fbpx

Agni 3 Missile ପରୀକ୍ଷଣ କଲା ଭାରତ: ୩ ହଜାର କିମି ଦୂରରେ ଥିବା ଶତ୍ରୁକୁ କରିବ ଟାର୍ଗେଟ୍

ନୂଆଦିଲ୍ଲୀ: ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ରରେ ଭାରତର ଶକ୍ତି ବଢ଼ିବାରେ ଲାଗିଛି । ଗତ ୧୮ ତାରିଖରେ ଭାରତ ମହାକାଶକୁ ପ୍ରଥମ ଘରୋଇ ରକେଟ ବିକ୍ରମ-ଏସ ଲଞ୍ଚ କରିଥିଲା । ତେବେ ଏହା ମଧ୍ୟରେ ଭାରତ ଆଜି ପୁଣି ଆଉ ପାଦେ ଆଗେଇଛି । ଭାରତ ବହୁଦୂରକୁ ଟାର୍ଗେଟ କରିବାରେ ସକ୍ଷମ ଇଣ୍ଟରମିଡିଏଟ ରେଞ୍ଜ ବାଲିଷ୍ଟିକ ମିସାଇଲ ଅଗ୍ନି-୩କୁ ସଫଳ ଭାବେ ଲଞ୍ଚ କରିଛି । ଏହା ୩ ହଜାର କିମି ଦୂରରେ ଥିବା ଶତ୍ରୁପକ୍ଷକୁ ଟାର୍ଗେଟ କରିପାରିବ ।

ଓଡ଼ିଶାର ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଏହା ଲଞ୍ଚ କରାଯାଇଛି । ଏହାର ଲମ୍ବ ୧୭ ମିଟର ଓ ବ୍ୟାସ ୨ ମିଟର ହୋଇଥିବା ବେଳେ ଓଜନ ୫୦ ଟନ ରହିଛି । ଗତ ୨୦୧୯ରେ ଏହାର ପରିକ୍ଷଣ କରାଯାଇଥିଲା । ଏହି ମିସାଇଲ ଏକ ସଙ୍ଗେ ୧.୫ ଟନର ହତିଆର ନେବାର କ୍ଷମତା ରଖିଛି । ଏହି ମିସାଇଲର ଖାସିୟତ ହେଉଛି ଏଥିରେ ଦୁଇଟି ପର୍ଯ୍ୟାୟରେ ପ୍ରୋପେଲେଣ୍ଟ ଭରାଯିବ ।

ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ମୁତାବକ, ୭୦୦ କିମି ପର୍ଯ୍ୟନ୍ତ କ୍ଷମତା ବଜାୟ ରଖୁଥିବା ଅଗ୍ନି-୧କୁ ଅତିକମରେ ୨୨୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ ପାଇଁ ପ୍ରୟୋଗ କରାଯାଇପାରିବ । ଅଗ୍ନି ଓ ସାମରିକ କ୍ରୁଜ ମିସାଇଲ ବ୍ରହ୍ମୋସ ସହାୟତାରେ ଭାରତ ସହଜରେ ୩୦ରୁ ୫ କିମି ମଧ୍ୟରେ ଟାର୍ଗେଟକୁ ଭେଦ କରିପାରିବ । ବ୍ରହ୍ମୋସ ୩୦ରୁ ୩୦୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିପାରିବ ।

Get real time updates directly on you device, subscribe now.