fbpx

ୟୁପିଆଇରେ ଦିନକୁ ନିର୍ଦ୍ଦିଷ୍ଟ ଏତିକି ଟଙ୍କା ହିଁ ଆପଣ କାହାକୁ ପଠାଇ ପାରିବେ…

ଓଡିଶା ଭାସ୍କର; ଧୀରେ ଧୀରେ ୟୁପିଆଇର ଚାହିଦା ଅନେକ ମାତ୍ରାରେ ବଢ଼ିବାରେ ଲାଗିଛି । ୟୁପିଆଇ ବା ଅନଲାଇନ ପେମେଣ୍ଟ ହେବା ଦିନଠାରୁ ଆମ ଜୀବନଶୈଳୀ ବି ବେଶ୍ ସହଜ ହୋଇଯାଇଛି। କାହାକୁ ଟଙ୍କା ପଠାଇବାର ଥିଲେ ଲୋକେ ଘରେ ବସି ବି ଅତି ସହଜରେ ଟଙ୍କା ପଠାଇ ପାରୁଛନ୍ତି । ସାଧାରଣତ ଚାହା କିଣିବା ଠାରୁ ଆରମ୍ଭ କରି ସମସ୍ତ ସପିଙ୍ଗ କରିବା ଯାଏଁ ସବୁଠି ଚାଲିଛି ଅନଲାଇନ ପେମେଣ୍ଟ । ଫୋନ ପେ,ଗୁଗଲ ପେ,ଆମଜନ ପେ ଓ ପେଟିଏମ୍ ଭଳି ଆପ୍ ଜରିଆରେ ସମସ୍ତେ ତାଙ୍କର ଏହି ଲେଣ ଦେଣ କରୁଛନ୍ତି ।

କିନ୍ତୁ ଏବେ ଆପଣ ଏହି ୟୁପିଆଇ ଜରିଆରେ ଏକ ନିର୍ଦ୍ଦିଷ୍ଟ ପରିମାଣ ଟଙ୍କା ହିଁ ପଠାଇ ପାରିବେ । ଏହି ନିର୍ଦ୍ଦିଷ୍ଟ ଟ୍ରାଞ୍ଜାକ୍ସନ ଅତିକ୍ରମ କରିଯିବା ପରେ ଆପଣ ଚାହିଁଲେ ବି ଆଉ ଟଙ୍କା କାହାକୁ ପଠାଇ ପାରିବେ ନାହିଁ । ଏହି ଟ୍ରାଞ୍ଜାକ୍ସନକୁ ଲିମିଟେଡ଼ ଟ୍ରାଞ୍ଜାକ୍ସନ କରାଯିବା ନେଇ ସୂଚନା ରହିଛି । ନେସନାଲ ପେମେଣ୍ଟ କର୍ପରେସନ୍ ଆଫ୍ ଇଣ୍ଡିଆ ଏଥିପାଇଁ ଏକ ସୀମା ସ୍ଥିର କରିଛି। ୟୁପିଆଇରେ ଜଣେ ବ୍ୟକ୍ତି ଦିନକୁ ସର୍ବାଧିକ ୧ ଲକ୍ଷ ଟଙ୍କା ପଠାଇ ପାରିବେ। ଆପଣ ଦିନକୁ ଯେତେ ଥର ବି ପେମେଣ୍ଟ କରନ୍ତୁ କିଛି ଅସୁବିଧା ନାହିଁ କିନ୍ତୁ ଏହା ନିର୍ଦ୍ଦିଷ୍ଟ ପରିମାଣ ୧ ଲକ୍ଷ ଟଙ୍କା ରହିବ । ତେବେ ଭିନ୍ନ ଭିନ୍ନ ପେମେଣ୍ଟ ଆପ୍ ଟ୍ରାନଜାକ୍ସନକୁ ନେଇ ଭିନ୍ନ ନିୟମ ରଖିଛନ୍ତି। ଯେପରି ପେଟିମ୍ ଘଣ୍ଟାକ ଭିତରେ ୨୦ ହଜାର ଟଙ୍କାର ଟ୍ରାଞ୍ଜାକ୍ସନ ସ୍ଥିର କରିଛି।

Get real time updates directly on you device, subscribe now.