fbpx
BSKY
BJD SHG SKY
BJD YOUTH SKY

ପୁଣି ଟାର୍ଗେଟରେ ନୀତୀଶ: ୧୫ ଫୁଟ ଦୁରରେ ବିସ୍ପୋରଣ, ସୁରକ୍ଷା ବ୍ୟବସ୍ଥା ଉପରେ ଉଠିଲା ପ୍ରଶ୍ନବାଚୀ

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଭାରେ ବୋମା ବିସ୍ପୋରଣ ଖବର ଆସିଛି । ନୀତୀଶ କୁମାରଙ୍କଠୁ ମାତ୍ର ୧୫ରୁ ୧୮ ଫୁଟ୍ ଦୁରରେ ଏହି ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ନାଳନ୍ଦା ଜିଲ୍ଲା ସିଲାବ ଅଞ୍ଚଳର ଗାନ୍ଧି ହାଇସ୍କୁଲରେ ଏକ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଛି । ଏହି ସଭାରେ ଲୋକମାନଙ୍କ ସହିତ ମିଶୁଥିବା ସମୟରେ ଜଣେ ଯୁବକ ନୀତୀଶଙ୍କ ପାଖକୁ ଯାଇ ବିସ୍ପୋରଣ କରିଥିଲେ ।

ସୌଭାଗ୍ୟବସତଃ ଏହା ଏକ ବାଣ ଥିଲା । ଯାହା ନୀତୀଶଙ୍କ ପାଖରୁ ପ୍ରାୟ ୧୫ ଫୁଟ ଦୁରେରେ ପଡିଥିଲା । ଏହି ବିସ୍ପୋରଣରେ ସେଠାରେ ପଡିଥିବା କାର୍ପେଟ ଜଳିଯାଇଥିଲା । ଏହି ଘଟଣା ପରେ ସେଠାରେ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଲୋକମାନେ ବିଭିନ୍ନ ଦିଗକୁ ଦୌଡ଼ିବାକୁ ଲାଗିଥିଲେ । ପ୍ରଥମେ ଲୋକେ ସନ୍ଦେହ କରିଥିଲେ ଯେ କେହି ଜଣେ ଦୁର୍ବତ୍ତ ଗୁଳି ଚଳାଇଥାଇ ପାରେ । ପରେ ବାଣ ଫୁଟିଥିବାର ଖବର ସାମ୍ନାକୁ ଆସିଥିଲା ।

ଏହି ଘଟଣା ଘଟାଇଥିବା ଯୁବକକୁ ପୋଲିସ କାବୁ କରି ନେଇଛି । ଯୁବକ ଜଣକ ନାଳନ୍ଦା ଜିଲ୍ଲାର ଭୁବନ ଆଦିତ୍ୟ ବୋଲି ଜଣା ପଡିଛି । ପୋଲିସ ଯୁବକ ଜଣଙ୍କୁ ବର୍ତ୍ତମାନ ପଚରାଉଚରା କରୁଥିବା ଜଣା ପଡିଛି । ଗତକିଛି ଦିନ ମଧ୍ୟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସୁରକ୍ଷାରେ ଢିଲା ଦେଖାଯାଉଛି । ଗତକିଛି ଦିନ ମଧ୍ୟରେ ନୀତୀଶଙ୍କ ଉପରେ ଏହା ଦ୍ୱିତୀୟ ଆକ୍ରମଣ ।

ଏବେ ସାଧାରଣରେ ପ୍ରଶ୍ନ ଉଠିଛି ଯେ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି କେହି ବିସ୍ପୋରକ ସାମଗ୍ରୀ ନେଇ ପାରୁଛି ଏବଂ ସୁରକ୍ଷା କର୍ମୀ ଏହା ଜାଣିପାରୁ ନାହାନ୍ତି । ଏହି କାଯ୍ୟକ୍ରମରେ ନୀତୀଶଙ୍କ ପାଇଁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଥିଲା । ସଭା ପୁର୍ବରୁ କାର୍ଯ୍ୟକ୍ରମ ସ୍ଥଳରେ ବମ୍ ସ୍କ୍ୱାଡ ଏବଂ ପ୍ରଶିକ୍ଷିତ ଡଗ୍ ସ୍କ୍ୱାଡ ଯାଞ୍ଚ କରିଥାନ୍ତି । ଏବଂ ସଭା ଶେଷ ପର୍ଯ୍ୟନ୍ତ ସେଠାରେ ରହିଥାନ୍ତି । ଏହି ଘଟଣା ପରେ ସୁରକ୍ଷା ବ୍ୟବସ୍ଥା ସହିତ ସନ୍ଧାନୀ କୁକୁରଙ୍କ ଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.