fbpx

Twitterରୁ ଆପଣ ରୋଜଗାର କରୁଛନ୍ତି କି: ଏଣିକି ଦେବାକୁ ପଡ଼ିବ ୧୮ ପ୍ରତିଶତ GST

ନୂଆଦିଲ୍ଲୀ: ଯଦି ଆପଣ ଜଣେ ଇନଫ୍ଲୁଏନ୍ସର ବା କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଯଦି ଆପଣ ଟ୍ୱିଟରରୁ ଅର୍ଥ ରୋଜଗାର କରୁଛନ୍ତି ତେବେ ଏଣିକି ଆପଣଙ୍କୁ ଦ୍ରବ୍ୟ ଓ ସେବା କର (ଜିଏସଟି) ଦେବାକୁ ପଡ଼ିବ । ସୋସିଆଲ ମିଡ଼ିଆ କମ୍ପାନୀ ଟ୍ୱିଟର (ଏକ୍ସ)ର ମାଲିକ ଏଲନ ମସ୍କ ଏହି ପ୍ଲାଟଫର୍ମକୁ କିଣିବା ପରଠାରୁ ନିୟମିତ ବ୍ୟବଧାନରେ ନୂଆ ନୂଆ ସେବା ଆରମ୍ଭ କରୁଛନ୍ତି ।

ତେବେ ଏହା ମଧ୍ୟରେ କମ୍ପାନୀ କଣ୍ଟେଣ୍ଟ ଜେନେରେଟ କରୁଥିବା ଲୋକଙ୍କ ପାଇଁ ଇନକମ ପ୍ଲାନ ପ୍ରସ୍ତୁତ କରିଛି । ବିଜ୍ଞାପନରୁ ହେଉଥିବା ଆୟରୁ କିଛି ଅଂଶ ୟୁଜର୍ସ କମ୍ପାନୀକୁ ପ୍ରଦାନ କରିବେ । ସେଥିପାଇଁ ‘ଆଡ ରେଭିନ୍ୟୁ ଶେୟାରିଂ ପ୍ଲାନ’ ତିଆରି କରାଯାଇଛି । ଏହି ପ୍ରଣାଳୀରେ ୟୁଜର୍ସ କରୁଥିବା ଆୟର ୧୮ ପ୍ରତିଶତ ଜିଏସଟି କମ୍ପାନୀକୁ ପ୍ରଦାନ କରିବେ । ତେବେ ଜିଏସଟି ଆଇନ ଅନୁଯାୟୀ ‘ଆଡ ରେଭିନ୍ୟୁ ଶେୟାରିଂ ପ୍ଲାନ’ ବିଦେଶରୁ ସପ୍ଲାଏ ହୋଇଥାଏ । ତେଣୁ ୟୁଜର୍ସଙ୍କୁ ୧୮ ପ୍ରତିଶତ ଜିଏସଟି ପ୍ରଦାନ କରିବାକୁ ପଡ଼ିବ ବୋଲି ଟ୍ୟାକ୍ସ ଏକ୍ସପର୍ଟ କହିଛନ୍ତି ।

କେବଳ ଏତିକି ନୁହେଁ, ଯଦି କୌଣସି ବ୍ୟକ୍ତିଙ୍କର ବ୍ୟାଙ୍କରେ ଫିକ୍ସଡ ଡିପୋଜିଟ ବା ଅନ୍ୟ ପ୍ରଫେସନାଲ ସେବାର ସୁଧ ରୋଜଗାର ବର୍ଷକ ମଧ୍ୟରେ ୨୦ ଲକ୍ଷରୁ ଅଧିକ ହୁଏ, ତେବେ ତା’ ଉପରେ ମଧ୍ୟ ଟ୍ୟାକ୍ସ ଲାଗିବ ବୋଲି ଟ୍ୟାକ୍ସ ଏକ୍ସପର୍ଟ କହିଛନ୍ତି । ବର୍ତ୍ତମାନ ସମୟରେ ଦେଶ ଭିତରେ ସେବାରୁ ବର୍ଷକ ମଧ୍ୟରେ ୨୦ ଲକ୍ଷ ବା ତା’ଠାରୁ ଅଧିକ ଇନକମ ହେଉଥିଲେ ସେଥିପାଇଁ ବ୍ୟକ୍ତି ଓ ଗ୍ରୁପକୁ ଜିଏସଟି ପଞ୍ଜିକରଣ କରିବାକୁ ପଡ଼ିଥାଏ । ମିଜୋରାମ, ମେଘାଳୟ ଓ ମଣିପୁରରେ କିଛି ରାଜ୍ୟମାନଙ୍କରେ ଏହାର ସୀମା ୧୦ ଲକ୍ଷ ରହିଛି ।

Get real time updates directly on you device, subscribe now.