fbpx

ରେଲୱେ ପକ୍ଷରୁ ବିଜ୍ଞପ୍ତି: ଜୁନିୟର କ୍ଲର୍କ, ସିନିୟର କ୍ଲର୍କ, ହେଲପର ଓ ପିଅନ ପଦରେ ଦିଆଯିବ ନିଯୁକ୍ତି, ଫେବୃଆରୀ ୨୯ ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ: ସମସ୍ତ ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଅନେକ ପଦ ପୂରଣ ପାଇଁ ସେଣ୍ଟ୍ରାଲ ରେଲୱେ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଫେବୃଆରୀ ୨୯ ତାରିଖ ସୁଦ୍ଧା ଆବେଦନ କରିବାକୁ ପଡ଼ିବ । ପ୍ରାର୍ଥୀଙ୍କୁ ଏସଏସଇ, ଜେଇଏ ସିନିୟର ଟେକ୍ନିସିଆନ, ହେଲପର, ସିନିୟର କ୍ଲର୍କ, ଜୁନିୟର କ୍ଲର୍କ ଓ ପିଅନ ପଦରେ ନିଯୁକ୍ତି ଦିଆଯିବ ।

ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ଲିଙ୍କକୁ ଯାଇ ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ଜାଣି ପାରିବେ । ସମସ୍ତ ପଦର ପଦ ସଂଖ୍ୟା ଅଲଗା ଅଲଗା ରହିଛି । ଆବେଦନ ପତ୍ର ଗ୍ରହଣ କରାଯିବା ପରେ ପ୍ରାର୍ଥୀଙ୍କର କାର୍ଯ୍ୟ କ୍ଷେତ୍ରରେ ଦକ୍ଷତା ଓ ଅଭିଜ୍ଞତାକୁ ଆଧାର କରି ସ୍କ୍ରିନିଂ କରାଯିବ । ଅସମ୍ପୂର୍ଣ୍ଣ ଆପ୍ଲିକେସନକୁ ରିଜେକ୍ଟ କରିଦିଆଯିବ । ମୋଟ ୬୨୨ଟି ପଦ ଖାଲି ରହିଛି ।

ବିଜ୍ଞପ୍ତି ଲିଙ୍କ: https://cr.indianrailways.gov.in/cris//uploads/files/1707464442357-09022024%20Calling%20of%20fresh%20options%20for%20filling%20of%20vacant%20posts%20at%20Wagon%20Repair%20Workshop,%20Central%20Railway,%20Badnera.pdf

Get real time updates directly on you device, subscribe now.