‘ସ୍ତ୍ରୀ-୨’ ସାଙ୍ଗକୁ ‘ନାଦାନିୟା’ ଗୀତ ଗୁଗଲରେ କରିଛି ଟ୍ରେଣ୍ଡ, ଜାଣନ୍ତୁ ଆମ୍ବ ଆଚାରଠାରୁ ଆରମ୍ଭ କରି ଆଉ କ’ଣ ଖୋଜାଯାଇଛି…..
ନୂଆଦିଲ୍ଲୀ: ଗୁଗଲ ପକ୍ଷରୁ ଭାରତରେ ସାରା ବର୍ଷ ସର୍ଚ୍ଚ କରାଯାଇଥିବା ଜିନିଷର ଲିଷ୍ଟ ଶେୟାର କରାଯାଇଛି । ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ ଭାରତରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ଜିନିଷର ଅଲଗା ଅଲଗା କାଟେଗୋରି କରି ଏହି ଲିଷ୍ଟ ପ୍ରକାଶ କରିଛି । ଫିଲ୍ମ ଶ୍ରେଣୀରେ ଭାରତୀୟମାନେ ସବୁଠାରୁ ଅଧିକ ବଲିଉଡ୍ ଫିଲ୍ମ ସ୍ତ୍ରୀ-୨ ଏବଂ କଲ୍କି ୨୯୮୯ ଏଡି ସର୍ଚ୍ଚ କରିଛନ୍ତି । ରାଜକୁମାର ରାଓ, ଶ୍ରଦ୍ଧା କପୁର ଷ୍ଟାରର ସ୍ତ୍ରୀ-୨ ଏବଂ ଅମିତାଭ ବଚ୍ଚନ, ପ୍ରଭାସ ଅଭିନୀତ କଲ୍କି କିଛିମାସ ପୂର୍ବେ ହିଁ ରିଲିଜ ହୋଇଛି । ଯାହାକୁ ଦର୍ଶକେ ବେଶ୍ ପସନ୍ଦ କରିଛନ୍ତି ।
ଫିଲ୍ମ, ୱେବ ସିରିଜ ବ୍ୟତୀତ ଲୋକମାନେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ), ଟି-୨୦ ୱାର୍ଲ୍ଡ କପ୍ ଭଳି ସ୍ପୋର୍ଟସ୍ ଇଭେଣ୍ଟକୁ ମଧ୍ୟ ଗୁଗୁଲରେ ଖୁବ୍ ସର୍ଚ୍ଚ କରିଛନ୍ତି । ନିକଟରେ ଲଞ୍ଚ ହୋଇଥିବା ହମ୍ ତୋ ସର୍ଚ୍ଚ ଫିଚର ଜରିଆରେ ସର୍ଚ୍ଚ କରାଯାଇଥିବା ଜିନିରେ ଲିଷ୍ଟ ମଧ୍ୟ ଗୁଗଲ ଜାରି କରିଛି । ମୁଭି କାଟେଗୋରୀରେ ସ୍ତ୍ରୀ-୨, କଲ୍କିକୁ ଛାଡ଼ିଦେଲେ, ତୃତୀୟରେ ରହିଛି, ଟ୍ୱେଲଭ୍ ଫେଲ୍, ଲାପତା ଲେଡିଜ୍, ହନୁ-ମାନ, ମହାରାଜା, ମଞ୍ଜୁମେଲ ବଏଜ୍, ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍, ସଲାର ଏବଂ ଆଭେଶମ୍ ।
ସେହିପରି ୱେବ ସିରିଜ୍ ଶ୍ରେଣୀରେ ହିରାମଣ୍ଡି, ମିର୍ଜାପୁର, ଦ ଲାଷ୍ଟ ଅଫ୍ ଅସ୍, ବିଗ୍ ବସ୍-୧୭ ଏବଂ ପଞ୍ଚାୟତ ସାମିଲ ଅଛି । ହମ୍ ତୋ ସର୍ଚ୍ଚ ସାହାଯ୍ୟରେ ବହୁ ଗୀତ ବି ଭାରତରେ ଲୋକ ସର୍ଚ୍ଚ କରିଛନ୍ତି, ଯେଉଁମାନଙ୍କ ଭିତରେ ରହିଛି, ନାଦାନିୟା, ହୁସ୍ନ, ଇଲୁମିନାତି, କାତଚି ସେରା, ତୁନେ ମକ୍ୟା କିୟା ଭଳି ଗୀତ ଅଧିକ ଖୋଜିଛନ୍ତି ୟୁଜର୍ସ । ଅନ୍ୟପକ୍ଷେ ଟ୍ରାଭେଲ କ୍ଷେତ୍ରରେ ଅଜରବୈଜାନ, ବାଲି, ମନାଲି, କାଜାକସ୍ତାନ, ଜୟପୁର, ଜର୍ଜିଆ, ମାଲେସିଆ, ଅଯୋଧ୍ୟା, କଶ୍ମୀର ଏବଂ ସାଉଥ୍ ଗୋଆ ବିୟେରେ ଅଧିକ ଜାଣିବା ପାଇଁ ଲୋକେ ଏଗୁଡିକୁ ପ୍ରବଳମାତ୍ରାରେ ସର୍ଚ୍ଚ କରିଛନ୍ତି ।
ଏହାବ୍ୟତୀତ ଭାରତୀୟ ୟୁଜର୍ସ ଗୁଗଲରେ ଆମ୍ବ ଆଚାର, କାଂଜି, ଚରଣ ଅମୃତ, ଧନିଆ ପଞ୍ଜିରି, ଉଗାଡ଼ି ସାଙ୍ଗକୁ ଶଙ୍କର ପାଲିଙ୍କ ରେସିପି ଅଧିକ ସର୍ଚ୍ଚ କରିଛନ୍ତି । ସେହିପରି ଜେନ୍-ଜେଡ୍ର ମିମ୍ ଗୁଗଲରେ ସବୁଠାରୁ ଅଧିକ ଟ୍ରେଣ୍ଡ କରିଛି ।