fbpx

Video : ଚକା ଆଖି ସବୁ ଦେଖୁଛି ! ଦୟାକରି ସଦାସର୍ବଦା ସଡକ ସୁରକ୍ଷାର ସମସ୍ତ ନିୟମ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ

ଭୁବନେଶ୍ୱର : ବର୍ଷକ ୩୬୫ ଦିନ । ୩୬୫ ଦିନ ମଧ୍ୟରୁ ଆମ ଓଡ଼ିଶାରେ ପ୍ରାୟ ୧୦ ହଜାରରୁ ଅଧିକ ଦୁର୍ଘଟଣା ଘଟୁଛି । ଏହି ଦୁର୍ଘଟଣାରେ ୫ହଜାରରୁ ଉଦ୍ଧ୍ୱର୍ ଲୋକ ପ୍ରାଣ ହରାଉଛନ୍ତି । ଦୁର୍ଘଟଣାରୁ ଜୀବନ ବଞ୍ଚିବା ପାଇଁ ହେଲେ ଆପଣଙ୍କୁ ସଠିକ ନିୟମ ମାନି ଚାଲିବାକୁ ହେବ ଏବଂ ଗାଡ଼ି ଚଳାଇବା ବେଳେ ଦୁର୍ଘଟଣା ପ୍ରତି ସଜାଗ ରହିବାକୁ ହେବ । ଯଦି ଗୋଟେ ଲୋକ ଗାଡ଼ିକୁ ଚଳାଇବା ବେଳେ ହେଲମେଟ ବ୍ୟବହାର କରୁଛି, ସଡ଼କର ସମସ୍ତ ନିୟମ ମାନି ଗାଡ଼ି ଚଳାଉଛି ଏବଂ ଡ଼୍ରାଇଭ କରିବା ସମୟରେ ଫୋନରେ କଥା ନହୋଇ ସେ ତାର ସଂପୂର୍ଣ୍ଣ ଧ୍ୟାନ ଗାଡ଼ିକୁ ଚଳାଇବାରେ ଦେଉଛି ତେବେ ସେ ସଡ଼କ ଦୁର୍ଘଟଣାରୁ ବର୍ତ୍ତିି ପାରିବ ।

ମଙ୍ଗଳବାର ପାଳନ କରାଯାଉଛି ରଥଯାତ୍ରା । ରଥଯାତ୍ରା ଦିନ ଦେଶ-ବିଦେଶର କୋଣ ଅନୁକୋଣରୁ ଲୋକେ ପୁରୀକୁ ଆସିଥାନ୍ତି । ପୁରୀର ରଥଯାତ୍ରା ହେଉଛି ସାରା ବିଶ୍ୱରେ ପ୍ରସିଦ୍ଧ । ଏହି ଯାତ୍ରା ଉପଲକ୍ଷେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟ୍ୱିଟ କରି ଓଡ଼ିଶା ବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି । ଏହା ସହିତ ସେ ଓଡ଼ିଶା ବାସୀଙ୍କ ମଙ୍ଗଳ କାମନା କରି କହିଛନ୍ତି :- ଜୀବନ ଅମୂଲ୍ୟ । ଆସନ୍ତୁ ସଡ଼କ ସୁରକ୍ଷା ନିୟମକୁ ଠିକ ଭାବରେ ପାଳନ କରିବା । ଏଥି ଦ୍ୱାରା ନିଜେ ସୁରକ୍ଷିତ ରହିବା ଏବଂ ନିଜ ପରିବାର ଲୋକଙ୍କୁ ସୁରକ୍ଷିତ ରଖିବା । ଏହା ସହିତ କ୍ୟାପସନ ଲେଖିଛି, “ଚକା ଆଖି ସବୁ ଦେଖୁଛି! ଦୟାକରି ସଦାସର୍ବଦା ନିୟମ ମାନନ୍ତୁ ଓ ସୁରକ୍ଷିତ ରୁହନ୍ତୁ ।” ଆଶା କରାଯାଉଛି ଏହି ଭଳି ହୃଦୟସ୍ପର୍ଶୀ ଅନୁରୋଧକୁ ଲୋକମାନେ ଆପଣାଇବେ ।

ଆଜିର ଯୁଗ ଡିଜିଟାଲର ଯୁଗ । ସଡ଼କର ଚର୍ତୁଃପାଶ୍ୱର୍ରେ CCTVର ସୁବିଧା ରହିଛି । ଏହା ମାଧ୍ୟମରେ ସଡ଼କ ଦୁର୍ଘଟଣାର ସଠିକ କାରଣ ଜଣାପଡୁଛି । ଏହି ପରିପେକ୍ଷୀରେ ସରକାର କହିଛନ୍ତି ଯେ, ଚକା ଆଖି ସବୁ ଦେଖୁଛି ।

Get real time updates directly on you device, subscribe now.