fbpx

ଆସନ୍ତା ୧୨ରୁ ଚାଲିବ ଅଧିକ ୮୦ଟି ପାସେଞ୍ଜର ଟ୍ରେନ, ଜାଣନ୍ତୁ କେବେଠାରୁ କରିପାରିବେ ଟିକେଟ ବୁକିଂ

ଭୁବନେଶ୍ୱର, ୫ା୯(ଓଡ଼ିଶା ଭାସ୍କର): ସାରା ଦେଶରେ ଆତଙ୍କ ଖେଳେଇବାରେ ଲାଗିଛି ମହାମାରୀ କରୋନା । ତେଣୁ ଟ୍ରେନ, ବିମାନ, ବସ୍ ସେବା ପ୍ରାୟ ବନ୍ଦ ରଖାଯାଇଥିଲା । କିନ୍ତୁ ଏବେ ଧିରେ ଧିରେ ପ୍ରାୟ ସବୁ ସ୍ୱାଭାବିକ ହେବାରେ ଲାଗିଛି । ଅନ୍ୟପଟେ ଅଗଷ୍ଟ ୩୧ପରଠାରୁ ଅନଲକ୍ ୪.୦ ଗାଇଡ଼ଳାଇନ ଲାଗୁ ହୋଇଛି । ସେହିପରି ସେପ୍ଟେମ୍ବର ୧୨ ତାରିଖରୁ ଅଧିକ ୮୦ଟି ପାସେଞ୍ଜର ଟ୍ରେନ ଚଳାଚଳ କରିବ ବୋଲି ସୂଚନା ମିଳିଛି । ଏହାସହ ସେପ୍ଟେମ୍ବର ୧୦ରୁ ଯେଉଁ ଯାତ୍ରୀମାନେ ଟ୍ରେନରେ ଯାତ୍ରା କରିବାକୁ ଚାହୁଁଛନ୍ତି ସେମାନେ ଟିକେଟ ବୁକିଂ କରିପାରିବେ ବୋଲି ଜଣାପଡ଼ିଛି ।

 

Get real time updates directly on you device, subscribe now.