fbpx
BJD SKY
BJD SKY

ମା’ ସାଜିଲା ଡାହାଣୀ! ଦୁଇ କଅଁଳ ପିଲାଙ୍କୁ ବିଷ ଦେଇଦେଲା…

BJD

ଓଡ଼ିଶା ଭାସ୍କର ବ୍ୟୁରୋ: ଯୁଗେ ଯୁଗେ ପିଲା ପାଇଁ ମା’ ହେଉଛି ସବୁଠୁ ବଡ଼ ସୁରକ୍ଷା କବଚ । ମା’ ଅଛି ଯାହାର, ଡର ନାହିଁ ତାହାର । ଏଭଳି ବିଚାର ଉପରେ ଲାଗିଛି ବଡ଼ ଝଟକା । କଳିଯୁଗର ଜଣେ ମା’ ଏମିତି ପଥର ହୃଦୟ ହେଲା ଯେ ନିଜର ଦୁଇ ନିଷ୍ପାପ କଅଁଳ ଶିଶୁଙ୍କୁ ବିଷ ଦେଇଦେଲା । ଏହି ଘଟଣା ସମ୍ପ୍ରତି ଚର୍ଚ୍ଚାର ବିଷୟ ହୋଇଛି ।

ମା’ ଗାଳି ଦାଣ୍ଡର ଧୂଳି । ମା’ ନିଜ ପିଲାଙ୍କ ଉପରେ ସତରେ ରାଗିପାରେନା । କେବଳ ଆକଟ କରେ । ଏସବୁକୁ ସମ୍ପୃକ୍ତ କଳିଯୁଗର ମା’ ଭୁଲ୍ ବୋଲି ପ୍ରମାଣିତ କରିଦେଲେ ଯେମିତି । ରାଗରେ ମୁଣ୍ଡକୁ ପିତ୍ତ ଏମିତି ଚଢ଼ିଗଲାଯେ ନିଜ ଗର୍ଭରେ ପାଳି ଅନ୍ତଃ ଫାଡ଼ି ଜନ୍ମ ଦେଇଥିବା ଦୁଇ ଶିଶୁଙ୍କୁ ବିଷ ଦେଇଦେଲା । ଏହି ଘଟଣାରେ ବର୍ଷକର ପୁଅର ମୃତ୍ୟୁ ଘଟିଥିବାବେଳେ ୩ ବର୍ଷର କୁନିଝିଅର ଚିକିତ୍ସା ଚାଲିଛି । ଏପରିକି ସମ୍ପୃକ୍ତ ମା’ ନିଜେ ମଧ୍ୟ ବିଷ ପିଇଦେଇଥିଲେ ଓ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

ପଞ୍ଜାବର ଗାଁଓ ମଣ୍ଡି କଲାଁ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ସମସ୍ତଙ୍କୁ ମା’ ବିଷୟରେ ପୁଣିଥରେ ଚିନ୍ତା କରିବାକୁ ବାଧ୍ୟ କରିଦେଇଛି । ବାଲିୟାଁବାଲି ପୋଲିସ୍ ସୂଚନା ଅନୁସାରେ ମଣ୍ଡି କଲାଁ ଅଞ୍ଚଳର ଜଗତାର ସିଂହ ଅଭିଯୋଗ କରିଛନ୍ତି ଯେ କୌଲୋକେ ଅଞ୍ଚଳର ମନପ୍ରୀତ କୌରଙ୍କ ସହ ତାଙ୍କର ୪ ବର୍ଷ ପୂର୍ବେ ବିବାହ ହୋଇଥିଲା । ପରେ ସେମାନେ ଦୁଇଟି ସନ୍ତାନର ସୌଭାଗ୍ୟ ପାଇଥିଲେ । ହେଲେ ଶନିବାର ରାତିରେ ସେ କାମରୁ ଫେରିବାବେଳେ ମନପ୍ରୀତ୍ କୁନିଝିଅକୁ ମାରୁଥିଲେ ଓ ବିଷ ଦେଇ ମାରିଦେବାକୁ ଧମକାଉଥିଲେ । ଆଉ ରବିବାର ସେ ସତରେ ଦୁଇ ପିଲାଙ୍କୁ ବିଷ ଦେଇ ନିଜେ ମଧ୍ୟ ପିଇଦେଇଥିଲେ । ଏହା ଜାଣିବା କ୍ଷଣି ସେ ତୁରନ୍ତ ଘରେ ପହଞ୍ଚି ୩ ଜଣଙ୍କୁ ରାମପୁରା ସିଭିଲ୍ ହସ୍ପିଟାଲ୍ରେ ଭର୍ତ୍ତି କରାଇଥିଲେ । କିନ୍ତୁ ସେଠାରୁ ଡାକ୍ତର ବଠିଣ୍ଡା ଡାକ୍ତରଖାନାକୁ ପଠାଇ ଦେଇଥିଲେ । ପରିସ୍ଥିତି ଗୁରୁତର ହେବାରୁ ଦୁଇ ପିଲାଙ୍କୁ ଏକ ବେସରକାରୀ ଡାକ୍ତରଖାନା ନେଉଥିବାବେଳେ ରାସ୍ତାରେ ପୁଅ ଗୁରପ୍ରୀତ୍ ଆଖି ବୁଜି ଦେଇଥିଲା । ଯାଞ୍ଚ ଅଧିକାରୀ କୁଳଦୀପ ସିଂହ କହିଛନ୍ତି ଯେ ଜଗତର ସିଂହଙ୍କ ଅଭିଯୋଗ ଅନୁସାରେ ସମ୍ପୃକ୍ତ ମହିଳା ମନପ୍ରୀତ କୌରଙ୍କ ନାଁରେ ହତ୍ୟା ମାମଲା ରୁଜୁ କରାଯାଇଛି ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ତନାଘନା ଚଳାଇଛି ପୋଲିସ୍ ।

Get real time updates directly on you device, subscribe now.