fbpx
BSKY SKY
BSKY SKY

ମାତିଛନ୍ତି ୫ଟି ଭୟଙ୍କର ବ୍ୟାକ୍ଟେରିଆ: ଗୋଟିଏ ବର୍ଷରେ ବିଶ୍ୱରେ ମରିଛନ୍ତି ୧ କୋଟି ୩୭ ଲକ୍ଷ, ଭାରତରେ ୬.୭୮ ଲକ୍ଷ

BSKY

ନୂଆଦିଲ୍ଲୀ: ଆମ ଶରୀରରେ ଓ ଆଖପାଖରେ ଏପରି ଅନେକ କ୍ଷୁଦ୍ର ଜୀବ ରହିଥାନ୍ତି, ତାହାକୁ ଆମେ ‘ବ୍ୟାକ୍ଟେରିଆ’ ବୋଲି କହିଥାଉ । ଏହି ବ୍ୟାକ୍ଟେରିଆଗୁଡ଼ିକ ଏତେ ଛୋଟ ହୋଇଥାନ୍ତି ଯେ ଖାଲି ଆଖିକୁ ସେମାନେ ଦେଖାଯାଆନ୍ତି ନାହିଁ । କିଛି ବ୍ୟାକ୍ଟେରିଆ ବହୁତ ଭୟଙ୍କର ହେବା ସହିତ ଜୀବନହାନୀର କାରଣ ସାଜିଥାନ୍ତି । ତେବେ ବ୍ୟାକ୍ଟେରିଆକୁ ନେଇ ଏକ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଛି । କେବଳ ଭାରତ ନୁହେଁ ସାରା ଦୁନିଆରେ ଏଭଳି ୫ ପ୍ରକାରର ବ୍ୟାକ୍ଟେରିଆ ମାତିଛନ୍ତି ।

ରିସର୍ଚ୍ଚ ମୁତାବକ, ଏହି ୫ ପ୍ରକାରର ବ୍ୟାକ୍ଟେରିଆ ପାଇଁ ଗତ ୨୦୧୯ ମସିହାରେ ସାରା ବିଶ୍ୱରେ ୧.୩୭ କୋଟିରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ସେଥିରୁ ୭୭ ଲକ୍ଷରୁ ଅଧିକ ମୃତ୍ୟୁର କାରଣ ପଛରେ ୩୩ ବ୍ୟାକ୍ଟେରିଆ ରହିଥିଲେ । ୫୫ ପ୍ରତିଶତ ମୃତ୍ୟୁ ପାଇଁ କେବଳ ୫ ପ୍ରକାରର ବ୍ୟାକ୍ଟେରିଆ ଦାୟୀ ରହିଥିଲେ । ସେହି ବ୍ୟାକ୍ଟେରିଆଗୁଡ଼ିକର ନାମ ହେଉଛି ଇ.କୋଲାଈ, ଏସ.ନିମୋନିଆ, କେ.ନିମୋନିଆ, ଏସ.ଆଉରିୟସ ଓ ଏ.ବଉମାନି ।

ଏହି ଷ୍ଟଡି ପାଇଁ ୨୦୪ଟି ଦେଶକୁ ସାମିଲ କରାଯାଇଥିଲା । ୩୪ କୋଟିରୁ ଅଧିକ ମୃତକଙ୍କ ରିପୋର୍ଟକୁ ଅନୁଧ୍ୟାନ କରାଯାଇଥିଲା । ୨୦୧୯ରେ ସାରା ବିଶ୍ୱରେ ଯେତେ ସଂଖ୍ୟକ ମୃତ୍ୟୁ ହୋଇଥିଲା, ସେଥିମଧ୍ୟରୁ ବ୍ୟାକ୍ଟେରିଆ ସଂକ୍ରମଣ କାରଣରୁ ୧୩.୬ ପ୍ରତିଶତ ପ୍ରାଣ ହରାଇଥିଲେ । ଭାରତରେ ଏହି ସମୟରେ ବ୍ୟାକ୍ଟେରିଆ ପାଇଁ ୬.୭୮ ଲକ୍ଷ ଲୋକ ପ୍ରାଣ ହରାଇଥିଲେ । ଅର୍ଥାତ ଦିନକୁ ଆଭରେଜ ୧୮୬୦ ଓ ପ୍ରତି ଘଣ୍ଟାରେ ୭୭ ଜଣ ଲୋକ ବ୍ୟାକ୍ଟେରିଆ ଯୋଗୁଁ ପ୍ରାଣ ହରାଇଥିଲେ । ବ୍ୟାକ୍ଟେରିଆ କାରଣରୁ ହେଉଥିବା ସଂକ୍ରମଣ ସାରା ବିଶ୍ୱପାଇଁ ମୁଖ୍ୟ ବିପଦ ସାଜିଛି । ବିଶ୍ୱରେ ମରୁଥିବା ୮ ମୃତକଙ୍କ ମଧ୍ୟରେ ଏହି ବ୍ୟାକ୍ଟେରିଆ ମୃତ୍ୟୁ ରହିଥିଲା ।

ଆଫ୍ରିକାର ସବ-ସହାରା ଅଞ୍ଚଳରେ ମୋର୍ଟାଲିଟି ହାର ଅଧିକ ଦେଖିବାକୁ ମିଳିଥିଲା । ସେଠାରେ ଏକ ଲକ୍ଷ ଲୋକଙ୍କ ମଧ୍ୟରେ ୨୩୦ ଜଣ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ପଶ୍ଚିମ ୟୁରୋପ, ନର୍ଥ ଆମେରିକା, ଅଷ୍ଟ୍ରେଲିଆ ଓ ଏସିଆରେ ଏହା ୫୨ ରହିଥିଲା । ଏହି ବୃହତ ମୃତ୍ୟୁସଂଖ୍ୟାରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ଉକ୍ତ ୫ଟି ବ୍ୟାକ୍ଟେରିଆ କେତେ ଭୟଙ୍କର । ପ୍ରଥମ ଥର ପାଇଁ ଏଭଳି ତଥ୍ୟ ସାମ୍ନାକୁ ଆସିଥିବାରୁ ମଣିଷର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ତାହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

Get real time updates directly on you device, subscribe now.