fbpx

ନିଜ ବସାକୁ ବଞ୍ଚାଇବାକୁ ବୁଲଡୋଜର ସହିତ ମୁହାଁମୁହିଁ ହେଲା ମା 

AAKASH
ମା, ଯିଏ ନିଜର ପିଲାମାନଙ୍କ ପାଇଁ କିଛି ବି କରିବାକୁ ଟିକିଏ ପଛଘୁଞ୍ଚା ଦିଏ ନାହିଁ । ମା ପରି ପିଲାର ଯତ୍ନ ଆଉ କେହି ନେଇ ପାରିବେ ନାହିଁ । ଏହାର ବଳିଷ୍ଠ ପ୍ରମାଣ ସମୟେ ସମୟେ ଦେଖିବାକୁ ମିଳିଛି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଏକ ମାମା ପକ୍ଷୀ ନିଜର ବସାରେ ଥିବା ଅଣ୍ଡାକୁ ବଞ୍ଚାଇବା ପାଇଁ ଏକ ବୁଲଡୋଜରକୁ ରୋକିବାକୁ ଚେଷ୍ଟା କରୁଛି ।
ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଯେତେବେଳେ ବୁଲଡୋଜରଟି ତାର ବସା ଆଡକୁ ମାଡି ଆସୁଛି, ମା ଚଡ଼େଇଟି ନିଜର ଅଣ୍ଡାକୁ ବଞ୍ଚାଇବା ପାଇଁ ବଡ ପାଟିରେ ଶବ୍ଦ କରୁଛି । କାରଣ ସେ ଡ୍ରାଇଭରଙ୍କୁ ଜଣାଇବାକୁ ଚାହୁଁଛି ଯେ ସେ ଏବଂ ତାର ଅଣ୍ଡାର ଉପସ୍ଥିତି ବିଷୟରେ ଅବଗତ କରାଉଛି ।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଏକ ବୁଲଡୋଜର “ମାମା’ ପକ୍ଷୀର ବସା ଆଡକୁ ମାଡ଼ି ଆସୁଥିବା ବେଳେ ପକ୍ଷୀଟି ତାର ଅଣ୍ଡାକୁ ବଞ୍ଚାଇବା ପାଇଁ ବଡ ପାଟିରେ ଶବ୍ଦ କରୁଛି । ଏହି ଭିଡିଓଟି ଆଇଏଏସ୍ ଅଧିକାରୀ ଅଶ୍ୱିନୀ ଶରଣ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।
ଏହି ଭିଡିଓ ଦଖି ସୋସିଆଲ ମିଡିଆରେ ବିଭିନ୍ନ ମତ ପ୍ରକାଶ ପାଇଛି । ଲୋକେ ଏହି ଭିଡିଓକୁ ଦେଖି ଏକ ମା’ର ନିଶ୍ୱାର୍ଥପର ଭାଲ ପାଇବା ବିଷୟରେ ମତ ପ୍ରକାଶ କରିଛନ୍ତି । ତେବେ ଅନ୍ୟ କିଛି ଲୋକେ ବ୍ୟକ୍ତି କହିଛନ୍ତି ଯେ ଡ୍ରାଇଭର ଜଣକ ଉଦେଶ୍ୟ ମୂଳକ ଭାବରେ ବୁଲଡୋଜରଟିକୁ ଚଡ଼େଇର ବସା ଆଡକୁ ଚଲାଉଛନ୍ତି, ଯାହା ଦ୍ୱାରା ସେ ଚଡ଼େଇଟିର ପ୍ରତିକ୍ରିୟାକୁ ରେକର୍ଡ କରିପାରିବେ ।

Get real time updates directly on you device, subscribe now.