fbpx
BJD
BJD SKY
BJD SKY

“ଲୋକସେବା ଆୟୋଗ’ ପରୀକ୍ଷାରେ ପାସ୍‌ କଲେ ମା’- ପୁଅ, ଏବେ ଏକାଠି କରିବେ ସରକାରୀ ଚାକିରୀ: ଜାଣନ୍ତୁ ତାଙ୍କର ସଫଳତାର କାହାଣୀ


କେରଳ: କେରଳର ମାଲାପ୍ପୁରମ୍‌ରେ ଜଣେ ୪୨ ବର୍ଷୀୟ ମହିଳା ଏବଂ ତାଙ୍କ ୨୪ ବର୍ଷୀୟ ପୁଅ ସାଥିହୋଇ ‘ଲୋକସେବା ଆୟୋଗ’ (ପିଏସ୍‌ସି) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟରୁ ପ୍ରକାଶ । ଗଣମାଧ୍ୟମକୁ ପୁଅ ବିବେକ କହିଛନ୍ତି, ଆମେ ଏକାଠି କୋଚିଙ୍ଗ୍‌ କ୍ଲାସ୍‌କୁ ଯାଉ । ମାଆ ମତେ ସଫଳ କରାଇଛନ୍ତି ଏବଂ ବାପା ଆମ ପାଇଁ ସବୁ ପ୍ରକାର ବନ୍ଦୋବସ୍ତ କରି ଦେଇଥିଲେ । ଶିକ୍ଷକମାନଙ୍କଠାରୁ ଆମେ ଅନେକ ପ୍ରେରଣା ପାଇଥିଲୁ । ଏକତ୍ର ପଢ଼ିଥିଲେ ବି ଏକତ୍ର ପାସ୍‌ କରିବୁ ବୋଲି କେବେ କଳ୍ପନା କରି ନ ଥିଲୁ । ଆମେ ଦୁହେଁଖୁବ୍‌ ଆନନ୍ଦିତ ।

ପୁଅ ୧୦ମ ଶ୍ରେଣୀରେ ପଢୁଥିବା ବେଳେ ତାକୁ ଉତ୍ସାହ ଦେବା ଲାଗି ମାଆ ବିନ୍ଦୁ ପୁସ୍ତକ ପଢ଼ା ଆରମ୍ଭ କଲେ । କିନ୍ତୁ, ଏହି ପୁସ୍ତକ ପଢ଼ା ବିନ୍ଦୁଙ୍କୁ ମଧ୍ୟ କେରଳ ‘ପିଏସ୍‌ସି’ ପରୀକ୍ଷା ପାଇଁ ପ୍ରସ୍ତୁତି କରିବାକୁ ପ୍ରେରଣା ଦେଲା । ୯ ବର୍ଷ ପରିଶ୍ରମ କରି ସେ ଓ ତାଙ୍କ ପୁଅ ଏକତ୍ର ସରକାରୀ ଚାକିରି କରିବାକୁ ବାହାରିଛନ୍ତି । ଏହି ପରୀକ୍ଷାରେ ବିନ୍ଦୁ ‘ଲୋଅର ଡିଭିଜ୍‌ନାଲ୍‌ କ୍ଲର୍କ’ (ଏଲ୍‌ଡିସି) ପରୀକ୍ଷାରେ ୩୮ ରାଙ୍କ୍‌ରେ ଥିବା ବେଳେ ପୁଅ ‘ଲାଷ୍ଟ୍‌ ଗ୍ରେଡ୍‌ ସର୍ଭିସ୍‌’ ପରୀକ୍ଷାରେ (ଏଲ୍‌ଜିଏସ୍‌) ୯୨ ରାଙ୍କ୍‌ରେ ରହିଛି ।

ସଫଳତା ପାଇଁ ପୁଅ ୩ ଥର ଉଦ୍ୟମ କରିଥିବା ବେଳେ ମାଆ ୪ଥର ଉଦ୍ୟମ କରିଥିଲେ । ପୂର୍ବରୁ ବିନ୍ଦୁ ଗୋଟାଏ ଅଙ୍ଗନବାଡ଼ି କେନ୍ଦ୍ରରେ ୧୦ବର୍ଷ ପଢାଇ ଥିଲେ । ‘ଷ୍ଟ୍ରିମ୍‌-୨’ ପଦବୀ ନିମନ୍ତେ କେରଳରେ ବୟସ ସୀମା ୪୦ ବର୍ଷ, କିନ୍ତୁ ନିର୍ଦ୍ଦିଷ୍ଟ କେତେକ ବର୍ଗଙ୍କ ନିମନ୍ତେ ବୟସ ସୀମା ୩ ରୁ ୫ ବର୍ଷ ପର୍ଯ୍ୟନ୍ତ କୋହଳ କରାଯାଏ ।

Get real time updates directly on you device, subscribe now.