fbpx
BJD SKY
BJD SKY

ନବ ନିଯୁକ୍ତ ୧୯ ଜଣ ଓଡ଼ିଶା ସୂଚନା ସେବା ଅଧିକାରୀ ବିଭିନ୍ନ ଉପଖଣ୍ଡ ଓ ସଦର ମହକୁମାରେ ଅବସ୍ଥାପିତ ହେବେ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୧୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ କନଭେନସନ ସେଣ୍ଟରଠାରେ ଏକ ସ୍ୱତନ୍ତ୍ର ସମାରୋହରେ ୧୯ ଜଣ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିଯୁକ୍ତି ଦେଇଥିଲେ । ଓଡ଼ିଶା ସୂଚନା ସେବା (ଦ୍ୱିତୀୟ ଶ୍ରେଣୀ) ବର୍ଗରେ ନିଯୁକ୍ତି ପାଇଥିବା ଏହି ସମସ୍ତ ଅଧିକାରୀଙ୍କୁ ବିଭିନ୍ନ ଉପଖଣ୍ଡ ଓ ଜିଲ୍ଲା ସଦର ମହକୁମାରେ ଅବସ୍ଥାପିତ କରାଯିବ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ବିଭିନ୍ନ ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (ଏଡିଆଇପିଆରଓ) ଭାବେ କେ. ଶ୍ରବଣ କୁମାରଙ୍କୁ ଅନୁଗୋଳ, ଐଶ୍ୱର୍ଯ୍ୟା ସାମନ୍ତଙ୍କୁ ବାଲେଶ୍ୱର, ବିନାୟକ ମିଶ୍ରଙ୍କୁ (ପଦମପୁର), ଅମ୍ଲାନ ଦାସଙ୍କୁ ବାଙ୍କି, ଅଭିଷେକ ବେହେରାଙ୍କୁ ଢେଙ୍କାନାଳ, ପ୍ରତିଚୀ ତନୟା ମହାନ୍ତିଙ୍କୁ ଜଗତସିଂହପୁର, ପ୍ରହଲ୍ଲାଦ କାଶଲାଙ୍କୁ ବାଲିଗୁଡ଼ା, ସ୍ୱାଧୀନ କୁମାର ମନ୍ତ୍ରୀଙ୍କୁ ଆନନ୍ଦପୁର, ସାର୍ଥକ ଅଭିନନ୍ଦନ ରାୟଙ୍କୁ ଚମ୍ପୁଆ, ଅବିନାଶ ପାଣିଙ୍କୁ ଉଦାଳା, ସଂଯୁକ୍ତା କୁଲୁଙ୍କୁ ସମ୍ବଲପୁର ସଦର ମହକୁମାରେ ଅବସ୍ଥାପିତ ନେଇ ବିଭାଗ ପକ୍ଷରୁ ତାଲିକା ଚୂଡ଼ାନ୍ତ କରାଯାଇଛି ।

ସେହିପରି ସ୍ୱାଗତିକା ବେହେରାଙ୍କୁ ସହକାରୀ ସୂଚନା ଅଧିକାରୀ ପଢ଼ିଆରୀ ପାଠାଗାର କଟକ, ଆଲୋକ କୁମାର ମହାନ୍ତିଙ୍କୁ କେନ୍ଦ୍ରାପଡ଼ା ଓ ସନ୍ଦିପ କୁମାର ବଳଙ୍କୁ ନୂଆପଡ଼ା ଜିଲ୍ଲାର ଭାରପ୍ରାପ୍ତ ଡିଆଇପିଆରଓ, ସରୋଜ କୁମାର ସାହୁଙ୍କୁ (ପିଆରଓ, ଏଲଆର), ସ୍ୱାତୀ ସ୍ନିଗଧା ସୁଆର, ତନୁଜା ମହାନ୍ତି, ରୋଜାଲିନ ସାହୁ, ସୁଶ୍ରୀ ସଂଗୀତା ମହାରଣାଙ୍କୁ ପିଆରଓ (ଗ୍ରୁପ ଅଫ୍ ଡିପାର୍ଟମେଣ୍ଟସ) ଭାବେ ଖୋର୍ଦ୍ଧା (ରାଜ୍ୟ ସଦର ମହକୁମା, ଭୁବନେଶ୍ୱର)ରେ ଅବସ୍ଥାପିତ କରାଯାଇଛି । ଓଡ଼ିଶା ଲେକାସଭା ଆୟୋଗ (ଓପିଏସସି) ଦ୍ୱାରା ଏହି ସବୁ ପଦବୀ ପୂରଣ ପରେ ସମସ୍ତ ପ୍ରାର୍ଥୀଙ୍କୁ ବିଭିନ୍ନ ସ୍ଥାନରେ ଅବସ୍ଥାପିତ ନେଇ ଗତ ମେ ୩୦ ତାରିଖରେ କାଉନସେଲିଂ କରାଯାଇଥିଲା ।

Get real time updates directly on you device, subscribe now.