fbpx

ବାଣ ଲଢ଼େଇ ନେଲା ସବୁ ଛଡ଼େଇ: ବାଣ ଫୁଟି ୪ ସଙ୍କଟାପନ୍ନ, ୨୦ ଆହତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଣ ସାଜିଲା କାଳ । ବାଣ ପ୍ରତିଯୋଗିତା ଚାଲିଥିବା ବେଳେ ବିସ୍ଫୋରଣ ଘଟି ୨୦ରୁ ଅଧିକ ଆହତ ହୋଇଛନ୍ତି । ଏହି ଘଟଣାରେ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡ଼ିଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଏକ ଅଘଟଣ । କାର୍ତ୍ତିକେଶ୍ୱରଙ୍କ ଭସାଣି ବେଳେ ଏହି ଘଟଣା ଘଟିଥିଲା ।

ସୂଚନା ମୁତାବକ, କେନ୍ଦ୍ରାପଡ଼ାର ସଦର ଥାନା ଅନ୍ତର୍ଗତ ବାଲିଆ ବଜାରଠାରେ ଭସାଣି ବେଳେ ବାଣି ଫୁଟିଥିଲା । ବାଣୁଆ ପୂର୍ବରୁ ରଖିଥିବା ସମସ୍ତ ଷ୍ଟକ ଏକ ସମୟରେ ବିସ୍ଫୋରଣ ହେବା ଫଳରେ ଏହି ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଥିଲା । ଭସାଣି ସମୟରେ ବାଣି ପ୍ରତିଯୋଗିତା କରିବା ବିପଦକୁ ଡାକି ଆଣିଥିଲା । ତେବେ ଏହି ବିସ୍ଫୋରଣରେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି ।

ତେବେ ଏକସମୟରେ ସମସ୍ତ ବାଣ ଫୁଟିବାରୁ ଏକ ପ୍ରଚଣ୍ଡ ଶବ୍ଦ ହେବା ସହ ତାହା ଚାରିଆଡ଼କୁ ଛିଟିକି ପଡ଼ିଥିଲା । ଏହାଦ୍ୱାରା ସେଠାରେ ଉପସ୍ଥିତ ଥିବା ଲୋକ, ଦୋକାନୀ ଏହାର ଶିକାର ହୋଇଥିଲେ । ସ୍ଥାନୀୟ ଲୋକ ଓ ପୋଲିସ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଆହତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.