fbpx

ଦୁଇରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ଯୋଜନାର ଲାଭ

ଗୌହାଟି ୧୯।୦୬: ଦୁଇରୁ ଅଧିକ ପିଲା ଥିଲେ ମିଳିବନି ସରକାରୀ ଯୋଜନାର ଲାଭ। ଏମିତି ଘୋଷଣା କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା। ରାଜ୍ୟର ଯେଉଁ ଅଭିବାବକଙ୍କ ଦୁଇରୁ ଅଧିକ ଛୁଆ ଥିବ ସେମାନେ ସରକାରୀ ଯୋଜନାରୁ ବଞ୍ଚିତ ହେବେ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଶନିବାର ଘୋଷଣା କରିଛନ୍ତି, ଆସାମ ସରକାର ରାଜ୍ୟରେ ପ୍ରତିଟି ଯୋଜନାରେ ପର୍ଯ୍ୟାୟକ୍ରମେ ‘ଦୁଇ ପିଲା ନୀତି’ ଲାଗୁ କରିବେ। କିନ୍ତୁ କେନ୍ଦ୍ର ସରକାରଙ୍କ ଯୋଜନାରେ ବର୍ତ୍ତମାନ ଏହି ନୀତି ଲାଗୁ ହୋଇ ପାରିବ ନାହିଁ।
ବିଶ୍ଵ ଶର୍ମା ଶନିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରସ୍ତାବିତ ‘ଜନସଂଖ୍ୟା ନିୟନ୍ତ୍ରଣ ନୀତି’ ଆସାମରେ ସମସ୍ତ ଯୋଜନାରେ ଲାଗୁ କରାଯାଇ ପାରିବ ନାହିଁ। କାରଣ ଅନେକ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ। ସ୍କୁଲ ଓ କଲେଜରେ ମାଗଣା ଶିକ୍ଷା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ପରି ଯୋଜନାରେ’ଦୁଇ ପିଲା ନୀତି’ ଲାଗୁ ହୋଇ ପାରିବ ନାହିଁ। । କିନ୍ତୁ ରାଜ୍ୟ ସରକାର ଆବାସ ଯୋଜନାରେ ଏହି ନିୟମ ଲାଗୁ କରାଯିବ। ଏହା ପରେ ପର୍ଯ୍ୟାୟକ୍ରମେ ରାଜ୍ୟର ପ୍ରତ୍ୟେକ ସରକାରୀ ଯୋଜନାରେ ଏହି ନୀତି ଲାଗୁ କରାଯିବ।
ଏହି ଯୋଜନାକୁ ବିରୋଧୀ ଦଳ ସମାଲୋଚନା କରିଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ତାଙ୍କ ବାପା-ମାଙ୍କ ପରିବାରର ଆକାରକୁ ନେଇ ତାଙ୍କୁ ସମାଲୋଚନା କରିଛନ୍ତି। ଏହା ଉପରେ ଶର୍ମା ବିରୋଧୀଙ୍କୁ ଦୃଢ ଜବାବ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ୧୯୭୦ ଦଶନ୍ଧିର ସାମାଜିକ ଚାଳିଚଳନକୁ ନେଇ ବିରୋଧୀ ଅଯଥା ମନ୍ତବ୍ୟ ଦେଉଛନ୍ତି। ସାଂପ୍ରତିକି ସ୍ଥିତିକୁ ୧୯୭୦ ସହ ତୂଳନା କରି ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ଗତ ମାସରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିବା ଶର୍ମା ଦୁଇ ପିଲା ନୀତି ସପକ୍ଷରେ ପୂର୍ବରୁ ଯୁକ୍ତି ବାଢି ଆସିଛନ୍ତି।

Get real time updates directly on you device, subscribe now.