fbpx

OMG! ଗୋଟିଏ ଘରୁ ବାହାରିଲେ ୫୦ରୁ ଅଧିକ କୋବ୍ରା ସାପ, ରାତିସାରା ଶୋଇପାରିଲେନି ପରିବାର

Advertisement

ନୂଆଦିଲ୍ଲୀ: ଯଦି ଆପଣଙ୍କ ଘରୁ ସାପ ବାହାରେ ତେବେ ଆପଣଙ୍କ ଅବସ୍ଥା କଣ ହେବ? ବିହାରର ରୋହତାସ ଜିଲ୍ଲାରେ ଏକ ଘରୁ ଗୋଟିଏ ନୁହେଁ କି ଦୁଇଟି ନୁହେଁ ପୂରା ୫୦ ରୁ ଅଧିକ କୋବ୍ରା ସାପ ବାହାରିଛନ୍ତି । କୁହାଯାଉଛି ଯେ, ଏହି ଘରୁ ଛୋଟ ବଡ଼ ସାପ ବୁଧବାର ଦିନ ରାତିରେ ବାହାରିଛନ୍ତି । ସାପ ବାହାର କରୁ କରୁ ପରିବାର ଲୋକଙ୍କୁ ସାପ କାମୁଡିବାର କଥା ମଧ୍ୟ ଜଣାପଡିଛି । ଏହି ଖବର ପୂରା ଗାଁରେ ନିଆଁ ଭଳି ବ୍ୟାପିଯାଇଥିଲା । ଗାଁ ଲୋକେ ଏକାଠି ହୋଇ ୨୫ଟି କୋବ୍ରାଙ୍କୁ ମାରିବା ପରେ ମଧ୍ୟ ଘରୁ ସାପ ବାହାରିବା ବନ୍ଦ ହୋଇନଥିଲା ।

ବିହାରର ଖୁର୍ଦ ନିବାସୀ କୃପା ନାରାୟଣ ପାଣ୍ଡେୟଙ୍କ ଘରେ କୋବ୍ରା ବାହାର କରିବା ରାତି ପାହି ଦିନ ହୋଇଗଲା । ଏହି ଡରରେ ରାତିସାରା ସାରା ପରିବାର ଶାନ୍ତିରେ ଶୋଇନାହାନ୍ତି । ଏହି ସୂଚନା ବନ ବିଭାଗକୁ ଦିଆଯାଇଥିଲା । ଏସଡିଏମ ଉପେନ୍ଦ୍ର ପାଲଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗୁରୁବାର ଦିନ ବନ ବିଭାଗର ଅଧିକାରୀଙ୍କ ସହ ଉଦ୍ଧାରକାରୀ ଦଳ ପହଁଚିଥିଲେ । ଫରେଷ୍ଟର ରୋଶନ ରାଜ କହିଛନ୍ତି ଯେ, ଟିମ ସହିତ ସାପ ଧରାଳି ଦଳ ମଧ୍ୟ ପହଁଚିଥିଲେ । ୨ ଘଣ୍ଟା ରେସ୍କ୍ୟୁ ଅପରେସନରେ ୨୫ଟି କୋବ୍ରାଙ୍କୁ ଧରାଯାଇଥିଲା ।

ସେ କହିଛନ୍ତି ଯେ, ରେସ୍କ୍ୟୁ ସମୟରେ ଦୁଇରୁ ତିନି ଜଣ କୋବ୍ରା ଆହତ ହୋଇଛନ୍ତି । ଏମାନଙ୍କ ଚିକିତ୍ସା ପରେ ଜଙ୍ଗଲରେ ଛଡା ଯିବ । ଅନ୍ୟାନ୍ୟ କୋବ୍ରାଙ୍କୁ ଉଦ୍ଧାରକାରୀ ଦଳ ନିଜ ସହିତ ନେଇଯାଇଛନ୍ତି । ବହୁ ସଂଖ୍ୟାରେ କୋବ୍ରା ସାପ ବାହାରିବା ପରେ ପୂରା ଗାଁ ଲୋକେ ବହୁ ଭୟଭୀୟ ହେବାର ନଜର ଆସିଛି ।

Get real time updates directly on you device, subscribe now.