fbpx

କଅଁଳ ଛୁଆକୁ ଉଦ୍ଧାର କଲା #ChildLine; ରାଜଧାନୀରେ ଛୁଆ ବିକ୍ରି ଘଟଣା ସତ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଭୁବନେଶ୍ବରରେ ଶିଶୁ ବିକ୍ରି ହୋଇଥିବା ପ୍ରମାଣିତ ହେଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କରାଯିବା ପରେ ରାକେଟ୍ ସକ୍ରିୟ ଅଛି ବୋଲି ଚର୍ଚ୍ଚା ଜୋର ଧରିଛି।

ଚାଇଲ୍ଡ ଲାଇନ୍ ଛୁଆଟିକୁ ଉଦ୍ଧାର କରିଥିବାବେଳେ ରାଜଧାନୀରେ ଭୋକର ବିକଳ ଦୃଶ୍ୟ ସ୍ପଷ୍ଟ ବାରି ହୋଇପଡ଼ୁଛି। ଅନ୍ୟପକ୍ଷରେ ସନ୍ତାନ ନଥିବା ଜଣେ ମହିଳା ୧୦ହଜାର ଟଙ୍କାରେ ଶିଶୁପୁତ୍ରକୁ କିଣିଥିବା ଜଣାପଡ଼ିଛି।

ଏନେଇ ସୋସିଆଲ୍ ମିଡିଆରେ ଏକ #VIDEO_VIRAL ହେବା ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। ଚାଇଲ୍ଡ ଲାଇନ ଏବଂ ପୋଲିସ ସହାୟତାରେ ଶିଶୁଟିକୁ ଉଦ୍ଧାର କରାଯାଇଛି। ଏଥିପାଇଁ ରାଜଧାନୀର ବିଭନ୍ନ ଅଞ୍ଚଳରେ ଛାନଭିନ୍ କରାଯାଇଥିଲା।

 

Get real time updates directly on you device, subscribe now.