fbpx
BSKY
BJD YOUTH SKY
BJD MS SKY

ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ: ଶେଷରେ ସ୍ୱାମୀଙ୍କୁ ଗୁଳି ମାରି ହତ୍ୟା କରିଦେଲେ ବିଦେଶୀ ସୈନିକ

ସୈନିକଙ୍କ ପାଇଁ ଲୋକମାନଙ୍କ ମନରେ ଗର୍ବ ଏବଂ ସମ୍ମାନ ରହିଥାଏ । କିନ୍ତୁ କିଛି ସୈନିକଙ୍କର କିଛି କାର୍ଯ୍ୟକଳାପ ପାଇଁ ଅନେକ ଲୋକ େସେନାକୁ ଘୃଣା ମଧ୍ୟ କରନ୍ତି । ବିଭିନ୍ନ ସମୟରେ ସେନାର ଯବାନମାନେ ମହିଳାଙ୍କ ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଥିବା ବେଳେ କିଛି ଦିନ ତଳେ ଋଷ ସୈନ୍ୟ ୟୁକ୍ରେନର ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଉଥିବା ଶୁଣିବାକୁ ମିଳିଥିଲା । ସେହିଭଳି ଆଉ ଏକ ଘଟଣା ଏବେ ସାମନାକୁ ଆସିଛି । ନିଜ ଉପରେ ବିତି ଯାଇଥିବା ଘଟଣାକୁ ବଖାଣିଛନ୍ତି ଜଣେ ମହିଳା । ଜଣେ ବିଦେଶୀ ସୈନ୍ୟ ତାଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିବା ସେ କହିଛନ୍ତି ।

ୟୁକ୍ରେନର କିଭରୁ ୭୦ କିଲୋମିଟର ଦୂରରେ ପତିଙ୍କ ସହ ରୁହନ୍ତି ଏନା ନାମକ ଜଣେ ମହିଳା । ଗତ ୭ ତାରିଖରେ କିନ୍ତୁ ତାଙ୍କ ସହ ଏକ ଭୟଙ୍କର ଘଟରା ଘଟିଯାଇଛି । ଏନାଙ୍କୁ ଦୁଷ୍କର୍ମ କରିବା ସହ ସ୍ୱାମୀଙ୍କୁ ଗୁଳି କରି ଚାଲିଯାଇଛନ୍ତି ଋଷର କିଛି ସୈନିକ । ପ୍ରଥମେ ଏନାଙ୍କୁ ବନ୍ଧୁକର ଭୟ ଦେଖାଇ ପ୍ରଥମେ ଏକ ଘରକୁ ନେଇଯାଇଥିଲା ଋଷର ଏହି ଯବାନ । ଲଗାତାର ଧମକ ପରେ ଧମକ ଦେଇ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲା । ତେବେ ଏହି ସମୟରେ ଋଷ ସୈନିକର ଆଉ କିଛି ଯବାନ ଘର ଭିତରକୁ ପଶି ଆସିଥଇଲେ । ଯାହାକୁ ଦେଖି ଭୟଭୀତ ହୋଇ ଯାଇଥିଲେ ମହିଳା । କିନ୍ତୁ ଅନ୍ୟ ସୈନିକମାନେ ଅଭିଯୁକ୍ତକୁ ନେଇ ଚାଲିଯାଇଥିଲେ ବୋଲି ନିଜ ବୟାନରେ କହିଛନ୍ତି ମହିଳା । ତେବେ େସେପଟେ ସ୍ୱାମୀ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଗୁଳି କରି ଚାଲିଯାଇଥିଲେ । ତେବେ ଯୁଦ୍ଧ ଯୋଗୁଁ ଦୁଇ ଦିନ ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲ ନେଇ ନ ପାରିବାରୁ ଘରେ ପ୍ରାଣ ହରାଇଥିଲେ ଏନାଙ୍କ ସ୍ୱାମୀ ।

କେବଳ ଏନା ନୁହେଁ ତାଙ୍କ ପରି ଅନେକ ମହିଳା ଋଷ ସୈନିକଙ୍କ ବଳାତ୍କାରର ଶିକାର ହୋଇଥିବା ସେ ପ୍ରକାଶ କରିଛନ୍ତି । ମାର୍ଚ୍ଚ ୯ରେ ମଧ୍ୟ ସ୍ୱାମୀ ବାଧା ଦେବାରୁ ତାଙ୍କୁ ଗୁଳି ମାରିଦେବା ସହ ପିଲାମାନଙ୍କୁ ଗୁଳି ମାରିବା ଭୟ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ଜାଣିବାକୁ ମିଳିଛି । ଶେଷରେ ପୋଷା କୁକୁରଙ୍କୁ ଗୁଳି ମାରିଦେବା ସହିତ ଘରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ । କେବଳ ସେତିକି ନୁହେଁ, ରିପୋର୍ଟ ଅନୁସାରେ ୧୪-୨୪ ବର୍ଷ ବୟସର ମୋଟ ୨୫ ଜଣ ଯୁବତୀ ଋଷ ସୈନିକଙ୍କ ଯୌନଶୋଷଣର ଶିକାର ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୯ ଜଣ ଗର୍ଭବତୀ ହୋଇତିବା ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.