fbpx
BJD SKY
BJD SKY

AIIMS Dehli ପକ୍ଷରୁ ୫୦୦ରୁ ଅଧିକ ପଦ ପଦ ଖାଲି: ବଢ଼ିଆ ଦରମା, ଶୀଘ୍ର ଆବେଦନ କରନ୍ତୁ

BJD

ଚାକିରି ଖୋଜୁଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (ଏମ୍ସ), ଦିଲ୍ଲୀ ପକ୍ଷରୁ ୫ ଶହରୁ ଅଧିକ ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସିନିୟର ରେସିଡେଣ୍ଟ / ଡେମନଷ୍ଟ୍ରେଟର ପଦରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କୁ ଯାଇ ନିଜର ଶିକ୍ଷାଗତ ଯୋଗ୍ୟତା, ବୟସ ଯୋଗ୍ୟତା ବିଷୟରେ ସବିଶେଷ ତଥ୍ୟ ଜାଣିପାରିବେ ।

ଜୁନ ମାସ ୧୪ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୮ ତାରିଖରେ ସମାପ୍ତ ହେବ । ପ୍ରାର୍ଥୀମାନେ ଜୁଲାଇ ମାସ ୩ ତାରିଖ ପରେ ଲଗ୍ ଇନ୍ କରି ସେମାନଙ୍କର ଆପ୍ଲିକେସନ ଷ୍ଟାଟସ୍ ବିଷୟରେ ଅବଗତ ହୋଇ ପାରିବେ । ୫ ତାରିଖ ପରେ ପ୍ରାର୍ଥୀମାନେ ସେମାନଙ୍କର ଆବଶ୍ୟକୀୟ ଡକ୍ୟୁମେଣ୍ଟ / ଫଟୋ ସବମିଟ୍ କରିପାରିବେ । ୭ ତାରିଖରେ ପ୍ରାର୍ଥୀଙ୍କର ଆଡମିଟ୍ କାର୍ଡ ୱେବସାଇଟରେ ଅପଲୋଡ୍ ହେବ । ଏହାପରେ ୧୫ ତାରିଖରେ ଅନଲାଇନ ମୋଡ଼ରେ ପରୀକ୍ଷା ଆୟୋଜିତ ହେବ ।

ପ୍ରାର୍ଥୀଙ୍କର ପରୀକ୍ଷା ଫଳାଫଳ ଜୁଲାଇ ମାସ ୨୧ ତାରିଖରେ ଘୋଷଣା ହେବାର ସମ୍ଭାବନା ରହିଛି । ଚଳିତ ବର୍ଷ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ସର୍ବାଧିକ ବୟସ ଯୋଗ୍ୟତା ୪୫ ବର୍ଷ ହୋଇଥିବା ଆବଶ୍ୟକ । ବୟସ ଯୋଗ୍ୟତା ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀମାନେ ପ୍ରାସଙ୍ଗିକ ବିଭାଗରେ ମେଡିକାଲ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଅନଲାନ୍ ଆବେଦନ ଲିଙ୍କ: https://srsd.aiimsexams.ac.in/?AspxAutoDetectCookieSupport=1

ନୋଟିଫିକେସନ ଲିଙ୍କ: https://alljobsforyou.com/hi/wp-content/uploads/2023/06/Notification-AIIMS-New-Delhi-Senior-Resident-Demonstrator-Posts.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.aiimsexams.ac.in/

Get real time updates directly on you device, subscribe now.