fbpx

ପ୍ରକାଶ ପାଇଲା +୨ କଳା ରେଜଲ୍ଟ

ଭୁବନେଶ୍ୱର,୫ ।୯(ଓଡିଶା ଭାସ୍କର): ଆଜି ପ୍ରକାଶ ପାଇଛି +୨ କଳା ପରୀକ୍ଷା ରେଜଲ୍ଟ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଯୁକ୍ତ ୨ କଳାରେ ପାସ୍ ହାର ୬୭.୫୬ ପ୍ରତିଶତ ରହିଛି ।

ତେବେ ଚଳିତ ବର୍ଷ ୨ ଲକ୍ଷ ୧୯ ହଜାର ୭୧୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୧ ଲକ୍ଷ ୪୮ ହଜାର ୪୫୨ ଛାତ୍ରଛାତ୍ରୀ ।  ଯୁକ୍ତ ୨ କଳାର ସଫଳତା ହାରରେ ପୁଅଙ୍କୁ ଟପିଛନ୍ତି ଝିଅ । ପୁଅଙ୍କ ସଫଳତା ହାର ୫୭.୫୩% ଥିବା ବେଳେ ଝିଅଙ୍କ ସଫଳତା ହାର ୭୫.୪୮% ରହିଛି । ବରଗଡରେ ସର୍ବାଧିକ ପାସ ହାର ୭୬.୭୩ % ରହିଛି । ସେହିପରି ନବରଙ୍ଗପୁରରେ ସର୍ବନିମ୍ନ ପାସହାର ୪୪.୬୭% ରହିଛି । ଯଦି ଆପଣ ନିଜ ରେଜଲ୍ଟ ଦେଖିବାକୁ ଚାହୁଁଛନ୍ତି, ତେବେ www.odisaresults.nic.in ୱେବସାଇଟ୍ ଫଲୋ କରନ୍ତୁ ।

ସମ୍ଭାବନା ସାହୁ ଟପ୍ପର । ଯୁକ୍ତଦୁଇ କଳାରେ ୫୪୬ ନମ୍ବର ରଖି ସମ୍ଭାବନା ସାହୁ ଟପ୍ପର। ରାଜ୍ୟର ଏକମାତ୍ର ଛାତ୍ରୀ ଭାବେ ୯୦%ରୁ ଅଧିକ ନମ୍ବର ରଖିଛନ୍ତି ସମ୍ଭାବନା । ଯାଜପୁର ପାଣିକୋଇଲିର ମାଆ ତାରିଣୀ ଉଚ୍ଚ ମାଧ୍ୟମିକ ସ୍କୁଲର ଛାତ୍ରୀ ।

ଏହା ସହ ପ୍ରକାଶ ପାଇଛି ଧନ୍ଦାମୂଳକ ଶିକ୍ଷା ଫଳ । ୫୭.୫୩% ପିଲା ପାସ୍‌ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ପୁଅଙ୍କ ସଫଳତା ହାର ୫୨.୦୩% ଓ ଝିଅଙ୍କ ସଫଳତା ହାର ୬୩.୭୫% ରହିଛି । ପ୍ରଥମ ଶ୍ରେଣୀରେ ୫୮୫,ଦ୍ବିତୀୟ ଶ୍ରେଣୀରେ ୧୩୨୭ ପିଲା ପାସ୍‌ ହୋଇଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ତୃତୀୟ ଶ୍ରେଣୀରେ ୧୯୮୯ ପିଲା ପାସ୍ ହୋଇଛନ୍ତି ‌।

ତେବେ ରାଜ୍ୟରେ ସେପ୍ଟେମ୍ବର ୭ରୁ ଆରମ୍ଭ ହେବ ଦ୍ବାଦଶ ଶ୍ରେଣୀ ପାଠପଢ଼ା । ଦୂରଦର୍ଶନରେ ଦିନ ୧୦ଟାରୁ ୧୧ଟା ଯାଏ ପ୍ରସାରିତ ହେବ ଶିକ୍ଷାଦାନ ।

Get real time updates directly on you device, subscribe now.