fbpx
BJD SKY
BJD SKY

ବିଶ୍ୱରେ ଚାଞ୍ଚଲ୍ୟ! ପେରୁରେ ଗାଁଲୋକେ ଦେଖିଲେ ୭ ଫୁଟ ଲମ୍ବର ଏଲିଅନ୍ସ

BJD

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏଲିଅନ୍ସଙ୍କ ସହ ଜଡ଼ିତ ଅନେକ କାହାଣୀ ଶୁଣିବାକୁ ମିଳିଥାଏ । ଅନେକ ସମୟରେ ଏଲିଅନଙ୍କର ଆଗମନ ତଥା ଉପସ୍ଥିତି ନେଇ କିଛି ତଥ୍ୟ ମଧ୍ୟ ସାମ୍ନାକୁ ଆସିଥାଏ । କିଛି ଲୋକ ଏହାକୁ ଗୁଜବ ବୋଲି କହୁଥିବା ବେଳେ ଆଉ କିଛି ଏହାକୁ ସତ୍ୟ ବୋଲି ଗ୍ରହଣ କରିଥାନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, କିଛି ଲୋକ ଏଲିଅନ୍ସକୁ ଦେଖିଛନ୍ତି ବୋଲି ଦାବି କରିଛନ୍ତି । ପେରୁର ଗୋଟିଏ ଗାଁର ଲୋକଙ୍କର ଏପରି ଦାବି ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଉକ୍ତ ଏଲିଅନ୍ସଙ୍କ ଲମ୍ବ ୭ ଫୁଟ ହୋଇଥିବା ସେମାନେ ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଏପରିକି ଆକ୍ରମଣକାରୀଙ୍କ ଶରୀରରେ ଗୁଳି କିଛି ବି ପ୍ରଭାବ ପକାଇ ପାରୁନଥିଲା । ଏହି ଖବରଟି ସାରା ବିଶ୍ୱର ଏକ ମିଡ଼ିଆର ହେଡଲାଇନ୍ ହୋଇଯାଇଛି । ଏଲିଅନ୍ସଙ୍କ ସହ ଜଡ଼ିତ ଖବର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି ।

ମିଡ଼ିଆ ରିପୋର୍ଟ ମୁତାବକ, ଏହା ଅବୈଧ ସୁନା ଖନନ ସହ ଜଡ଼ିତ ଅପରାଧ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ଏଲିଅନ୍ସ ବୋଧହୁଏ ବ୍ରାଜିଲର ‘ଓ ପ୍ରାଇମିରୋ କମାଣ୍ଡୋ ଦ କ୍ୟାପିଟାଲ, କଲମ୍ବିଆର ‘କ୍ଲେନ ଡେଲ ଗୋଲଫୋ’ ଏଫଏଆରସି ପରି ଡ୍ରଗ କାର୍ଟେଲ ସହ ଜଡ଼ିତ ମାଫିଆ ଥିଲେ ବୋଲି ସୂଚନା ଦିଆଯାଇଛି । ଆକ୍ରମଣକାରୀମାନେ ସୁନା ମାଫିଆ ଥିଲେ ବୋଲି ଏହି ଘଟଣାର ଯାଞ୍ଚ କରୁଥିବା ପେପୁର ରାଷ୍ଟ୍ରୀୟ ପ୍ରସିକ୍ୟୁଟର ଅଫିସ ପକ୍ଷରୁ କୁହାଯାଇଛି ।

ଗୋଲ୍ଡ ମାଫିଆ ପେରୁରେ ଆତଙ୍କ ସୃଷ୍ଟି କରି ଲୋକଙ୍କ ମନରେ ଭୟ ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ବାଧ୍ୟ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ । ଅବୈଧ ସୁନା ଖନନ କରିବା ପାଇଁ ମାଫିଆମାନେ ସର୍ବପ୍ରଥମେ ପେରୁର ନାନାୟ ନଦୀ ନିକଟସ୍ଥ ଜଙ୍ଗଲରେ ଜେଟପ୍ୟାକର ଉପଯୋଗ କରିଥିଲେ ବୋଲି କୁହାଯାଇଛି । ଜୁଲାଇ ୧୧ ତାରିଖରେ ଏଲିଅନ୍ସ ଗାଁରେ ପ୍ରବେଶ କରିଥିଲେ ।

Get real time updates directly on you device, subscribe now.