fbpx

ଚେହେରାରେ ବୁଲୁଛି ଅଦ୍ଭୁତ କୀଟ: Sex କରୁଛି, ଖାଇ ଦେଉଛି ତ୍ୱଚା- ରିପୋର୍ଟରୁ ବଡ଼ ଖୁଲାସା

ନୂଆଦିଲ୍ଲୀ: ଆମେମାନେ ସୁନ୍ଦର ଦେଖାଯିବା ପାଇଁ ଆମର ମୁହଁର ଯତ୍ନ ନେଇଥାଉ । ଅନେକ ପୁଅ, ଝିଅମାନେ ଚେହେରାକୁ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପ୍ରକାର ସାମଗ୍ରୀର ବ୍ୟବହାର କରିଥାନ୍ତି । ତେବେ ଆପଣମାନେ ଜାଣନ୍ତି କି, ଆପଣଙ୍କ ଚେହେରାରେ କୀଟ ବଢ଼ୁଛନ୍ତି, ତ୍ୱଚାରେ ଏଣେତେଣେ ବୁଲୁଛନ୍ତି, ଏପରିକି ସେକ୍ସ ମଧ୍ୟ କରୁଛନ୍ତି । କୀଟମାନେ ଚେହେରାରେ ନିଜ ଘର ବନାଇବା ସହ ବଂଶ ବିସ୍ତାର କରୁଛନ୍ତି । ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଏଭଳି କିଛି ଖୁଲାସା ହୋଇଛି ।

ଆପଣଙ୍କ ଚେହେରାରେ ଡେମୋଡେକ୍ସ ଫୋଲିକୁଲୋରମ ନାମକ ଏକ କୀଟ ରହିଥାଏ । କୀଟଟି ଆପଣଙ୍କ ଚେହେରାରେ ରହିବା ସହ ତ୍ୱଚାକୁ ଖାଇଥାଏ । ଏହା ତ୍ୱଚାର ଲୋମ ଛିଦ୍ରରେ ପଶି ଯାଇଥାଏ ଓ ସେଠାରେ ପ୍ରଜନନ କରିବା ସହ ମୃତ୍ୟୁବରଣ କରିଥାଏ । ଏହି କୀଟ ଆପଣଙ୍କ ତ୍ୱଚାର ମୃତ କୋଷିକାକୁ ଖାଇବା ପାଇଁ ଯାଇଥାଏ । କୀଟ ମଣିଷ ଉପରେ ଏତେମାତ୍ରାରେ ନିର୍ଭରଶୀଳ ହୋଇଥାଏ ଯେ, ଅନ୍ୟ ଜୀବଙ୍କ ଆଡ଼କୁ ଜମା ଯାଇନଥାଏ ।

ତେବେ ନୂଆ ଷ୍ଟଡି ମୁତାବକ, ଏହି କୀଟ ସର୍ବଦା ମଣିଷ ଚେହେରାରେ ରହି ନଥିଲା । ପୂର୍ବରୁ ଏହା ଏକ୍ଟୋପାରାସାଇଟରେ ରହୁଥିଲା । ମାତ୍ର ପରବର୍ତ୍ତୀ ସମୟରେ ତାହା ମଣିଷ ସହ ପାରମ୍ପରିକ ସମ୍ପର୍କ ସ୍ଥାପନ କରି ନେଇଥିଲା । ତେବେ କୀଟଟି ମଣିଷର ତ୍ୱଚାରେ କାହିଁକି ଅବସ୍ଥାନ କରୁଛି ତାହାର କାରଣ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକମାନେ ଏହି କୀଟର ଜିନୋମ ସିକୁଏନ୍ସିଂ କରିଥିଲେ ।

ଇଂଲଣ୍ଡର ୟୁନିଭରସିଟି ଅଫ୍ ରିଡିଙ୍ଗସର ଇନବର୍ଟିବ୍ରେଟ ବାୟୋଲୋଜିଷ୍ଟ ଅଲେଜାଣ୍ଡ୍ରା ପରୋଟ୍ଟୀ କହିଛନ୍ତି, ମଣିଷର ଲୋମ ଛିଦ୍ରରେ ରହିବା କାରଣରୁ କୀଟର ଡିଏନଏ, ଶରୀର ଓ ବ୍ୟବହାରରେ ବହୁତ କିଛି ପରିବର୍ତ୍ତନ ଘଟିଛି । ଏହି କୀଟର ଆୟୁଷ ମାତ୍ର ୧୪ ଦିନ ପାଇଁ ହୋଇଥିବା ବେଳେ ଏହା କେବଳ ମଣିଷର ଚେହେରାର ତ୍ୱଚାକୁ ଖାଦ୍ୟ ଭାବେ ଗ୍ରହଣ କରିଥାଏ । ରାତି ସମୟରେ ଏହା ଲୋମ ଛିଦ୍ରରୁ ବାହାରକୁ ବାହାରି ଚର୍ମର ଏଣେତେଣେ ଘୁରି ବୁଲିଥାଏ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି କୀଟକୁ କେହି ଶିକାର କରନ୍ତି ନାହିଁ । ମଲିକ୍ୟୁଲାର ବାୟୋଲୋଜି ଆର୍ଡ ଇଭୋଲ୍ୟୁସନରେ ଏହି ଷ୍ଟଡି ବିଷୟରେ ରିପୋର୍ଟ ପ୍ରକାଶ ପାଇଛି ।

Get real time updates directly on you device, subscribe now.