fbpx

ଏକସଙ୍ଗେ ୬ଟି ଏସି ଫାଟିବା ଘଟଣା, ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଢ଼ାକା, ୫ା୯: ବାଙ୍ଗଲାଦେଶର ରାଜଧାନୀ ଢ଼ାକାର ଏକ ମସଜିଦରେ ଏକ ଅଭାନୀୟ ଘଟଣା ଘଟିଛି । ମସଜିଦରେ ୫୦ଜଣ ପ୍ରାର୍ଥନା କରୁଥିବା ସମୟରେ ଏକସଙ୍ଗେ ୬ଟି ଏସି(ଏୟାର କଣ୍ଡିସନର) ବିସ୍ଫୋରଣ ଘଟିଥିଲା । ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ୨୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗ୍ୟାସ ଲିକ କାରଣରୁ ଏସି ଗୁଡ଼ିକ ଫାଟିଥିବା ନେଇ ସନ୍ଦେହ କରାଯାଉଛି ।

ଉଲ୍ଲେଖଯୋଗ୍ୟ ଯେ ଗତକାଲି ରାତି ପ୍ରାୟ ୯ଟାରେ ନାରାୟଣ ଗଞ୍ଜ ନଦୀ ବନ୍ଦର ନଗରରେ ଥିବା ବୈତୁଲ ସଲତ ମସଜିଦରେ ଉପାସକମାନେ ପ୍ରାର୍ଥନା କରୁଥିବା ସମୟରେ ଏହିଭଳି ଅଭାନୀୟ ଘଟଣା ଘଟିଥିଲା । ଗତକାଲି ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଚିକିତ୍ସା ସମୟରେ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଛି ।

 

Get real time updates directly on you device, subscribe now.