fbpx

କୋଟିପତି ଅଭିନେତ୍ରୀ ରଶ୍ମିକା: ଗୋଟିଏ ଫିଲ୍ମ ସାଇନ୍ କରିବା ପାଇଁ ଚାର୍ଜ କରୁଛନ୍ତି ମୋଟା ଅଙ୍କର ଟଙ୍କା, ବର୍ଷକର ରୋଜଗାର ବିଷୟରେ ଜାଣିଲେ ଉଡିଯିବ ହୋସ୍

ମୁମ୍ବାଇ (ଓଡିଶା ଭାସ୍କର) : ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ରଶ୍ମିକା ମନ୍ଦାନା । କେବଳ ବଡ଼ ପରଦା ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଅଭିନେତ୍ରୀଙ୍କ ପାଇଁ ପାଗଳ ପ୍ରାୟ ପ୍ରଶଂସକ । ଏବେ ସେ ବଲିଉଡ୍‌ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ମିଶନ ମଜ୍‌ନୁ’ରେ ସେ ନଜର ଆସିବେ ।

ନିଜର ଦମ୍‌ଦାର ଅଭିନୟ ଶୈଳୀକୁ ନେଇ ରଶ୍ମିକାଙ୍କୁ ଫିଲ୍ମରେ ନେବାକୁ ଚାହିଁଥାନ୍ତି ନିର୍ମାତା । ଏଥିପାଇଁ ମୋଟା ଅଙ୍କର ପାଉଣା ନେଇଥାନ୍ତି ସେ । ରଶ୍ମିକା ବର୍ଷକୁ ପାଞ୍ଚ କୋଟି ଟଙ୍କା ରୋଜଗାର କରନ୍ତି । ଏହାଛଡ଼ା ତାଙ୍କର ମୋଟ ଆୟ ୩୫ କୋଟି ବୋଲି କୁହାଯାଏ । କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣି ମନ୍ଦାନାଙ୍କୁ କାର୍‌ ବହୁତ ପସନ୍ଦ ।ଏଥିପାଇଁ ସେ ନିଜ ଘରେ ଭଳିକି ଭଳି ବ୍ରାଣ୍ଡ୍‌ର କାର୍‌କୁ ସଜାଇ ରଖିଛନ୍ତି । ୩୦ଲକ୍ଷ ଟଙ୍କାର ମସଡିଜ୍‌, ୬୦ ଲକ୍ଷ ଟଙ୍କାର ଅଡି କ୍ୟୁ୩, ୨୦ ଲକ୍ଷ ଟଙ୍କାର ଟୟୋଟା ଲନୋଭା, ୨୫ ଲକ୍ଷ ଟଙ୍କାର ହୁଣ୍ଡାଇ କ୍ରେଟା ତାଙ୍କ ପାଖରେ ରହିଛି ।

୨୦୧୬ରେ କନ୍ନଡ ଫିଲ୍ମ ଜରିଆରେ ଅଭିନୟରେ ପାଦ ରଖିଥିଲେ ରଶ୍ମିକା । ପରେ ୨୦୧୮ରେ ସେ ଫିଲ୍ମ ‘ଚଲୋ’ ଜରିଆରେ ତେଲୁଗୁରେ ଡେବ୍ୟୁ କରିଥିଲେ।ପରେ ସେ ଫିଲ୍ମ ‘ଡିଅର କୋମ୍ରେଡ୍‌’ରେ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ସହ ରୋମାନ୍ସ କରି ଚର୍ଚ୍ଚାକୁ ଆସିଥିଲେ । ଉଭୟଙ୍କ ଯୋଡ଼ି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏଣୁ ଫିଲ୍ମଟି ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା । ଏହାଛଡ଼ା ରଶ୍ମିକା ଅଭିନୀତ ‘ଗୀତା ଗୋବିନ୍ଦମ’ ତେଲୁଗୁ ସିନେମା ଇତିହାସରେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ସାବ୍ୟସ୍ତ ହୋଇଥିଲା ।

Get real time updates directly on you device, subscribe now.