fbpx
BSKY
BJD SHG SKY
BJD MC SKY

କେବେ ବି ଫାଟିପାରେ ଏହି ଭୟାନକ ଆଗ୍ନେୟଗିରି , ୧୦ ବର୍ଷ ଧରି ରହିଛି ଅଶାନ୍ତ

ନୂଆଦିଲ୍ଲୀ:ୟୁରୋପର ସବୁଠାରୁ ଭୟାନକ ଆଗ୍ନେୟଗିରି ହେଉଛି ଇଟାଲୀର ସୁପରଭୋଲକାନୋ କ୍ୟାମ୍ପି ଫ୍ଲେଗରେଇ । ଏବେ ବୈଜ୍ଞାନିକମାନେ ଆଶଙ୍କା କରୁଛନ୍ତି କି ଏହି ଜ୍ୱାଳାମୁଖୀ କୌଣସି ବି ସମୟରେ ବିସ୍ଫୋରଣ ହୋଇପାରେ । ଏହା ଯଦି ହୁଏ ତେବେ ଆଖପାଖରେ ରହୁଥିବା ୧୫ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବେ । କ୍ୟାମ୍ପି ଫ୍ଲେଗରେଇର ଅର୍ଥ ଜଳୁଥିବା ଜମି ଅର୍ଥାତ୍ ଅଗ୍ନି ପଡିଆ ।
ଏହା ପୂର୍ବରୁ ୧୫୩୮ରେ ଏହି ଆଗ୍ନେୟଗିରିରେ ଭୟାନକ ବିସ୍ଫୋରଣ ହୋଇଥିଲା । ଏହି ଆଗ୍ନେୟଗିରିର ଆଖପାଖରେ ଥିବା ଜମି ତଳେ ଲାଭାର ସୁଡଙ୍ଗ ରହିଛି । ଯାହା ଶହ ଶହ ବର୍ଷ ଧରି ଉଦଗୀରଣ ହୋଇନାହିଁ । ଏବେ ତାହା ଉପରେ ଲୋକମାନେ ଘର କରି ରହିଛନ୍ତି । ଏହି ସୁଡଙ୍ଗ ଉପରେ ୧୫ ଲକ୍ଷରୁ ଅଧିକ ଲୋକ ରହୁଛନ୍ତି । ୫ ଲକ୍ଷ ଲୋକ ତ ଏହି ସୁଡଙ୍ଗ ଭିତରେ ରହୁଛନ୍ତି ।

ଆଜକୁ ୩୯ ହଜାର ବର୍ଷ ତଳେ ହୋଇଥିବା ଭୟାନକ ବିସ୍ଫୋରଣରେ ଏହି ସୁଡଙ୍ଗ ସୃଷ୍ଟି ହୋଇଥିଲା । ଯଦି ପୁନର୍ବାର ଏହି ଆଗ୍ନେୟଗିରିରେ ବିସ୍ଫୋରଣ ହେବ ତେବେ ଏହା ବହୁତ ଭୟାନକ ହେବ । ଏଥିରୁ ବାହାରିବାକୁ ଥିବା ବିଷାକ୍ତ ଗ୍ୟାସ୍ ଓ ଉତ୍ତପ୍ତ ଚଟାଣ ଖଣ୍ଡ ବାୟୁମଣ୍ଡଳରେ ବ୍ୟାପିଯିବ । ଏହାର ଲାଭା ଓ ପାଉଁଶ ନିକଟବର୍ତ୍ତୀ ଅଞ୍ଚଳକୁ ବ୍ୟାପିଯାଇ ଫସଲକୁ ନଷ୍ଟ କରିଦେବ ।

ଏହି ବିସ୍ଫୋରଣରେ ବହୁ ଜୀବଜନ୍ତୁ ବିଲୁପ୍ତ ହୋଇଯିବେ । ଏହି ବିସ୍ଫୋରଣ ଫଳରେ ୧୦୦୦ କ୍ୟୁବିକ୍ କିଲୋମିଟରରୁ ଅଧିକ ଲାଭା ନିର୍ଗତ ହେବ । ଏହି ବିସ୍ଫୋରଣ ଦ୍ୱାରା ଆକାଶାରୁ କ୍ଷତିକାରକ ଫ୍ଲୋରିନ୍ ରସାୟନ ଗଛ ଲତାକୁ ନଷ୍ଟ କରିଦେବ । ଏହା ସହିତ ପଶୁପକ୍ଷୀମାନେ ଫ୍ଲୋରୋସିସ୍ ରୋଗରେ ଆକ୍ରାନ୍ତ ହେବେ ।

ବିଂଶ ଶତାବ୍ଦୀ ମଧ୍ୟ ଭାଗରୁ ଏହି ଆଗ୍ନେୟଗିରିରେ କମ୍ପନ ସୃଷ୍ଟି ହେବା ଆରମ୍ଭ ହୋଇଛି । ୧୯୫୦, ୭୦ ଓ ୮୦ ଦଶକରୁ ଏହାର ଗତିବିଧି ଦ୍ରୁତ ହେବାରେ ଲାଗିଛି । ଗତ ୧୦ ଦର୍ଶ ହେବ ଏହି ଆଗ୍ନେୟଗିରି ଅଧିକ ଅଶାନ୍ତ ହୋଇ ଉଠିଛି । ଏହି ଆଗ୍ନେୟଗିରି ନିକଟସ୍ଥ ପାଜୁଓଲି ସହର ପ୍ରତି ବର୍ଷ ୪ ଇଞ୍ଚ ଉପରକୁ ଉଠି ଯାଉଥିବାର ବୈଜ୍ଞାନିକମାନେ ଅନୁଧ୍ୟାନ କରିଛନ୍ତି ।

 

Get real time updates directly on you device, subscribe now.