fbpx
BJD SKY
BJD SKY

ରଥଯାତ୍ରାରେ ବଡ଼ ଅଘଟଣ: ଠେଲାପେଲାରେ ଅନେକ ଭକ୍ତ ଆହତ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀକ୍ଷେତ୍ର ଧାମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆରମ୍ଭ ହୋଇଛି । ଏହି ଅବସରରେ ଦେଶ, ବିଦେଶରୁ ଲକ୍ଷ ଲକ୍ଷ ଭକ୍ତମାନେ ପ୍ରବଳ ଖରାକୁ ଖାତିର ନକରି ଧାଇଁ ଆସିଛନ୍ତି ନିଳାଚଳ ଧାମକୁ । ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ, ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ଓ ଦେବୀ ସୁଭ୍ରଦ୍ରାଙ୍କ ଦର୍ପଦଳନ ରଥ ଟାଣିବାକୁ ଭକ୍ତଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖିବାକୁ ମିଳିଛି ।

ତେବେ ଏହା ମଧ୍ୟରେ ଆଜି ଶ୍ରୀକ୍ଷେତ୍ର ଧାମରେ ଦେଖିବାକୁ ମିଳିଛି ଏକ ବଡ଼ ଅଘଟଣ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଏକତ୍ର ହୋଇଥିବା ଭକ୍ତଙ୍କ ମଧ୍ୟରେ ଠେଲାପେଲା ଦେଖିବାକୁ ମିଳିଛି । ଫଳରେ ଅନେକ ଭକ୍ତ ଆହତ ହୋଇଥିବା ଖବର ମିଳିଛି । ସମସ୍ତ ଆହତ ଭକ୍ତମାନଙ୍କୁ ସଙ୍ଗେସଙ୍ଗେ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଳଧ୍ୱଜ ରଥ ଟଣା ସମୟରେ ଏହି ଅଘଟଣ ଘଟିଥିଲା । ମରିଚିକୋଟ ଛକରେ ଦେଖିବାକୁ ମିଳିଥିଲା ଏହି ଅଘଟଣ ।

ପୁରୀ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ଟ୍ରାଫିକ ବ୍ୟବସ୍ଥା କରାଯାଇଛି । ପୁରୀ ସହର ଭିତରେ ଓ ବାହାରେ ଟ୍ରାଫିକ ବ୍ୟବସ୍ଥାକୁ ୩ଟି ଭାଗରେ ବିଭକ୍ତ କରାଯାଇଛି । ସହରର କୋଣ ଅନୁକୋଣରେ ସିସିଟିଭି ଲଗାଯାଇଛି । ପ୍ରଚଣ୍ଡ ଖରାକୁ ଖାତିର ନକରି ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଝାଳ ବୁହାଇଛନ୍ତି । ଆଜି ସକାଳ ୯ଟାରୁ ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଥିଲା । ପରିମାଣିକ ଟିକେଟଧାରୀମାନେ ପ୍ରଥମେ ଶ୍ରୀଜୀଉଙ୍କ ମନଲୋଭା ବେଶକୁ ଦର୍ଶନ କରିଥିଲେ । ୮ଟାରୁ ୯ଟା ମଧ୍ୟରେ ପରିମାଣିକ ଟିକେଟଧାରୀଙ୍କୁ ଦର୍ଶନ ପାଇଁ ଅନୁମତି ମିଳିଥିଲା । ଏହାପରେ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବ୍ୟବସ୍ଥା ହୋଇଥିଲା ।

Get real time updates directly on you device, subscribe now.