fbpx

ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ପାକିସ୍ତାନୀ ମାଗିଛନ୍ତି ଭାରତର ନାଗରିକତା, ଜାଣନ୍ତୁ କେତେ ଜଣ ଦେଶ ଛାଡ଼ିଛନ୍ତି?

ନୂଆଦିଲ୍ଲୀ: ବୁଧବାର ଦିନ ଲୋକସଭାରେ କେନ୍ଦ୍ରୀୟ ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ସିଏଏ ଓ ଏନଆରସିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଏହି ସମୟରେ ସେ ଏପରି କିଛି ଆକଳନ ସଂସଦରେ ଦେଖାଇନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ନିତ୍ୟାନନ୍ଦ ରାୟ କହିଛନ୍ତି ଯେ, ଗତ ୫ ବର୍ଷ ମଧ୍ୟରେ ୮୭ ଦେଶର ମୋଟ ୧୦ହଜାର ୬୪୬ ଜଣ ଭାରତର ନାଗରିକତା ମାଗିଛନ୍ତି ।

ଏହି ଆକଳନ ମୁତାବକ, ଭାରତର ନାଗରିକତା ପାଇଁ ସବୁଠାରୁ ଅଧିକ ଆବେଦନ କରିଛନ୍ତି ପାକିସ୍ତାନୀ । ଗତ ୫ ବର୍ଷ ମଧ୍ୟରେ ପାକିସ୍ତାନରେ ଥିବା ଅଳ୍ପସଂଖ୍ୟକ ଲୋକ ଭାରତ ଶରଣକୁ ଆସିଛନ୍ତି । ମୋଟ ୭୭୮୨ଜଣ ପାକିସ୍ତାନୀ, ଭାରତରେ ନାଗରିକତା ପାଇଁ ଅପିଲ୍ କରିଛନ୍ତି । ପାକିସ୍ତାନରେ ପରେ ରହିଛି ପଡୋଶୀ ଦେଶ ବାଂଲାଦେଶ । ବାଂଲାଦେଶର ୧୮୪ ଜଣ ଲୋକ ଭାରତର ନାଗରିକତା ପାଇଁ ଅପିଲ୍ କରିଛନ୍ତି ।

ସେହିପରି ଆଫଗାନିସ୍ତାନରୁ ୭୯୫ ଜଣ ଲୋକ ଭାରତରେ ନାଗରିକତା ପାଇଁ ଆବେଦନ କରିଛନ୍ତି । ସେହିପରି ଗତ ୧୦ ବର୍ଷ ମଧ୍ୟରେ ୧୫ହଜାର ୧୭୬ ବାଂଲାଦେଶୀୟ ନାଗରିକ ଭାରତରେ ନାଗରିକତା ପାଇଁ ଅପିଲ୍ କରିଛନ୍ତି । ସେହିପରି ୪ହଜାର ୮୫ ଜଣ ପାକିସ୍ତାନୀ ଭାରତରେ ଶରଣ ପାଇଁ ଅପିଲ କରିଥିବା ରିପୋର୍ଟରେ ପ୍ରକାଶ ପାଇଛି ।

ଗୋଟେ ପଟେ ଭାରତକୁ ନାଗରିକତା ପାଇଁ ଆସୁଥିବା ବେଳେ ଅନ୍ୟପଟେ ଅନେକ ସଂଖ୍ୟାରେ ଲୋକ ଭାରତରୁ ନାଗରିକତାକୁ ଛାଡ଼ିଦେଇ ଅନ୍ୟତ୍ର ଚାଲିଯାଉଛନ୍ତି । ଗତ ୫ ବର୍ଷ ମଧ୍ୟରେ ୬ ଲକ୍ଷରୁ ଅଧିକ ଲୋକ ଭାରତ ଛାଡ଼ିଛନ୍ତି । ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସେ କହିଛନ୍ତି ଯେ ୨୦୧୭ ରେ ୧,୩୩,୦୪୯ ଭାରତୀୟ ନାଗରିକତ୍ୱ ଛାଡିଥିବାବେଳେ ୨୦୧୮ ରେ ୧,୩୪,୫୬୧ ଲୋକ ଭାରତୀୟ ସଦସ୍ୟତା ଛାଡିଛନ୍ତି। ୨୦୧୯ ରେ ୧,୪୪,୦୧୭ ଭାରତୀୟ ସେମାନଙ୍କର ସଦସ୍ୟତା ଛାଡ଼ିଥିବା ବେଳେ ୨୦୨୦ ରେ ୮୫,୨୪୮ ଏବଂ ଚଳିତ ବର୍ଷ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ୧,୧୧,୨୮୭ ଜଣ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି।

Get real time updates directly on you device, subscribe now.