subscribe now.