fbpx

ବିଧାନସଭା ଗେଟ ସାମ୍ନାରେ କଂଗ୍ରେସର ଧାରଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛିି । ଆଜିର ଶୀତ ଅଧିବେଶନ ଆରମ୍ଭରୁ ବିଧାନସଭା ଗେଟ୍ ସାମ୍ନାରେ ଧାରଣା ଦେଇଛି କଂଗ୍ରେସ । ମମିତା ମେହେର ହତ୍ୟା ମାମଲାକୁ ନେଇ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି । ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରି ଏହି ଧାରଣା ଦିଆଯାଇଛି । ହାତରେ ପ୍ଲାକାର୍ଡ ଧରି ଦିବ୍ୟଶଙ୍କରଙ୍କୁ ବହିଷ୍କାର ଓ ଗିରଫ ଦାବି ହୋଇଛି ।

କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ‘ପବିତ୍ର ଗୃହକୁ ମନ୍ତ୍ରୀ ଆସିଲେ ଗୃହ ଅପବିତ୍ର ହେବ ।’ ମନ୍ତ୍ରୀଙ୍କୁ ଗୃହରେ ପୂରାଇ ନଦେବାକୁ ଏପରି କହିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା । ବିଧାନସଭା ପ୍ରବେଶ ପଥରେ କଂଗ୍ରେସ ଧାରଣା ଦେଇଛି ।

Get real time updates directly on you device, subscribe now.