fbpx

ଆସିଲା ପୁଣି ଏକ ରିପୋର୍ଟ: ୪୦ ହଜାରରୁ ଅଧିକ ନୂଆ ଯୁବକ, ଯୁବତୀଙ୍କୁ ନିଯୁକ୍ତି ଦେବ ଆଇଟି ସେକ୍ଟର

ନୂଆଦିଲ୍ଲୀ: ସମସ୍ତ ଫ୍ରେଶର୍ସଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆଇଟି ସେକ୍ଟରରେ ପୁଣି ଆରମ୍ଭ ହେବ ନିଯୁକ୍ତି ପ୍ରକ୍ରିୟା । ଆଗାମୀ ୬ ମାସ ମଧ୍ୟରେ ୪୦ ହଜାରରୁ ଅଧିକ ନୂଆ ଯୁବକଙ୍କୁ ଚାକିରି ପ୍ରଦାନ କରଯିବ । ଗତବର୍ଷ ତୁଳନାରେ ଏହି ହାର ସାମାନ୍ୟ କମ୍ ରହିଛି । ବିଶ୍ୱ ସ୍ତରରେ ଆଇଟି ସେବାର ଚାହିଦା ବଢ଼ିବା ସଙ୍ଗେଙ୍ଗେ ନିଯୁକ୍ତି ମଧ୍ୟ ବୃଦ୍ଧି ପାଇବ ବୋଲି ମିଣ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ।

ଗତ କିଛି ମାସ ମଧ୍ୟରେ ଆଇଟି କ୍ଷେତ୍ରରେ ନୂଆ ନିଯୁକ୍ତି ହାର ନୈରାଶ୍ୟଜନକ ରହିଥିଲା । ଗତ ୨୦୨୩ରେ ଭାରତର ଟପ୍ ଆଇଟି କମ୍ପାନୀମାନଙ୍କର କର୍ମଚାରୀଙ୍କ ସଂଖ୍ୟା ପାଖାପାଖି ୬୫ ହଜାର ହ୍ରାସ ଘଟିଛି । ୨୦୨୨ ମସିହା ଡିସେମ୍ବର ମାସ ଅପେକ୍ଷା ୨୦୨୩ ମସିହା ଡିସେମ୍ବରରେ ଏହି ସେକ୍ଟରରେ ନୂଆ ନିଯୁକ୍ତି ସଂଖ୍ୟା ୨୧ ପ୍ରତିଶତ ହ୍ରାସ ଘଟିଛି । ଆଇଟି ସେବାର ଚାହିଦା ହ୍ରାସ ପାଇବା ଫଳରେ ଆଇଟି କମ୍ପାନୀମାନେ ନୂଆ ନିଯୁକ୍ତି କରିନଥିଲେ । ଏହି ସେବାର ଚାହିଦା ବଢ଼ିଲେ ନିଯୁକ୍ତି ମଧ୍ୟ ବଢ଼ିବ ବୋଲି କୁହାଯାଇଛି ।

୨୦୨୨ ମସିହା ତୁଳନାରେ ୨୦୨୩ରେ ଆଇଟି ସେକ୍ଟରର ବଡ଼ ବଡ଼ କମ୍ପାନୀମାନେ ୨୪,୧୮୨ କମ୍ ଚାକିରି ଦେଇଛନ୍ତି । ୱିପ୍ରୋରେ ୨୧,୮୭୫, ଟେକ ମହିନ୍ଦ୍ରାରେ ୧୦,୮୧୮୧, ଟିସିଏସରେ ୧୦,୬୬୯ କମ୍ ଚାକିରି ଦେଇଥିଲେ । ୨୦୨୩ରେ କେବଳ ଏଚସିଏଲ ୨୪୮୬ ଜଣଙ୍କୁ ଚାକିରି ପ୍ରଦାନ କରିଛି । କରୋନା ସଂକ୍ରମଣ ସମୟର ଆଇଟି କମ୍ପାନୀଗୁଡ଼ିକରେ ନିଯୁକ୍ତି ସ୍ଥିତି ହଡ଼କମ୍ପ ମଚାଇଥିଲା । ଗ୍ରାହକମାନେ ଦ୍ରୁତ ଭାବେ ଡିଜିଟାଲ ଟେକନିକ ଆଡ଼କୁ ଆକୃଷ୍ଟ ହେଉଥିଲେ । ୨୦୨ରେ ଆଇଟି ସେବାର ଚାହିଦା ବିଶ୍ୱସ୍ତରରେ ୧୨.୮ ପ୍ରତିଶତ ରହିଥିଲା । ସୂଚନାଯୋଗ୍ୟ ଯେ, ଆଇଟି ସେକ୍ଟରରେ ୪୦ ହଜାରରୁ ଅଧିକ ଫ୍ରେଶର୍ସଙ୍କ ନିଯୁକ୍ତି ନେଇ ଏକ ସପ୍ତାହ ତଳେ ନିଯୁକ୍ତି ଫାର୍ମ ଟିମଲୀଜ ଡିଜିଟାଲ ପକ୍ଷରୁ ଏକ ରିପୋର୍ଟ ପ୍ରକାଶିତ ହୋଇଥିଲା ।

Get real time updates directly on you device, subscribe now.