fbpx
BSKY
BJD SHG SKY
BJD YOUTH SKY

ଗତ ପାଞ୍ଚ ବର୍ଷରେ ଦେଶ ଛାଡ଼ିଛନ୍ତି ୮ ଲକ୍ଷରୁ ଅଧିକ ଭାରତୀୟ: ନିଜ ଦେଶର ନାଗରିକତା ଛାଡ଼ିବା ପଛର କାରଣ କ’ଣ

ନୂଆଦିଲ୍ଲୀ: ଗତ ୨୦୧୮ ମସିହା ଜାନୁଆୀର ମାସରୁ ୨୦୨୩ ମସିହା ଜୁନ୍ ମାସ ୫ ବର୍ଷ ମଧ୍ୟରେ ପାଖାପାଖି ୮.୪୦ ଲକ୍ଷ ଭାରତୀୟ ନିଜର ନାଗରିକତା ପରିତ୍ୟାଗ କରି ଅନ୍ୟ ଦେଶର ରାଷ୍ଟ୍ରିୟତା ଗ୍ରହଣ କରିଥିଲେ । ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ଏହି ସଂଖ୍ୟା ପାଖାପାଖି ୮୭,୦୨୬ ରହିଥିଲା । ୨୦୨୨ରେ ୨,୨୫,୬୨୦ ଜଣ ଭାରତୀୟ ନାଗରିକ ଦେଶ ଛାଡ଼ିଥିଲେ । ଗତ ୧୨ ବର୍ଷ ମଧ୍ୟରେ ଏହି ସଂଖ୍ୟା ସବୁଠାରୁ ଅଧିକ ରହିଥିଲା ।

ଗତ ଜୁଲାଇ ମାସରେ ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଏକ ଲିଖିତ ଉତ୍ତରରେ କହିଥିଲେ, ଗତ ଦୁଇ ଦଶନ୍ଧି ମଧ୍ୟରେ ବୈଶ୍ୱିକ କାର୍ଯ୍ୟସ୍ଥଳ ସନ୍ଧାନ କ୍ଷେତ୍ରରେ ଭାରତୀୟଙ୍କ ସଂଖ୍ୟା ଉଲ୍ଲେଖନୀୟ ରହିଛି । ୨୦୧୮ରେ ୧୩,୪୫,୬୧ ଜଣ, ୨୦୧୯ରେ ୧୪,୪୦,୧୭ ଜଣ, ୨୦୨୦ରେ ୮୫,୨୫୬ ଜଣ, ୨୦୨୧ରେ ୧୬,୩୩,୭୦ ଜଣ, ୨୦୨୨ରେ ୨୨,୫୬,୨୦ ଜଣ ୨୦୨୩ ଜୁନ୍ ସୁଦ୍ଧା ୮୭,୦୨୬ ଜଣ ଭାରତୀୟ ନାଗରିକତା ପରିତ୍ୟାଗ କରିଥିଲେ । ଏପରି ଭାବେ ୫ ବର୍ଷ ମଧ୍ୟରେ ୮୩,୯୮,୫୦ ଜଣ ବିଦେଶୀ ରାଷ୍ଟ୍ରର ବାସିନ୍ଦା ହୋଇଥିଲେ ।

ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ସମସ୍ତ ଭାରତୀୟମାନେ କାହିଁକି ଦେଶ ଛାଡ଼ିବାର ନିଷ୍ପତ୍ତି ନେଇଥିଲେ । ନିକଟରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ଏକ ଡାଟା ପ୍ରଦାନ କରାଯାଇଥିଲା । ରୋଜଗାର ସୁଯୋଗ ଲକ୍ଷ୍ୟରେ ଭାରତୀୟମାନେ ଯୁକ୍ତରାଷ୍ଟ୍ର ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ, ୟୁକେ ଓ ଇଟାଲିକୁ ବାଛିଥିଲେ । ପାଖାପାଖି ୩.୨୯ ଲକ୍ଷ ଭାରତୀୟ ଆମେରିକା, ୧.୬୨ ଲକ୍ଷ ଭାରତୀୟ କାନାଡ଼ା, ୧.୩୨ ଲକ୍ଷ ଭାରତୀୟ ଅଷ୍ଟ୍ରେଲିଆ, ୮୩,୪୬୮ ଭାରତୀୟ ୟୁକେ ଓ ୨୩,୮୧୭ ଜଣ ଭାରତୀୟ ଇଟାଲିର ନାଗରିକତା ଗ୍ରହଣ କରିଥିଲେ । ଏହି ୫ଟି ଦେଶ ଗତ ୫ ବର୍ଷ ମଧ୍ୟରେ ୮୫ ପ୍ରତିଶତ ଭାରତୀୟଙ୍କୁ ନିଜ ଦେଶରେ ସ୍ଥାନ ଦେଇଛନ୍ତି ।

ଗୋଟିଏ ପଟେ ଭାରତ ନିଜକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିବା ସହିତ ବିଶ୍ୱର ୫ମ ଅର୍ଥବ୍ୟବସ୍ଥା ଭାବେ ମାନ୍ୟତା ଲାଭ କରିଛି । ୨୦୦୫ରେ ଭାରତ ବିଶ୍ୱର ୧୨ତମ ଅର୍ଥବ୍ୟବସ୍ଥା ରହିଥିଲା । ମାତ୍ର ଏକ ବଡ଼ ଲମ୍ଫ ପ୍ରଦାନ କରି ଭାରତ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛି । ମାତ୍ର ଦେଶର ନାଗରିକମାନେ କ୍ରମାଗତ ଭାବେ ଦେଶ ଛାଡ଼ିବାରେ ଲାଗିଛନ୍ତି । ୨୦୭୫ ସୁଦ୍ଧା ଚୀନ ପରେ ଭାରତ ବିଶ୍ୱର ଦ୍ୱିତୀୟ ଅର୍ଥବ୍ୟବସ୍ଥା ହୋଇପାରେ ବୋଲି ଏକ ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ।

ତେବେ ବିଶେଷଜ୍ଞଙ୍କ ମତରେ, ଏହା ପଛର କାରଣ ଅତ୍ୟନ୍ତ ଜଟିଳ । କ୍ୟାରିୟର ସମ୍ଭାବନା, ଜୀବନର ଉତ୍ତମ ଗୁଣବତ୍ତା, ଭଲ ଶିକ୍ଷା ସୁଯୋଗ, ଭଲ ସ୍ୱାସ୍ଥ୍ୟ ସୁଯୋଗ, ସ୍ୱଚ୍ଛ ବାୟୁ ଆଦି କାରଣ ସାମିଲ ରହିଛି । ଏଥିସହିତ ବିବାହ ସମ୍ବନ୍ଧିତ ପ୍ରବାସ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛି । ତେବେ ଯେଉଁ ଦେଶମାନେ ଭାରତଠାରୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବହୁତ ପଛରେ ରହିଛନ୍ତି ସେମାନଙ୍କ କ୍ଷେତ୍ରରେ ଏହି ସ୍ପଷ୍ଟିକରଣ ସମ୍ପୂର୍ଣ୍ଣ ଭାବେ ସ୍ପଷ୍ଟ ନୁହେଁ । ଅନ୍ୟ କିଛି ଦେଶଙ୍କ ପରି ଭାରତ ଦୁଇଟି ନାଗରିକତା ପ୍ରଦାନ କରିନଥାଏ । ତେଣୁ କିଛି ଭାରତୀୟ ବିଦେଶୀ ନାଗରିକତା ପ୍ରାପ୍ତ କରୁଛନ୍ତି । ଏଥିସହିତ ଆହୁରି ମଧ୍ୟ ଅନେକ କାରଣ ରହିଛି ।

Get real time updates directly on you device, subscribe now.