fbpx

କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ନିର୍ମାଣ ହେବ ୮୯ ଇନଡୋର ଷ୍ଟାଡିୟମ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୋମବାର ରାଜ୍ୟ କ୍ୟାବିନେଟ ପକ୍ଷରୁ ବଡ ଘୋଷଣା କରାଯାଇଛି । ରାଜ୍ୟରେ ୮୯ଟି ଇନଡୋର ଷ୍ଟାଡିୟମ ନିର୍ମାଣକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରାଯାଇଛି । ରାଜ୍ୟରେ ୬୯୩.୩୫ କୋଟି ଟଙ୍କା ବ୍ୟୟରେ ଏହି ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯିବ ।

ଆସନ୍ତା ୧୮ ମାସ ମଧ୍ୟରେ ଏହି ଷ୍ଟାଡିୟମ ଗୁଡିକର ନିର୍ମାଣ ସମ୍ପୂର୍ଣ୍ଣ କରାଯିବ । ଏହି ଷ୍ଟାଡିୟମ ଗୁଡିକ କରୋନା ପରି ମହାମାରୀ ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳୀ ଭାବରେ ବ୍ୟବହାର କରାଯିବ । ମହାମାରୀ ସମୟରେ ଏହାକୁ ଡାକ୍ତରଖାନା ଭାବରେ ମଧ୍ୟ ବ୍ୟବହାର କରାଯିବ ବୋଲି ଜଣାପଡିଛି । ଏହା ସହିତ ଟିଟି, ଭାରୋତ୍ତଳନ , ବ୍ୟାଡମିଣ୍ଟନ ଓ କୁସ୍ତି ପରି ଇନଡୋର ଗେମ ଗୁଡିକ ଏହି ଷ୍ଟାଡିୟମରେ ଖେଳାଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.