fbpx

ମହିଳାଙ୍କ ଛାତିରେ ଉଠିଲା ସିଙ୍ଗ: ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା ଦେଖି ଡାକ୍ତର ବି ହୋଇଗଲେ ତାଜୁବ

ନୂଆଦିଲ୍ଲୀ: ଆଜିକାଲି ମେଡିକାଲ ବିଜ୍ଞାନ ଖୁବ ଆଗକୁ ଗଲାଣି । କିଛି ବର୍ଷ ତଳେ ମୃତ୍ୟୁର ବେମାରୀ କୁହାଯାଉଥିବା ରୋଗ ଗୁଡିକୁ ମଧ୍ୟ ସାମନା କରି ସଫଳତା ହାସଲ କରି ସାରିଛନ୍ତି ଡାକ୍ତରୀ ଦଳ । ତଥାପି କିଛି ଲୋକଙ୍କ ଦେହରେ ଏମିତି କିଛି ଅଜବ ପ୍ରକାରର ରୋଗ କିମ୍ବା ଲକ୍ଷଣ ଦେଖାଯାଏ । ଯାହାକୁ ଦେଖି ଡାକ୍ତରୀ ଦଳ ମଧ୍ୟ ଚମକି ପଡିଛନ୍ତି । ଠିକ ସେହିପରି ମାଲେସିଆରୁ ମଧ୍ୟ ଏହିପରି ଏକ ଘଟରା ସାମନାକୁ ଆସିଛି । ଜଣେ ମହିଳାଙ୍କ ଛାତିରେ ହଠାତ ସିଙ୍ଗ ବାହାରି ଆସିଥିବାରୁ ସେ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଯାହାକୁ ଦେଖି ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ, ପ୍ରଥମେ ମହିଳାଙ୍କୁ ଛାତିରେ କୁଣ୍ଡାଇ ହୋଇଥିଲା । ତେବେ ଏହାକୁ ସାମାନ୍ୟ ଭାବି ନଜର ଦେଇ ନଥିଲେ ମହିଳାଜଣକ । ତେବେ ପରେ ସମସ୍ୟା ଧିରେ ଧିରେ ବଢିବାରୁ ସେ ଔଷଧ ଖାଇଥିଲେ । କିନ୍ତୁ ଏହାଦ୍ୱାରା ମଧ୍ୟ ତାଙ୍କୁ କୌଣସି ଲାଭ ମିଳି ନଥିଲା । ତେବେ ଛାତିରେ କିଛି ଗୋଟିଏ ଜିନିଷ ବଢୁଥିବା ଦେଖି ସେ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି । ଡାକ୍ତରୀ ଦଳ ଏହାକୁ ଯାଞ୍ଚ କରିବାରୁ ଏହା ଏକ ପ୍ରକାର ସିଙ୍ଗ ମହିଳାଙ୍କ ଛାତିରେ ବଢୁଥିବା ସେମାନେ ଜାଣିବାକୁ ପାଇଛନ୍ତି । ତେବେ ଏହି ରୋଗର ଯଥା ସମୟରେ ଚିକିତ୍ସା କରାନଗଲେ ସିଙ୍ଗର ଆକାର ବଢିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଡାକ୍ତରମାନେ ମତ ଦେଇଛନ୍ତି ।

ତେବେ ଏହାପରେ ଡାକ୍ତର ସର୍ଜରୀ କରି ମହିଳାଙ୍କ ଶରୀରରୁ ଏହି ସିଙ୍ଗକୁ ବାହାର କରି ଦେଇଛନ୍ତି । ଏକ ଦୁର୍ଲଭ ସ୍କିନ ଇନଫେକ୍ସନ ଯୋଗୁଁ ଏହି ପ୍ରକାର ସିଙ୍ଗ ବାହାରିଥିବା ଡାକ୍ତର କହିଛନ୍ତି । ତେବେ ସର୍ଜରୀ ବେଳକୁ ମହିଳାଙ୍କ ଛାତିରେ ଏହି ସିଙ୍ଗର ଲମ୍ବ ୫ ସେ.ମି. ରେ ପହଞ୍ଚି ସାରିଥିଲା ।

Get real time updates directly on you device, subscribe now.